ଆମୀର ଖାନଙ୍କ ଆଲିଆଳି ଝିଅ ଇରା ଖାନଙ୍କ ବୋଲଡ଼ ଅନ୍ଦାଜ ଦେଖିବା ପାଇଁ ମିଳିଛି । ବାରମ୍ବାର ଫୋଟଟିକୁ ଲୋକେ ଦେଖୁଛନ୍ତି ।

Spread the love

ପ୍ରସିଦ୍ଧ ଷ୍ଟାର ସନ୍ତାନ ମାନଙ୍କ ସୂଚୀରେ ଆମୀର ଖାନଙ୍କ ଆଲିଆଳି ଝିଅ ଇରା ଖାନ୍ ବର୍ତ୍ତମାନ ଦିନ ଗୁଡିକରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛନ୍ତି । ଇରା ଖାନଙ୍କ ଫୋଟ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଏହା ମଧ୍ୟରେ ଇରା ଖାନ୍ ଏହିଭଳି ଏକ ଫୋଟ ସୁଟ କରିଥିଲେ, ଯାହାକୁ ଦେଖି ତାଙ୍କର ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଫୋଟ ସୁଟ ସମୟରେ ଇରା ଖାନଙ୍କ ଲୁକ୍ ପୂର୍ବ ଅପେକ୍ଷା ବଦଳି ଯାଇଛି । ଏହି ଫୋଟ ସୁଟରେ ବଦଳି ଥିବା ଅନ୍ଦାଜ ଦେଖି ଇରାଙ୍କୁ ଚିହିଁବା କଷ୍ଟ ହୋଇଯାଇଛି । ଆସନ୍ତୁ ଜାଣିବେ ଆମର ଏହି ଲେଖାରେ କଣ ରହିଛି ଆପଣଙ୍କ ପାଇଁ ।

ବିଗତ ଦିନ ଗୁଡିକରେ ଆମୀର ଖାନଙ୍କ ଆଲିଆଳି ଝିଅ ଇରା ନିଜ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚାରେ ଥିଲେ କିନ୍ତୁ ଏହି ଥର ନିଜର ନିଆରା ଢଙ୍ଗର ଫୋଟସୁଟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଇରା ଖାନ ନିଜେ ରହସ୍ୟ ଖୋଲିଥିଲେ ଯେ, ସେ ଜଣଙ୍କୁ ଡେଟ କରୁଛନ୍ତି; ଯାହାର ଫୋଟ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । କହିବା ପାଇଁ ଚାହୁଁଛୁ, ଏହି ରହସ୍ୟ ଖୋଲିବା ପରେ ଇରା ଖାନ୍ ମିଡ଼ିଆର ନଜରକୁ ଆସିଥିଲେ ଏବଂ ବର୍ତ୍ତମାନ ଇରାଙ୍କ ସହ ଜଡିତ ପ୍ରତିଟି ଛୋଟ ବଡ଼ ଘଟଣା ମଧ୍ୟ ଚର୍ଚ୍ଚା ପାଲଟି ଯାଇଛି ।

ଇରା ଖାନ୍ ଚର୍ଚ୍ଚା ସାଉଁଟୁଛନ୍ତି :

ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ଏହି ଫୋଟ ସୁଟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି । ଏହି ଫୋଟ ସୁଟରେ ଇରା ଏକ ନୂତନ ଲୁକରେ ଦେଖିବା ପାଇଁ ମିଳିଛନ୍ତି । ଏହି ଫୋଟ ସୁଟରେ ଇରା ନିଜର ପେଟ ଦେଖାଉଥିବାର ନଜରକୁ ଆସିଛି ।ଏହା ସହ ନିଜ କେଶକୁ ବିଭିନ୍ନ ଶୈଳୀରେ ସଜାଇଛନ୍ତି । ଏହି ଫୋଟରେ ଆପଣ ଅନ୍ୟଜଣେ ଝିଅକୁ ଦେଖି ପାରୁଥିବେ ଯିଏ ଇରାଙ୍କ ଗୋଡ଼କୁ ଧରି ପୋଜ ଦେଉଛି ।

ମିଶାଲ କୃପଲାନୀଙ୍କୁ ଡେଟ କରୁଛନ୍ତି :

ବିଗତ ଦିନ ଗୁଡିକରେ ଇରା ଖାନ୍ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ସ୍ୱୀକାର କରି କହିଥିଲେ, ସେ ମିୟୁଜିକ କମ୍ପୋଜର ମିଶାଲ କୃପଲାନୀଙ୍କୁ ଲମ୍ବା ସମୟରୁ ଡେଟ କରୁଛନ୍ତି । ଫୋଟରେ ଇରା ମିଶାଲ କୃପଲାନୀଙ୍କ ସହ ବହୁତ ନିକଟତର ଦେଖା ଯାଉଛନ୍ତି; ଯେଉଁଥିରେ କେତେବେଳେ ସେ ମିଶାଳଙ୍କୁ ଆଲିଙ୍ଗନ କରିଛନ୍ତି ତ କେତେବେଳେ ସେ ଚୁମ୍ବନ ଦେଉଥିବାର ଦେଖିବା ପାଇଁ ମିଳୁଛି । ଏହାର ଅର୍ଥ ହେଉଛି ଇରା ଖାନ୍ ମିଶାଲ କୃପାଲାନୀଙ୍କୁ ନେଇ ଗମ୍ଭୀର ଅଟନ୍ତି ।

ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି :

ଇରା ଖାନଙ୍କ ବଲିଉଡ ଡେବ୍ୟୁ ଖବର ପୂର୍ବରୁ ଶୁଣିବା ପାଇଁ ମିଳିନଥିଲା କିନ୍ତୁ ଯେତେବେଳ ଠାରୁ ତାଙ୍କର ଫୋଟ ସୁଟ ଭାଇରଲ ହୋଇଥିଲା ସେହି ଦିନ ଠାରୁ ତାଙ୍କର ପ୍ରଶଂସକ ଚାହୁଁଛନ୍ତି ଯେ, ଇରା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରନ୍ତୁ । କିନ୍ତୁ ଇରା ନିଜର ଫିଲ୍ମ ଡେବ୍ୟୁ କରିବା କଥା ସ୍ପଷ୍ଟ କରି ନହାନ୍ତି । କହିବା ପାଇଁ ଚାହୁଁଛୁ; ଆମୀର ଖାନ୍ ଇରାଙ୍କ ଫିଲ୍ମ ଡେବ୍ୟୁ ପାଇଁ ଚିନ୍ତା କରି ନାହାଁନ୍ତି । ସେ ନିଜ ଝିଅ ଉପରେ ଏହି ଦାୟିତ୍ୱ ଦେଇଛନ୍ତି ।