ଶ୍ରୀକୃଷ୍ଣଙ୍କ ମୁଖରୁ : ଆମ ଭିତରରେ ଥିବା ଆସୁରିକ ଗୁଣ ଯାହା ଆମକୁ ନଷ୍ଟ କରି ଦେଇଥାଏ !

Spread the love

ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ନିସୃତ ବାଣୀ ଭଗବଦ୍‌ ଗୀତ ଟିକନିଖ ଭାବରେ ବର୍ଣ୍ଣିତ ହୋଇଛି ! ଭଗବତ୍ ଗୀତାରେ ଏମିତି ଅନେକ ଉପଦେଶ ଦିଆଯାଇଛି, ଯାହାକୁ ମାନି ଚଳିଲେ ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ଜୀବନ ମଧ୍ୟ ସହଜ ହୋଇଯାଇଥାଏ ! ମଣିଷଙ୍କ ଭିତରେ କେଉଁ ସବୁ ଗୁଣ ରହିଲେ ଜୀବନ ନଷ୍ଟ ହୋଇଯାଏ, ବଞ୍ଚିବା କଷ୍ଟସାଧ୍ୟ ହୋଇଯାଏ, ତାହା ଶ୍ରୀକୃଷ୍ଣ, ତାଙ୍କର ସଖା ଅର୍ଜୁନଙ୍କୁ କହିଥିବା କଥା ଗୀତାରେ ଉଲ୍ଳେଖ କରାଯାଇଛି। ତେବେ ଚାଲନ୍ତୁ ଜାଣିବା ସେସବୁ କେଉଁ ସବୁ ଗୁଣ ଜୀବନକୁ ନଷ୍ଟ କରିଥାଏ ଏବଂ କଷ୍ଟସାଧ୍ୟ ଦେଇଥାଏ !

ମଣିଷ ଭିତରେ ଯେତେ ବି ଭଲ ଗୁଣ ଥାଉ ପଛେ ଯଦି ସେ ମଣିଷ ଭିତରେ ସାମାନ୍ୟତମ ଗର୍ବ ରହିଥାଏ ତେବେ ସବୁ ଭଲ ଗୁଣ ମୂଲହୀନ ହୋଇଯାଏ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି । ଯେପରି ସୁସ୍ୱାଦୁ ଖାଦ୍ୟାରେ ମେଞ୍ଚାଏ ଅଧିକ ଲୁଣ ଠିକ ସେହିପରି ଉତ୍ତମ ମଣିଷ ଭିତରେ ସମ୍ୟକ ଗର୍ବ ।

ଅହଂକାର : ସେହି ପରି ଆଉ ଏକ ଖରାପ ଗୁଣ ହେଉଛି ଅହଂକାର ବା ଅଭିମାନ । ଯେଉଁ ମଣିଷ ଭିତରେ ଅଭିମାନ ଅର୍ଥାତ ଅହଂକାର ବସା ବାନ୍ଧିଛି, ସେହି ପରି ମନୁଷ୍ୟ କଦାପି ଆଗକୁ ଯାଇପାରେ ନାହିଁ !ସମସ୍ତ କାର୍ଯ୍ୟ କରିବାର ଦକ୍ଷତା ଥିଲେ ମଧ୍ୟ ନିଜ ଅହଂକାର ଦ୍ୱାରା ସେହିପରି ମନୁଷ୍ୟମାନେ କୌଣସି ଉର୍ନ୍ନତି କରି ପାରନ୍ତି ନାହିଁ ! ପ୍ରତ୍ୟେକ କ୍ଷେତ୍ରରେ ପରାଜୟ ହିଁ ସ୍ୱାକାର କରନ୍ତି !

କ୍ରୋଧ : କଥାରେ ଅଛି, “କ୍ରୋଧ ବ୍ରହ୍ମ ଚଣ୍ଡାଳ”, ଅର୍ଥାତ କ୍ରୋଧରେ ମଣିଷ ବ୍ରାହ୍ମଣଙ୍କୁ ବି ଚଣ୍ଡାଳ କରିପାରେ । ତେଣୁ, କ୍ରୋଡହ ହେଉଛି ମଣିଷର ସବୁଠାରୁ ବଡ ଖରାପ ଗୁଣ ! ମଣିଷ ଭିତରେ ଯେତେ ଭଲ ଗୁଣ ଥିଲେ ମଧ୍ୟ, କ୍ରୋଧ ଥିଲେ ସେ ସବୁ ବ୍ୟର୍ଥ !

ଈର୍ଷା : ପ୍ରତ୍ୟେକ ବ୍ୟକ୍ତି ଭିତରେ କେଉଁଠି ନା କେଉଁଠି ଲୁଚି ରହିଥାଏ ଈର୍ଷା ! ମାତ୍ର ଏହାର ପରିମାଣ ବଢ଼ିଗଲେ ତାହା, ନିଜର ହିଁ କ୍ଷତି ପହଞ୍ଚାଇବା ଛଡା କିଛି ନାହିଁ ! ଇର୍ଷା ଅନ୍ୟ ଲୋକଙ୍କର ତିଳେ ହେଲେ କ୍ଷତି କରିପାରେ ନାହିଁ ! ଈର୍ଷା ପରାୟଣ ବ୍ୟକ୍ତି ସର୍ବଦା ନିଜେ ନିଜର କ୍ଷତି କରିଥାନ୍ତି !

!!ଜୟ ଜଗନ୍ନାଥ !!