ଏୟାର୍ ଷ୍ଟ୍ରାଇକ ପରେ ସଚିନ୍ ଏହିପରି ଅନ୍ଦାଜରେ ପାକିସ୍ତାନକୁ ଚେତାବନୀ ଦେଲେ, କହିଲେ ଯେ ଆମର ମହତପଣିଆକୁ ଆମର ଦୁର୍ବଳତା ବୋଲି ଭାବ ନାହିଁ।

ଜମ୍ମୁ କାଶ୍ମୀରର ପୁଲୱାମା ରେ ୧୪ ଫେବୃଆରୀ ଦିନ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ମଙ୍ଗଳବାର ଦିନ ନିୟନ୍ତ୍ରଣ ରେଖା ପାର କରି ବହୁତ ଗୁଡିଏ ଆତଙ୍କୀ ଶିବିରକୁ ନଷ୍ଟ କରି ଏକ ବଡ ଅପରେସନକୁ ସଫଳ କରିଛନ୍ତି । ଇଣ୍ଡିଆନ ଏୟାର ଫୋର୍ସ ର ଏହି ସଫଳତାକୁ ଦେଖି ପୁରା ଦେଶ ବାୟୁସେନା କୁ ସଲାମ କରୁଛି ।
ମିରାଜ ୨୦୦୦ ଯୁଦ୍ଧ ବିମାନ ଭଳି ବହୁତ ବିମାନ ସାଥି ହୋଇ ଏହି ଅପରେସନ ରେ ଭାଗ ନେଇଥିଲେ, ଯେଉଁଥିରେ ୩ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ଼ ପୁରାପୁରି ଧ୍ୱସ୍ତ ହୋଇଯାଇଛି ଓ ବହୁତ ଆତଙ୍କୀମାନେ ପ୍ରାଣ ବି ହରାଇଛନ୍ତି । କ୍ରିକେଟର ଲିଟିଲ୍ ମାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ବାୟୁସେନାକୁ ସଲାମ କରିବା ସହ ଏକ ମେସେଜ ସେୟାର କରିଛନ୍ତି ।
Our niceness should never be comprehended as our weakness.
I salute the IAF, Jai Hind 🇮🇳— Sachin Tendulkar (@sachin_rt) February 26, 2019
ସଚିନ ନିଜ ଟ୍ୱିଟର ଆକାଉଣ୍ଟ ରେ ମେସେଜ ସେୟାର କରିବାକୁ ଯାଇ ଲେଖିଛନ୍ତି ଯେ, ‘ଆମର ଭଲପଣିଆ କୁ ଆମର ଦୁର୍ବଳତା ବୋଲି ଭାବ ନାହିଁ, ଭାରତୀୟ ବାୟୁସେନାକୁ ସଲାମ । ଜୟ ହିନ୍ଦ ।’
ଇଣ୍ଡିଆ ଟିମ ର ପୁର୍ବତନ କ୍ରିକେଟର ଓ ଉତ୍କୃଷ୍ଟ ବୋଲର ବିରେନ୍ଦ୍ର ସେହେୱାଗ ଲେଖିଛନ୍ତି, “ଦ ବୟୋଜ୍ ହେବ ପ୍ଲେଡ଼ ରିଏଲି ୱେଲ୍, #ସୁଧୁରୀ ଯାଅ ନାହିଁତ ସୁଧାରି ଦେବୁ ।” ଗୌତମ ଗମ୍ଭୀର ଟ୍ୱିଟ କରିଛନ୍ତି ଯେ, ‘ଜୟ ହିନ୍ଦ ଆଇଏଏଫ୍ ।’ ଏହା ବ୍ୟତୀତ କ୍ରୀଡା ଜଗତ ଭାରତୀୟ ବାୟୁସେନାର ଜବରଦସ୍ତ ପ୍ରଶଂସା କରିଛି ।
The boys have played really well. #SudharJaaoWarnaSudhaarDenge #airstrike
— Virender Sehwag (@virendersehwag) February 26, 2019
ଆକାଶ ଚୋପଡା ଲେଖିଛନ୍ତି, ‘ଜୟ ହିନ୍ଦ, କିନ୍ତୁ ଆର ଥରକୁ ଏଥିପାଇଁ ପୁଲୱାମା ବା ଉରୀ ଭଳି ଆକ୍ରମଣର ପ୍ରତୀକ୍ଷା କରିବନି । ଆତଙ୍କବାଦ ଉପରେ ପ୍ରହାର କର ।’
Jai Hind 🇮🇳
But next time, let’s not wait for Pulwama or Uri to do what’s needed to be done. Strike Out Terrorism.
— Aakash Chopra (@cricketaakash) February 26, 2019
ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଳ ଭାରତୀୟ ବାୟୁସେନାର ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ଯେ, “ଭାରତୀୟ ବାୟୁସେନା, ବହୁତ ହାର୍ଡ ବହୁତ ହାର୍ଡ #ଇଣ୍ଡିଆଷ୍ଟ୍ରାଇକବ୍ୟାକ #ଜୟହିନ୍ଦ ।’ ଏହା ବ୍ୟତୀତ ଟିମ ଇଣ୍ଡିଆର ପୂର୍ବ ଖେଳାଳି ମହମ୍ମଦ କୈଫ ଓ ଆକାଶ ଚୋପଡା ମଧ୍ୟ ଭାରତୀୟ ବାୟୁସେନାର ବୀରତ୍ବ ପାଇଁ ସେନାକୁ ପ୍ରଶଂସା କରିବା ସହ ଟ୍ୱିଟ୍ ପୋଷ୍ଟ କରିଥିଲେ ।
Indian Air Force 🇮🇳👏 Bohot Hard Bohot Hard #IndiaStrikesBack #JaiHind 🇮🇳🇮🇳
— Yuzvendra Chahal (@yuzi_chahal) February 26, 2019
Salute to the Indian Air Force. Shaandaar #IndiaStrikesBack
— Mohammad Kaif (@MohammadKaif) February 26, 2019
ଏହା ବ୍ୟତୀତ ଟିମ ଇଣ୍ଡିଆ ର କ୍ରିକେଟର ସୁରେଶ ରୈନା ଇଣ୍ଡିଆନ ଏୟାର ଫୋର୍ସ ର ବହୁତ ପ୍ରଶଂସା କରିଛନ୍ତି। ସେ ନିଜ ଟ୍ୱିଟର ରେ ଲେଖିଛନ୍ତି ଯେ , ‘ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିବା ପାଇଁ ଓ ସାହସ ଦେଖାଇବା ପାଇଁ #iafକୁ ମୋର ସଲାମ । ଭୀରୁତା ପାଇଁ ଏକ ଉପଯୁକ୍ତ ଜବାବ, #ଜୟହିନ୍ଦ ।’
My salute to #IAF for showing great courage in the face of adversity. A fitting reply to cowardice! #JaiHind 🇮🇳
— Suresh Raina🇮🇳 (@ImRaina) February 26, 2019
ପାକିସ୍ତାନ ଉପରେ ଭାରତୀୟ ବାୟୁସେନା ର କାର୍ଯ୍ୟାନୁଷ୍ଠାନ ପରେ ଭାରତ ର ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ଏହି ଅପରେସନରେ ଜୈସ-ଏ-ମହମ୍ମଦ ର ବହୁତ ଆତଙ୍କୀ ସଂଗଠନ କୁ ନଷ୍ଟ କରାଯାଇଛି।
ବିଜୟ ଗୋଖଲେ ପ୍ରକାଶ କରିଛନ୍ତି ଯେ ବାରମ୍ବାର ଏହିପରି ସୂଚନା ମିଳୁଥିଲା ଯାହାକି ଜୈସ ଦେଶରେ ଓ ଫିଦାୟୀନ ଉପରେ ଅଟାକ କରିବା ଯୋଜନା କରିଥିଲା । ଗୋଖଲେ କହିଛନ୍ତି- “ଏହା ସୁନିଶ୍ଚିତ ଥିଲା ଯେ, ଜୈସ ଦେଶର ବିଭିନ୍ନ ଜାଗାରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଏହି ଆକ୍ରମଣ ଜରୁରୀ ଥିଲା । ଭାରତ ଵାଲାକୋଟରେ ଜୈସର ସବୁଠୁ ବଡ ସଂଗଠନ ଉପରେ ଆକ୍ରମଣ କରିଛି ।”