ଅମୀର ଖାନ୍ ଙ୍କ ହେବାକୁ ଯାଉଥିବା ଜ୍ୱାଇଁ କୌଣସି ବଲିଉଡ ହିରୋ ଠାରୁ କମ ନୁହନ୍ତି !!

Spread the love

ଅମୀର ଖାନ୍ ବଲିଉଡ ଇଣ୍ଡଷ୍ଟ୍ରିର ଗୋଟିଏ ଏଭଳି ଷ୍ଟାର ଅଟନ୍ତି, ଯାହାକୁ କେବଳ ଭାରତରେ ହିଁ ନୁହଁ ଦୁନିଆର ଅନେକ ଦେଶର ଲୋକ ବହୁତ ପସନ୍ଦ କରନ୍ତି । ଅମୀର ଖାନ୍ ପୁରା ନାମ ମହମ୍ମଦ ଅମୀର ହୁସେନ ଖାନ୍ ଅଟେ । ସେ ବଲିଉଡରେ ଡେବ୍ୟୁ ରୂପେ ୧୯୮୮ ମସିହାରେ ଆସିଥିବା ଚଳଚିତ୍ର “କାୟାମତ ସେ କାୟାମାତ ତକ୍”ରେ ଅଭିନୟ କରିଥିଲେ । ଏହି ଚଳଚିତ୍ର ବହୁତ ହିଟ୍ ହୋଇଥିଲା । ଏହାପରେ ଅମୀର ଖାନ୍ ନିଜ କ୍ୟାରିୟରରେ ୨୨ରୁ ଅଧିକ ହିଟ୍ ଚଳଚିତ୍ର କରିଛନ୍ତି ।

ସେହିଭଳି ଅମୀର ଖାନ୍ ଙ୍କ ଜୀବନ ବିଷୟରେ କହିବାକୁ ଗଲେ ସେ ୧୪ ମାର୍ଚ୍ଚ ୧୯୬୫ରେ ମୁମ୍ବାଇରେ ଜନ୍ମ ହୋଇଥିଲା । ଅମୀର ଖାନ୍ ଙ୍କୁ ଛୋଟ ପିଲାରୁ ହିଁ ଅଭିନେତା ହବାକୁ ବହୁତ ଇଚ୍ଛା ଥିଲା । ସେ ୧୯୭୩ ମସିହାରେ “ୟାଦୋ କି ବାରାତ”ରେ ଛୋଟ କଳାକାର ରୂପେ କାମ କରିଥିଲେ । ବଲିଉଡ ଇଣ୍ଡଷ୍ଟ୍ରିରେ ଆସିବା ୨ବର୍ଷ ପୂର୍ବରୁ ସେ ନିଜ ପ୍ରେମିକା ରିନା ଦତ୍ତା ସହ ବିବାହ କରିଥିଲେ । କିନ୍ତୁ ଏହି ବିବାହ ବନ୍ଧନ ବହୁତ ସମୟ ପର୍ଯ୍ୟନ୍ତ ତିଷ୍ଟି ରହିପାରିଲେ ନାହିଁ । ଅମୀର ଖାନ୍ ୨୦୦୨ ମସିହାରେ ରିନା ଦତ୍ତାଙ୍କୁ ଛାଡପତ୍ର ଦେଇଥିଲେ ।

ଅମୀର ଖାନ୍ ୨୦୦୫ ମସିହାରେ କିରଣ ଦାଓଙ୍କ ସହିତ ବିବାହ କରିଥିଲେ । ଅମୀର ଖାନଙ୍କ ପ୍ରଥମ ସ୍ତ୍ରୀ ରିନା ଦତ୍ତାଙ୍କ ଦୁଇଟି ସନ୍ତାନ ଅଛନ୍ତି । ବଡ଼ ଝିଅ ଇରା ଖାନ୍ ଓ ପୁଅ ଜୁନୈଦ ଖାନ୍ । ଇରା ଖାନଙ୍କ ଜନ୍ମ ମହାରାଷ୍ଟ୍ରରେ ହୋଇଥିଲା । ୨୨ ବର୍ଷର ଇରା ଖାନ୍ ବହୁତ ସୁନ୍ଦର ଦିଶନ୍ତି ।

ଇରା ଖାନ୍ ଧିରୁଭାଇ ଅମ୍ବାନୀ ବିଦ୍ୟାଳୟରେ ନିଜ ପାଠପଢା ଆରମ୍ଭ କରିଥିଲେ । ପରେ ସେ ଆମେରିକା ଚାଲିଗଲେ । ସେଠାରେ ବହୁତ ଦିନରୁ ଇଶାନ ସହ ଡେଟ୍ କରୁଥିଲେ । ସେହିଭଳି ଇଶାନ ମଧ୍ୟ ଇରା ଖାନଙ୍କୁ ୬ ଦୀର୍ଘ ବର୍ଷ ହେଲା ଡେଟ୍ କରୁଛନ୍ତି । ଏବେ ଏହି ଖବର ସାମ୍ନାକୁ ଆସିଲା ଯେ, ବହୁତ ଶୀଘ୍ର ଇରା ଖାନ୍, ଇଶାନଙ୍କ ସହ ବିବାହ କରିବେ । ଇଶାନ ଓ ଇରା ଖାନ୍ ବହୁତ ବର୍ଷରୁ ସାଥି ହୋଇ ରହୁଛନ୍ତି । ତାଙ୍କର ଅନେକ ଫୋଟ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥାଏ । ଅମୀର ଖାନଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ ପଚରାଗଲା ସେତେବେଳେ ସେ କହିଲେ ଯେ, ଏଥିରେ ମୋର କିଛି ଆପତ୍ତି ନାହିଁ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !