ଦୃଷ୍ଟି ଶକ୍ତି ବୃଦ୍ଧି କରିବାର ତିନୋଟି ସରଳ ଉପାୟ- ଯାହା ଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟି ଠିକ୍ ହୋଇ ପାରିବ ।

Spread the love

ଆଜିକାଲି ଦୁନିଆରେ ଦୃଷ୍ଟି ଶକ୍ତି ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ରହିଛି । ଏହି ଦୃଷ୍ଟି ଶକ୍ତି ଜନିତ ସମସ୍ୟାର ଅନେକ ଗୁଡିଏ କାରଣ ରହିଛି, ଯେମିତି ଅତ୍ୟଧିକ ମୋବାଇଲ ଫୋନର ବ୍ୟବହାର, କମ୍ପୁଟରର ବ୍ୟବହାର ଇତ୍ୟାଦି । କଣ ଆପଣଙ୍କ ଆଖିର ଦୃଷ୍ଟି କମିଛି କି ? ଏହି ତିନୋଟି ସରଳ ଉପାୟ ଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟି ଠିକ୍ ହୋଇଥାଏ ।

ଆଖିର ଦୃଷ୍ଟି କମିବାରେ ବୟସର ସୀମା ଆଉ କିଛି ନାହିଁ । ଆଜିକାଲିର ପ୍ରଦୂଷଣ ପରିବେଶ ଓ ଖାଦ୍ୟ ଯୋଗୁଁ ଅନେକ ଲୋକଙ୍କ ଆଖିର ଦୃଷ୍ଟି କମିବାରେ ଲାଗୁଛି । ଆଜିକାଲି ଛୋଟ ପିଲାମାନଙ୍କର ମଧ୍ୟ ଆଖିର ଦୃଷ୍ଟି କମିବାରେ ଲାଗୁଛି ।

ଆଖିକୁ ଯତ୍ନରେ ରଖିବା ପାଇଁ କେତେକ ଉପାୟ :-

୧) ଆପଣ ସକାଳେ ଉଠିବା ତୁରନ୍ତ ପାଟିରେ ପାଣି ରଖି ଆଖିକୁ ପାଣି ଛିଟକା ମାରନ୍ତୁ ।
୨) ଅଧିକ ସମୟ ପର୍ଯ୍ୟନ୍ତ ଟିଭି ଦେଖିବା ଠାରୁ ଦୂରେଇ ରୁହନ୍ତୁ ।
୩) ମୋବାଇଲ୍ କମ ବ୍ୟବହାର କରନ୍ତୁ ଓ ରାତିରେ ଶୋଇବା ବେଳେ ଅନ୍ଧାର ହେଇଥିବା ରୁମ ରେ କେବେବି ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ ।
୪) ଟିଭି ଓ ମୋବାଇଲ୍ ରେ ବ୍ୟବହାର କରିବା ସମୟରେ କିଛି ଦୂରତାକୁ maintain କରିବାକୁ ପଡ଼ିବ ।

ଏବେ ଆସନ୍ତୁ ଜାଣିବା, ସେହି ତିନୋଟି ସରଳ ଉପାୟ ବିଷୟରେ ଯାହା ଦ୍ୱାରା ଆମ ଆଖିର ଦୃଷ୍ଟି ପୁଣି ଭଲ ହେବ ।

୧) ରାତିରେ ଶୋଇବା ସମୟରେ ପାଦ କୁ ଭଲକରି ଧୋଇବା ପରେ ପଛି ଦିଅନ୍ତି । ସୋରିଷ ତେଲ ଦୁଇ ପାଦରେ ୧୦ ମିନଟ ଲେଖାଏ ମାଲିସ କରନ୍ତୁ । ଏହା ଦ୍ୱାରା ଶରୀରରେ ରକ୍ତର ସଂଚାଳନ ଠିକ୍ ହୋଇଥାଏ ଓ ଆଖିର ଦୃଷ୍ଟି ବଢିଥାଏ ।

୨) ସକାଳେ ଉଠିବା ପରେ ନିଜ ପାଟିର ଲାଲ କୁ ଦୁଇ ଆଖିରେ ଅଞ୍ଜନ ଭଳି ଲଗାନ୍ତୁ । ଏହା ବି ଆଖିର ଦୃଷ୍ଟିକୁ ବଢ଼ାଇ ଥାଏ ।

୩) ସକାଳେ ଉଠି ଖାଲି ପାଦରେ ସବୁଜ ଘାସ ଉପରେ ଚାଲନ୍ତୁ ଏହା ବି ଅଧିକ ସହାୟତା କରିଥାଏ ଦୃଷ୍ଟି ଶକ୍ତି ବଢିବା ପାଇଁ ।

ଆଜିର ଏହି ସ୍ୱାସ୍ଥ୍ୟ ଜନିତ ଅନୁଛେଦଟି ଆପଣଙ୍କୁ କେମିତି ଲାଗିଲା Comment କରି ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ share କରି ଅନ୍ୟଙ୍କୁ ଜଣାନ୍ତୁ । !!ଜୟ ଜଗନ୍ନାଥ!!