ଆକ୍ରମଣ ପରେ ପ୍ରଥମ ଥର ପାଇଁ ପାଟି ଖୋଲିଲା ମସୁଦ ଅଜହର । ନରେନ୍ଦ୍ର ମୋଦିଙ୍କ ପାଇଁ ଚମକାଇ ଦେଲା ଭଳି ବୟାନ ଦେଲା।

ପୁଲୱାମା ଆକ୍ରମଣ ରେ ୪୨ ଜଣ ସିଆରପିଏଫ ଜବାନ ଶହୀଦ ହୋଇଗଲେ। ପୁରା ଦୁନିଆ ଏହି ଘଟଣା ର ତୀବ୍ର ନିନ୍ଦା କରିବା ସହ ପୁରା ବିଶ୍ୱ ରାଗର ନିଆଁ ରେ ଜଳି ଉଠିଲା। ଏହି ଆକ୍ରମଣ ର ସବୁ ଆରୋପ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ନିଜ ମୁଣ୍ଡ ଉପରକୁ ନେଇଛି। ଆକ୍ରମଣ ପରଠାରୁ ଜୈସ ର ସଂଗଠକ ମସୁଦ ଅଜହର ଚୁପଚାପ ବସିଥିଲା। କିନ୍ତୁ ବର୍ତ୍ତମାନ ସେ ନିଜ ମୌନ କୁ ଭଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚମକାଇ ଦେବା ଭଳି ବୟାନ ଦେଇଛି।
ଗୁରୁବାର ଦିନ ଜାରି କରିଲା ନୂଆ ଭିଡିଓ
ପୁଲୱାମା ର ଦୋଷୀଆତଙ୍କୀ ମସୁଦ ଅଜହର ପୁଲୱାମା ଉପରେ ପ୍ରଥମ ଥର ପାଇଁ ନିଜ ମୌନ ବ୍ରତ ଭାଙ୍ଗିଛି। ସେ ଏକ ନୂଆ ଓଡ଼ିଓ ଜାରି କରିଛି ଯେଉଁଥିରେ ତାହାର ବୟାନ ରେକର୍ଡ କରାଯାଇଛି।ଏହି ଓଡ଼ିଓ ରେ ସେ ବଡ କୁଶଳତା ର ସହ ଆକ୍ରମଣ ରେ ଜୈସ ର ହାତ ଥିବା କଥାକୁ ସମ୍ପୂର୍ଣ୍ଣ ରୂପେ ମନା କରିଦେଇଛି। ଏହା ସହିତ ସେ ପାକ ମେଡିଆ, ପାକିସ୍ତାନ ସରକାର ଇମ୍ରାନ ଖାଁ ଙ୍କୁ ଡର ର କରାର ଦେଇଛି।
ଭାରତ ପ୍ରତି ଭୟଭୀତ ହେବ ଦରକାର ନାହିଁ ବୋଲି କହିଛି
ମସୁଦ ଅଜହର ପାକିସ୍ତାନ କୁ ସଫା ଶବ୍ଦ ରେ ଭାରତ ପ୍ରତି ଭୟଭୀତ ହେବ ଦରକାର ନାହିଁ ବୋଲି କହିଛି।ସେ ଏହି ଆକ୍ରମଣ ରେ ନିଜର କିଛି ହାତ ନାହିଁ ବୋଲି ମଧ୍ୟ ଦାବି କରିଛି। ମସୁଦ ଏହା ମଧ୍ୟ କହିଛି କି, ପୁଲୱାମା ଆକ୍ରମଣ କୁ ସଫଳ କରିଥିବା ଆତଙ୍କୀ ଆଦିଲ ଅହମଦ ଡାର ସହ ସେ କେବେ ଦେଖା ହି କରିନି। ସେ ଏହା ମଧ୍ୟ କହିଛି କି ଯଦି ସେ ଡାର ସହ ମିଶିଥାନ୍ତା ତେବେ ଆହୁରି ଭଲ ହୁଅନ୍ତା।
ମୋଦିଙ୍କ ପାଇଁ ଦେଇଛି ବଡ ବୟାନ
ମସୁଦ ଅଜହର ପିଏମ ମୋଦୀ ଙ୍କ ପାଇଁ ଏକ ବଡ ବୟାନ ଦେଇଛି। ତାହାର କହିବା ଅନୁଯାୟୀ ମୋଦିଙ୍କ କାଶ୍ମୀରରେ ଯାହାବି ନୀତି ଅଛି ତାହା ପୁରାପୁରି ଫେଲ ହୋଇଯାଇଛି। ସେ ଦାବି କରିଛି କି ପୁଲୱାମା ଆକ୍ରମଣ ଯୋଗୁ ମୋଦି ଙ୍କୁ ୨୦୧୯ ନିର୍ବାଚନ ରେ ବହୁତ କ୍ଷତି ହେବ। ଏହା ସହିତ ସେ ଏହା ମଧ୍ୟ ଘୋଷଣା କରିଛି ଯେ ପାକିସ୍ତାନ କୁ କାହା ପ୍ରତି ଭୟଭୀତ ହେବା ଦରକାର ନାହିଁ କାରଣ ବଡ ବଡ ଦେଶ ପାକିସ୍ତାନ ସାଥିରେ ଅଛନ୍ତି।