ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍ ।

Spread the love

କେନ୍ଦ୍ର ରେଳମନ୍ତ୍ରାଳୟର ନିଷ୍ପତ୍ତି ଅନୁସାରେ ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରୁ ରାଜ୍ୟର ବିଭିନ୍ନ ରେଳ ଜୋନରେ ମିଳିବ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ । ଅର୍ଥାତ୍ ଇଷ୍ଟକୋଷ୍ଟ ରେଲୱେ, ଦକ୍ଷିଣପୂର୍ବ ରେଳପଥ ଏବଂ ଦକ୍ଷିଣ-ପୂର୍ବ-ମଧ୍ୟ ରେଲୱେ ଅଧିନରେ ଥିବା ୩୧୭ଟି ଷ୍ଟେସନରେ ଓଡ଼ିଆ ଲିପିରେ ମୁଦ୍ରଣ ହୋଇଥିବା ଟିକଟ୍ ଉପଲବ୍ଧ ହେବା ନେଇ ପ୍ରିନିସିପାଲ୍ ଚିଫ୍ କମର୍ସିଆଲ୍ ମ୍ୟାନେଜର ଅଜୟ ବେହେରା ସୂଚନା ଦେଇଛନ୍ତି ।

ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ ଯେ, ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି, କିନ୍ତୁ ଟିକେଟ୍ ଓଡ଼ିଆ ଭାଷାରେ କରଗଲେ ଯାତ୍ରୀମାନେ ବହୁତ ଉପକୃତ ହେବେ ।

ଗତ କିଛି ବର୍ଷ ହେଲା ରେଳ ବିଭାଗର ଉନ୍ନତି ମୂଳକ ପଦକ୍ଷେପ ଦ୍ୱାରା ରାଜ୍ୟବାସୀ ବେଶ୍ ଉପକୃତ ହେଉଛନ୍ତି ଓ ରେଳ ବିଭାଗ ଦ୍ୱାରା ମିଳୁଥିବା ସୁବିଧାର ମଜା ମଧ୍ୟ ଉଠାଇ ପାରୁଛନ୍ତି । କିନ୍ତୁ ରେଲୱେ ଟିକେଟ୍ କୁ ଓଡ଼ିଆ ଆଞ୍ଚଳିକ ଭାଷା ମୁଦ୍ରିତ କରାଗଲେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହୋଇପାରିବେ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରାଧ କରିଥିଲେ ।

ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲିକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ଅନୁଭୂତି ସୁଃଖଦ ହେଉଛି । କିନ୍ତୁ ରେଳ ଟିକେଟ୍ ଗୁଡ଼ିକ ଓଡିଆରେ ଉପଲବ୍ଧ ହେଲେ ଓଡିଶାବାସୀ ଲାଭବାନ ହେବେ । ଏହାସହ ଓଡିଶାରେ ଟିକେଟ୍ ଗୁଡିକ ଯଦି ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ବୋଲି ଚିଠି ଲେଖି ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । ଚିଠିର ପ୍ରତିଉତ୍ତରରେ ରାଜ୍ୟବାସୀଙ୍କୁ ଖୁସିର ଖବର ମିଳିଛି, ଆସନ୍ତା ଉତ୍କଳ ଦିବସରୁ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଛପା ଟିକେଟ୍ ମଳିବା । ଏହି ଖବର ପାଇବା ମାତ୍ରେ ରାଜ୍ୟବାସୀଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି ।