02 ଜାନୁଆରୀ 2019, ବୁଧୁବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ

Spread the love

02 ଜାନୁଆରୀ 2019, ବୁଧୁବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ:

ମେଷ: ଅନ୍ୟ ବ୍ୟକ୍ତିଙ୍କ ପ୍ରଭାବରେ ନିଜ ଜୀବନ ଲକ୍ଷ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆକସ୍ମିକ ଧାନ ଲାଭ ହୋଇପାରେ । ଆପଣଙ୍କ ଶତ୍ରୁମାନେ ଆପଣଙ୍କୁ ନୀଚ ଦେଖାଇବା ପାଇଁ ଓ ଅପମାନିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ । ମନର କଥା ଅନ୍ୟକୁ କହି ଦିଅନ୍ତୁ, ସମସ୍ୟାର ସମାଧାନ ହୋଇଯିବ । ଯେଉଁ କାମକୁ ପୁରା କରିବା ପାଇଁ ଯେତେ ଚେଷ୍ଟା କରିବା ସଫଳତା ମଧ୍ୟ ସେହି ଅନୁସାରେ ନିଶ୍ଚୟ ମିଳିବ । ନିଜର ସନ୍ତାନମାନଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ ।

ବୃଷ: ଆବଶ୍ୟକତା ଠାରୁ ଅଧିକ ଯେକୌଣସି କାର୍ଯ୍ୟ ସର୍ବଦା କ୍ଷତି ହିଁ ହୋଇଥାଏ । ଧୌର୍ଯ୍ୟର ସହ ଅପେକ୍ଷା କରନ୍ତୁ ନିଶ୍ଚୟ କୃତକାର୍ଯ୍ୟ ହେବେ । ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣ କରନ୍ତୁ ନଚେତ ଅସୁବିଧାରେ ପଡ଼ିପାରିବେ । ବ୍ୟବସାୟ କ୍ଷେତ୍ରରେ ବିବାଦ ଉପୁଜିପାରେ । ଆଜିର ଦିନରେ ଧାର ଦେଇଥିବା ଟଙ୍କା ମିଳିବା ସାମାନ୍ୟ କଷ୍ଟକର ହେବ । ନୂତନ କର୍ମ ପ୍ରାପ୍ତି ହେବ ଓ ସହକର୍ମୀମାନଙ୍କ ସହ ଶତ୍ରୁତା ହୋଇପାରେ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଧାର ନେଇଥିବା ଟଙ୍କା ଫେରିପାଇବେ । କର୍ମ କ୍ଷେତ୍ରରେ ନୂତନ ଜାଗାର ନିମନ୍ତ୍ରଣ ବା ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହୋଇପାରିବେ । ମହିଲାମାନେ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ ।

ମିଥୁନ: ସମୟ ଅନୁସାରେ ନିଜକୁ ବଦଳାଇବା ପାଇଁ ଚେଷ୍ଟ କର । ନିଜ ବ୍ୟବହାରରେ ନମ୍ରତା ଆଣିବା ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟର ବ୍ୟସ୍ତତା ମଧ୍ୟରେ ଧାନ ଏକତ୍ରିତ କରିବାରେ ଲାଗି ରହିବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତିରେ ଫାଇଦା ଉଠାଇବେ । ଦାମ୍ପତ୍ୟ ଜୀବ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ମଧ୍ୟ ବୃଦ୍ଧି ହେବ । ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ରହିବେ । ମାଲିମୋକଦ୍ଦମାରେ ସଫଳ ପାଇଲେ ମଧ୍ୟ ମନ ଅସ୍ଥିରତା ରହିବ । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ମନୋରଞ୍ଜନ, ଭ୍ରମଣ କରି ହସଖୁସିର ଦିନ ଅତିବାହିତ କରିବେ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସକାରତ୍ମକ ସଫଳ ପାଇବେ ।

କର୍କଟ: ପାରିବାରିକ ଜୀବନରେ ଅଶାନ୍ତିର ବାତାବରଣ ଦୂରେଇ ଯିବ । ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ଖବର ପାଇ ଅତ୍ୟନ୍ତ ଖୁସିହେବେ । ପରିବାର ସହ ଦୂରଯାତ୍ରା କରି ପାରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ନୂତନ ବନ୍ଧୁତ୍ୱ ଲାଭ କରିବେ । ବ୍ୟବସାୟରେ ସଫଳତା ପାଇବେ । ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା ଓ ସାକ୍ଷାତକାରରେ ପ୍ରତିଟି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଶୁଭକାମ କରି ପ୍ରଶଂସିତ ହେବେ । ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ । ବ୍ୟୟ ଅପେକ୍ଷା ଆୟ ଅଧିକହେବ, ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ଜଗାଜମି, ଗୃହ ଉପକରଣ କ୍ରୟ କରିବେ ।

ସିଂହ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ହଠାତ କୌଣସି କଥାକୁ ନେଇ ମନ ବିସ୍ତାପି ହୋଇପାରେ । ବ୍ୟବସାୟରେ ଉର୍ନ୍ନତି ହେବ ଏବଂ ନୂଆ ବ୍ୟବସାୟର ମଧ୍ୟ ଶୁଭାରମ୍ଭ କରିପାରିବେ । ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ । ଦୂର ଯାତ୍ରା କରି ପାରନ୍ତି । ମନୋବାଞ୍ଛା ପୂରଣ ହେବ । ଧାର ଦେଇଥିବା ଟଙ୍କା ଫେରି ପାରିବେ । ବ୍ୟବସାୟରେ ଲାଭ ପ୍ରାପ୍ତ ହେବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ବ୍ୟବସାୟ ପାଇଁ ଦୂରଯାତ୍ରା କରିବେ ଓ ମନ ପ୍ରଫୁଲ୍ଲ ରହିବ ।

କନ୍ୟା: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ଲାଭ । ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ ରହିବ । ନୂଆ ଦାୟିତ୍ବ ଗ୍ରହଣ କରିବେ । ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଅଚାନକ ଧନପ୍ରାପ୍ତି ହେବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜବୁତ ହେବ । ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଆୟ ଉତ୍ତମ ରହିବ ।ମାଲିମକଦ୍ଦମା ଚାଲୁଥିବା ବିବାଦରେ, ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ । ପୁରାତନ ରୋଗର ଉପସମ ହେବ । ଧାର ଦେଇଥିବା ଟଙ୍କା ଫେରିପାଇବେ ।

ତୁଳା: ଦିନଟି ସକାରାତ୍ମକ ରହିବ । ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ । ଉନ୍ନତି ପାଇଁ ନୂଆ ଅବସର ମିଳିବ । ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବା ହେତୁ ମନ ଖୁସି ରହିବ । ଛାତ୍ରଙ୍କୁ ପରୀକ୍ଷାରେ ପରିଶ୍ରମର ଭଲ ଫଳ ମିଳିବ । ପ୍ରଶାସନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ ।

ବିଛା: ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପୂର୍ଣ୍ଣ ସମର୍ଥ ହେବେ । ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ଅତି ପ୍ରିୟବନ୍ଧୁ ଆର୍ଥିକ ଦିଗରେ ସାହାଯ୍ୟ କରିବେ । ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜ ସୁବିଧାରେ ଓ ସୁବିଧାରେ ହାସଲ କରିପାରିବେ । ସାହିତ୍ୟ, କଳାକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଚାକିରିରେ ପଦୋନ୍ନତି ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରୁିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ଶିଳ୍ପ, ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଓ ଶତୃମାନେ ଦୂରେଇ ଯିବେ ।

ଧନୁ: ନିଜର ଯୋଜନାମୁତାବକ କାମ କଲେ କୌଣସିପ୍ରକାର ଅସୁବିଧା ହେବନାହିଁ । କୋର୍ଟ କଚେରୀ ମାଲିମୋକଦ୍ଦମାରେ ସଫଳତା ମିଳିବ । ଅତୀତର ମନୋସ୍କାମନା ପୂରଣ ହେବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଦ୍ୱାରା ନିଜେ ଅପଦସ୍ଥ ହୋଇପାରନ୍ତି, ସଜାଗ ରହିବ ନିଜ ପାଇଁ ଭଲ । ଆର୍ଥିକ ସଙ୍କଟ ଦେଖା ଦେଇପାରେ । ମହିଳାମାନେ ନିଜ କାମ ଠାରୁ ଅନ୍ୟମନସ୍କ ରହିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

ମକର: ନିଜ ଗୁପ୍ତ କଥା ଅନ୍ୟକୁ କୁହନ୍ତୁ ନାହିଁ । ଆପଣଙ୍କ ସରଳତାର ସୁଯୋଗ ନେବା ପାଇଁ ସମସ୍ତେ ଜଗି ବସିଛନ୍ତି । କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ କୌଣସି କାମ ପ୍ରତି ମନ ଲାଗିବ ନାହିଁ । ନିର୍ମାଣାଧୀନ କାମ ଅଟକି ରହିଥିବା କାରଣରୁ ସାମୟିକ ଭାବେ ମାନସିକ ବିବ୍ରତ ହୋଇପାରନ୍ତି । ବ୍ୟବସାୟକ୍ଷେତ୍ରରେ ଆଶାନୁରୂପକ ସଫଳତା ମିଳିବ ନାହିଁ । ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ; ଯାହା ବି ଆରମ୍ଭ କରିବେ ଅଳ୍ପ ସମୟରେ ପୂରା କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ବଡ଼ ସଫଳତା ମିଳିପାରେ । ବୈବାହିକ ଜୀବନ ଆନନ୍ଦମୟ ହେବ । ସନନ୍ତଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ । ଆଜିର ଯାତ୍ରାରେ ଶୁଭଫଳ ମିଳିବ । ପ୍ରଶାସନ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବାରୁ ମନ ଭଲ ରହିବ ଓ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ପାରିବାରିକ ତିକ୍ତତା ଦୂର ହୋଇ ମାନସିକ ସ୍ଥିତି ଭଲ ରହିବ ।

ମୀନ: ବ୍ୟବସାୟିକ କାର୍ଯ୍ୟ ଲାଗି ଦିନଟି ଭଲ ରହିବ । ଆର୍ଥିକ ମାମଲାରୁ ଲାଭବନ ହେବେ । ପାରିବାରିକ ଦାୟିତ୍ୱ ଆପଣଙ୍କୁ ଅର୍ପଣ କରାଯାଇପାରେ । ସନ୍ଧ୍ୟାରେ ସାଙ୍ଗଙ୍କ ସହ ହସଖୁସିରେ ସମୟ କଟିବ । ସମ୍ପର୍କୀୟଙ୍କ ଠାରୁ ଶୁଭ ସୂଚନା ପାଇ ବେଶ ଖୁସି ହେବେ । ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବ ଯାହାଫଳରେ ମନ ହାଲୁକା ହୋଇଯିବ । ଦୂରଯାତ୍ରାରେ ସଫଳତା ମିଳିବ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନିଜର ଯୋଜନାମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।