ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଅଛି କି ?

Spread the love

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆପଣ ନିଜ ଫୋନେ ନମ୍ବର ଲିଙ୍କ କରିଛନ୍ତି କି ? ଯଦି କରିଛନ୍ତି ତେବେ ଜାଣି ନିଅନ୍ତୁ ଏହି ଖବର । ଯଦି ଆପଣଙ୍କ ବ୍ୟାଙ୍କ ଖାତା ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଦୀର୍ଘ ଦିନ ଧରି ଅଚଳ ଅବସ୍ଥାରେ ଅଛି ତେବେ ହ୍ୟାକରସମାନେ ଆପଣଙ୍କ ଆକାଉଣ୍ଟରେ ଥିବା ଜମା ଟଙ୍କାକୁ ହଡପ କରି ନେଇ ପାରବେ । ନିକଟ ଅତୀତରେ ଏହିଭଳି ଅନେକ ସମସ୍ୟା ସାମ୍ନାକୁ ଆସିଛି । ଲୋକଙ୍କ ଅଜାଣତରେ ହିଁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଉଛି । ବଡ କଥା ହେଲା ହ୍ୟାକରଙ୍କ ଏହି ନୂଆ ଟେକନିକର ପୋଲିସ ମଧ୍ୟ କୌଣସି ଟେର ପାଇପାରୁ ନାହିଁ । ତେଣୁ ଆପଣ ସଚେତନ ରହିବେ ଆପଣଙ୍କ ନିମନ୍ତେ ଭଲ । ଏଥିପାଇଁ କାହାରିକୁ ଦାୟୀ କରିବା ପରିବର୍ତ୍ତେ ନିଜେ ସଚେତନ ରହିବ ଶ୍ରେୟସ୍କର ।

ସୂଚନା ମୁତାବକ, ଟେଲିକମ ବା ସେଲ୍ୟୁଲାର କଂପାନୀମାନଙ୍କ ମଧ୍ୟରୁ ଜିଓ କୁ ବାଦ୍ ଦେଲେ ଅନ୍ୟ ସମସ୍ତ କମ୍ପାନୀମାନେ ନିଜ କ୍ଷତିରୁ ବଂଚିବା ପାଇଁ ପ୍ରତିମାସରେ ସର୍ବନିମ୍ନ ରିଚାର୍ଜ ପ୍ଲାନକୁ କଡାକଡି ଭାବେ ଲାଗୁ କରିଦେଇଛନ୍ତି । ଯାହା ଦ୍ୱାରା ମୋବାଇଲ ଗ୍ରାହକମାନେ ବ୍ୟବହାର କରୁଥିବା ନିଜ ସିମ କାର୍ଡକୁ ବଳବତ୍ତର ସକ୍ରିୟ ରଖିବା ପାଇଁ ପ୍ରତିମାସ ଏକ ସର୍ବନିମ୍ନ ନିର୍ଧାରିତ ରାଶିର ରିଚାର୍ଜ କରିବାକୁ ହେବ । ସେହିପରି ଯଦି କୌଣସି ବ୍ୟକ୍ତି ନିର୍ଧାରିତ ସମୟରେ ଏହି ରିଚାର୍ଜ ନ କରନ୍ତି, ସେହି ଉକ୍ତ ଗ୍ରାହକଙ୍କ ସିମ କାର୍ଡକୁ ଅସ୍ଥାୟୀ ଭାବେ ଅଚଳ କରିଦିଆ ଯିବା ବୋଲି ପରିବାରୁ ଘୋଷଣା କରାଯାଇଛି । ଏହା ସଂଗେ ସଂଗେ ସେଲ୍ୟୁଲାର କଂପାନୀମାନେ ନୂଆ ନମ୍ବର ବଦଳରେ ପୁରୁଣା ମୋବାଇଲ ନମ୍ବରକୁ ନୂଆ ସିମରେ ପରିବର୍ତ୍ତନ କରିବାର ସୁବିଧା ମଧ୍ୟ ଗ୍ରାହକଙ୍କ ପାଇଁ ଯୋଗାଉଛନ୍ତି ଯାହା ଦ୍ୱାରା ଉପଭୋକ୍ତା ମାନେ ବିଶେଷ ଉପକୃତ ହୋଇପାରୁଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ପୁରୁଣା ନମ୍ବର ତିନିମାସ ପର୍ଯ୍ୟନ୍ତ ବନ୍ଦ ହୋଇ ରହେ, ତେବେ କମ୍ପାନୀ ଉକ୍ତ ନମ୍ବରକୁ ଅନ୍ୟ ଗ୍ରାହକଙ୍କୁ ଦେଇଥାଏ ।

ଯାହାଦ୍ୱାରା ଏହିପରି କିହସାଇ ଖଳ ପ୍ରକୁତିର ଲୋକ ଠକମାନେ ଗ୍ରାହକଙ୍କ ଆଦ୍ୟବିଧି ବ୍ୟବହୃତ ମୋବାଇଲ ନମ୍ବର ଏବଂ ପୁରୁଣା ନମ୍ବରକୁ ସଂଗ୍ରହ କରି ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରି ନେଉଛନ୍ତି । ତେଣୁ ସର୍ବସାଧାରଣଙ୍କ ନିହାତି ଜାଣିବା ଆବଶ୍ୟକ ଯେ, ଯେଉଁ ଫୋନ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ସଂଲଗ୍ନ ବା ଲିଙ୍କ ଅଛି ସେହି ନମ୍ବରକୁ ସର୍ବଦା ସକ୍ରିୟ ରଖନ୍ତୁ, ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ରହିପାରିବ ।