ଆମେରିକା କହିଲା ଯଦି ମୋଦି ଦ୍ୱିତୀୟ ଥର ଭାରତ ର ପ୍ରଧାନମନ୍ତ୍ରୀ ହେବେ ନାହିଁ ତେବେ ଭାରତକୁ ହେବ ୫ଟି ବଡ କ୍ଷତି।

Spread the love

ନୂଆଦିଲ୍ଲୀ:- ୨୦୧୯ ରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ନେଇ ସବୁ ରାଜନୈତିକ ଦଳ ପୁଣିଥରେ ମୈଦାନ ରେ ଓଲ୍ହାଇ ସାରିଲେଣି। ଯେଉଁଠି କଂଗ୍ରେସ ପୁଣି ଥରେ ସତ୍ତାକୁ ଫେରିବା ପାଇଁ କଠିନ ପରିଶ୍ରମ କରୁଛି, ଅନ୍ୟ ପଟେ ଭାଜପା ହାତରେ ଲାଗିଥିବା ସତ୍ତାକୁ ଛାଡିବାକୁ ଚାହୁଁନାହିଁ । ଏହି ସବୁ ମଧ୍ୟରେ ଆମେରିକାରେ ଥିବା ଦୁନିଆର ସବୁଠୁ ବଡ ବ୍ରୋକରେଜ ହାଉସ ସି.ଏଲ୍.ଏସ୍.ଏ (CLSA)ରୁ ମୋଦିଙ୍କ ଉପରେ ବଡ ବୟାନ ଆସିଛି ।

ଏହା ମୁତାବିକ ଯଦି ମୋଦି ପୁଣିଥରେ ପିଏମ ନ ହେଉଛନ୍ତି ତେବେ ଭାରତ ର ବହୁତ ବଡ଼ କ୍ଷତି ହେବ ।

ଭାରତକୁ ଏହି କ୍ଷତି ହୋଇପାରିବ :- ମୋଦି ଯଦି ନିର୍ବାଚନରେ ନ ଜିତନ୍ତି । ତେବେ ଭାରତର ଉନ୍ନତିରେ ବାଧା ସୃଷ୍ଟି ହେବ । ଏବେ ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ କରି ନାହାନ୍ତି । ଏହାଦ୍ୱାରା ମୁଦ୍ରା ପ୍ରଚଳନ ବା ମୁଦ୍ରାସ୍ପିତି କମ୍ ହୋଇଯିବ । ଭାରତୀୟ ମୁଦ୍ରା କମ୍ ହେବା ଦ୍ୱାରା ଖଣିଜ ତେଲର ଦାମ ବଢି ଯିବ । ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲର ଦାମ୍ ମଧ୍ୟ ବଢିବ । ଖାଇବା ପିଇବାର ସାମାନ୍ ମଧ୍ୟ ମହଙ୍ଗା ହୋଇ ପାରିବ ।

ଯଦି ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଇ ରହୁଛନ୍ତି, ତେବେ ଭାରତୀୟ ସେୟାର ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । କାରଣ ସବୁଠୁ ଲାଭ ଦେଲା ଵାଲା ସେ ହି ରହିବେ । ବର୍ତ୍ତମାନ ନୋମିନାଲ ଜିଡିପିର ତୁଳନାରେ କର୍ପୋରେଟ୍ ପ୍ରୋଫିଟ୍ ବହୁତ କମ୍ ଅଟେ ଯାହା ଯୋଗୁ କମ୍ପାନୀମାନେ ଏ ପର୍ଯ୍ୟନ୍ତ ନୂଆ ନିବେଶ କରି ପାରୁ ନାହାନ୍ତି ।

ଭାରତରେ ପ୍ରଥମରୁ ହି ଇଂଭେସ୍ଟିମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି, ଏହା ଆହୁରି ଆଗକୁ ବଢି ପାରିବ । ଏହାଦ୍ୱାରା ବ୍ୟାଙ୍କିଙ୍ଗ ସିଷ୍ଟମ୍ ର NPAକୁ ସୁଧାରିବାରେ ସାହାଯ୍ୟ ହେବ । ଯଦି ମ୍ୟୁଚୁଆଲ୍ ଫଣ୍ଡ ନିବେଶରେ ବହୁତ କମିବାରେ ଲାଗିଲା ବା ଭଲ ଲାଭ ଆସିବା ନାହିଁ । ତେବେ ଏହା ଦ୍ୱାରା ମାର୍କେଟ ପାଇଁ କ୍ଷତି ମଧ୍ୟ ବଢିପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ କମିବାରେ ଲାଗିଛି କିନ୍ତୁ ଅସଫଳତା ମିଳି ନାହିଁ ।