ଆମର ଲକ୍ଷ୍ୟ ହେଉଛି ଟାର୍ଗେଟ ହିଟ୍ ହେଲା କି ନାହିଁ, କେତେ ଜଣ ମରିଛନ୍ତି ଆମେ ତାହାର ଗଣନା କରୁ ନାହୁଁ :- ଏୟାର ଫୋର୍ସ ମୁଖ୍ୟ ବିଏସ ଧନୋଆ ।

ବାୟୁସେନା ପ୍ରମୁଖ ବିଏସ ଧନୋଆ ଅପରେସନ ଵାଲାକୋଟ ଉପରେ ପ୍ରେସ କନଫେରେନ୍ସ କରିଥିଲେ ।
ନୂଆଦିଲ୍ଲୀ:- ଓପେରସଳ୍ ଵାଲାକୋଟ ରେ କେତେ ଜଣ ଆତଙ୍କୀ ମରିଥିଲେ ଏହି ପ୍ରଶ୍ନ ଉପରେ ବିଏସ ଧନୋଆ କହିଛନ୍ତି କି ଆମର ଲକ୍ଷ୍ୟ ରହିଥାଏ ଯେ ଟାର୍ଗେଟ୍ ହିଟ୍ ହେଲା କି ନାହିଁ, କେତେଜଣ ମରିଲେ ଆମେ ଏହାର ଗଣନା କରୁ ନାହୁଁ । ଧନୋଆ କୋୟମ୍ବଟୁରରେ କହିଛନ୍ତି, “ଲକ୍ଷ୍ୟ ବିଷୟରେ ବିଦେଶ ସଚିବ ନିଜ ବୟାନରେ ବିସ୍ତାର ରୂପେ କହିଥିଲେ । ଯଦି ଆମେ କୌଣସି ଲକ୍ଷ୍ୟ ଉପରେ ନିଶାନା କରିବାର ଯୋଜନା ପ୍ରସ୍ତୁତ କରୁଛୁ, ତ ଆମେ ତାହାକୁ ଲକ୍ଷ୍ୟ ମଧ୍ୟ ବନାଉଛୁ, ନଚେତ୍ କାହିଁକି ସେ (ପାକିସ୍ତାନର ପ୍ରଧାନମନ୍ତ୍ରୀ) ଜବାବ ଦେଇଥାନ୍ତେ । ଯଦି ଆମେ ଜଙ୍ଗଲରେ ବୋମ ପକେଇଥାନ୍ତୁ ତ ସେ କାହିଁକି ଜବାବ ଦେଇଥାନ୍ତେ…..?”
ସେଠାରେ ମିଗ-୨୧ର ବ୍ୟବହାର ଉପରେ ପ୍ରଶ୍ନ କରିବାରୁ ତାର ଜବାବରେ ସେ କହିଥିଲେ, ମିଗ-୨୧ ବାଇସନ ଏକ ସକ୍ଷମ ବିମାନ ଅଟେ, ଏହାକୁ ଅପଗ୍ରେଡ୍ କରିଦିଆ ଯାଇଛି । ଏହାର ରାଡର୍ ବହୁତ ଭଲ । ପବନରେ ପବନକୁ ମାରି ପାରୁଥିବା ଭଳି ମିସାଇଲ ଓ ବହୁତ ଭଲ ହତିଆର ସିଷ୍ଟମ ଅଟେ । ଧନୋଆ କହିଛନ୍ତି, ଆମେ ଲକ୍ଷ୍ୟ କୁ ନିସାନା ବନାଉ । ବାୟୁସେନା ମାରୁଥିବା ଲୋକଙ୍କର ଗଣତି କରେ ନାହିଁ । ଏହି କାମ ସରକାର କରେ । ଏହା ସହିତ ସେ ସିଧା ସିଧା କହିଥିଲେ ଯେ, ଭାରତୀୟ ବାୟୁସେନା ଏହି ସ୍ଥିତିରେ ନହିଁ ଯେ ସେ ମରୁଥିବା ଲୋକଙ୍କ ଗଣନା କରି ପାରିବ । ସରକାର ଏହି ବିଷୟରେ କହିବେ ।
#WATCH Air Chief Marshal BS Dhanoa says, "The Mig-21 Bison is a capable aircraft, it has been upgraded, it has better radar, air-to air missiles and better weapons system." pic.twitter.com/6D3yzBEQrY
— ANI (@ANI) March 4, 2019
ଵିଙ୍ଗ କମାଣ୍ଡର ଅଭିନନନ୍ଦଙ୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ଜବାବରେ କହିଥିଲେ, ସେ (ଅଭିନନ୍ଦନ) ଆଉ ବିମାନ ଉଡାଇବେ କି ନାହିଁ, ତାହା ତାଙ୍କର ମେଡିକାଲ ଫିଟନେସ ଉପରେ ନିର୍ଭର କରେ । ଏଥିପାଇଁ ବାହାରକୁ ଆସିବା ପରେ ତାଙ୍କର ମେଡିକାଲ ପରୀକ୍ଷଣ କରାଯାଇଛି, ଯାହା ବି ଚିକିତ୍ସା ଦରକାର ପଡିବ କରାଯିବ, ଯେବେ ସେ ମେଡିକଲ ଫିଟନେସ ହାସିଲ କରି ନେବେ, ସେ ପୁଣି ଲଢେଇ ବିମାନ କୋକପିଟରେ ଯାଇପାରିବେ ।
ବାୟୁସେନା ପ୍ରମୁଖଙ୍କ ଦ୍ୱାରା ଆସିଥିବା ଏହି ବୟାନ ପରେ ପୁଣିଥରେ ବେଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସେହି ଦାବି ଉପରେ ପ୍ରଶ୍ନ ଉଠୁଛି, ଯେଉଁଥିରେ ସେ କହିଥିଲେ ଯେ ଅପରେସନ ଵାଲାକୋଟରେ କମ୍ ରୁ କମ୍ ୨୫୦ ଜଣ ଆତଙ୍କୀ ମରିଛନ୍ତି । ଜମ୍ମୁ ଓ କାଶ୍ମୀରର ପୁର୍ବ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ମାତାଳ ଭାବରେ କହିଛନ୍ତି ଯେ, ବର୍ତ୍ତମାନ ସବୁ ଅସମ୍ଭବ ସମ୍ଭବ ହେବ ।
Because dear Nidhi ab naamumkin mumkin hai! https://t.co/lNbrzOZ9I6
— Mehbooba Mufti (@MehboobaMufti) March 4, 2019