ମହାଭାରତ ଅନୁସାରେ ଆଜି ମଧ୍ୟ ଆପଣ ବଂଚି ପାରିବେ 100ବର୍ଷ ପର୍ଯ୍ୟନ୍ତ, କେବଳ ତ୍ୟାଗ କରିବାକୁ ହେବ କେତେକ ଅଭ୍ୟାସ !

Spread the love

ଆଜିର ସମୟରେ ବ୍ୟକ୍ତିର ଜୀବନ ଆୟୁ 60 ବର୍ଷ ରୁ ବି କମ ହେଇଯାଇଛି । ମହାଭାରତ ମହାକାବ୍ୟରେ କୁହାଯାଇଛି ଯେ, ପ୍ରତି ବ୍ୟକ୍ତି 100ରୁ ଅଧିକ ବର୍ଷ ବଂଚିପାରିବେ । ମହାଭାରତ ସମୟରେ ଯଦି କେହି କିଛି ଦୁର୍ଘଟଣା କିମ୍ବା ଯୁଦ୍ଧରେ ନ ମାରିଛନ୍ତି, ତେବେ ପ୍ରତି ବ୍ୟକ୍ତିଙ୍କ ଜୀବନ ଆୟୁ 100ରୁ ଅଧିକ ବର୍ଷ ଥିଲା । ଏହି ସମ୍ଭନ୍ଧରେ ଗୋଟେ ଥର ଧୃତରାଷ୍ଟ୍ର ବିଦୁରଙ୍କୁ ପ୍ରଶ୍ନ କରିଥିଲେ କି ଯେବେ ଶାସ୍ତ୍ରରେ ସମସ୍ତ ବ୍ୟକ୍ତିଙ୍କ ଆୟୁ 100 ରୁ ଅଧିକ ବର୍ଷ ନିର୍ଦ୍ଧାରିତ ହେଇଛି । ତା’ହେଲେ କେମିତି କାହାର ବି କମ ଅୟୁରେ ମୃତ୍ୟୁ ହେଇଯାଉଛି ! ତେବେ ବିଦୁର 100ବର୍ଷରୁ ଉର୍ଦ୍ଦ୍ୱ ସମୟ ଜୀବିତ ନ ରହି ପାରିବାର କିଛି ମୁଖ୍ୟ କାରଣ ବି କହିଲେ ।

ଆବଶ୍ୟକ ଠାରୁ ଅଧିକ କଥା କହୁଥିବା ଲୋକ : ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଆବଶ୍ୟକ ଠାରୁ ଅଧିକ କଥା କୁହନ୍ତି । ଅଧିକ କହୁଥିବା କାରଣରୁ ତାଙ୍କ ଶରୀରର ଉର୍ଜା ଧୀରେ ଧୀରେ କମ ହେଇଯାଏ ଏବଂ ଏହା ତାଙ୍କ ମୃତ୍ୟୁର କାରଣ ହେଇଯାଏ ।

ଅହଂକାର କରୁଥିବା ବ୍ୟକ୍ତି : ବିଦୁରଙ୍କ ଅନୁସାରେ ଅହଙ୍କାରୀ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ପୁଣ୍ୟ ଧୀରେ ଧୀରେ ନଷ୍ଟ ହେଇଯାଏ । ଅହଙ୍କାରୀ ଭଲ ଏବଂ ଖରାପରେ ଅନ୍ତର କଣ ଜାଣି ପରେ ନାହିଁ । ଧୀରେ ଧୀରେ ସେ ଶାରୀରିକ ରୂପରୁ ଦୁର୍ବଳ ହେଇଯାଏ ଏବଂ ସେ 100ବର୍ଷ ବଞ୍ଚି ପାରେ ନାହିଁ ।

ଅଧିକ କ୍ରୋଧ କରୁଥିବା ଲୋକ : ବିଦୁର କହନ୍ତି କ୍ରୋଧରେ ବ୍ୟକ୍ତି ଭଲ ଓ ଖରାପ ବୁଝିବା କ୍ଷମତା ହରେଇ ବସେ ଏବଂ ନିଜ ଦ୍ୱାରା ହେଉଥିବା ଭୁଲକୁ ବୁଝି ପାରେନାହିଁ ଏବଂ କ୍ରୋଧର କାରଣରୁ ନିଜର ଉର୍ଜାକୁ ନଷ୍ଟ କରିଦିଏ । ଯାହାକୁ ଅଧିକ ସମୟ ଯାଏ ପାଇ ନ ଥାଏ ।

ଅଧିକ ମୋହ କରିବା ବ୍ୟକ୍ତି : କିଛି ଲୋକ ଭୋଗ ବିଳାସର ଦୁନିଆରେ ଏତେ ମାତ୍ରାରେ ଲିପ୍ତ ହେଇଯାନ୍ତି ଯେ, ଶାରୀରିକ ଶ୍ରମ କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ, ଯାଦ୍ଵାରା ତାଙ୍କ ଶରୀର ଆଳସ୍ୟର ଶୀକାର ହେଇଯାଏ ଏବଂ ସେହିପରି ବ୍ୟକ୍ତିମାନେ କମ ବୟସରେ ଅନେକ ରୋଗର ଶିକାର ହେଇଯାନ୍ତି ।

ବିଶ୍ୱାସଘାତୀ ବ୍ୟକ୍ତି : ସେହି ଲୋକ ଯିଏ ନିଜର ଖାସ ବା ବିଶ୍ଵସ୍ଥ ବ୍ୟକ୍ତି ଏବଂ ସମ୍ପର୍କୀୟଙ୍କ ସହ ଵିଶ୍ଵାସଘାତକତା କରୁଥାଏ, ସେହିପରି ଲୋକଙ୍କୁ ସମୟ ମଧ୍ୟ ତା’ସହ ସେହି ଭଳି କରିଥାଏ ଏବଂ ତାଙ୍କ ଖରାପ ସମୟରେ କେହି ତାଙ୍କ ସାଥ ଦିଅନ୍ତି ନାହିଁ । ଯଦ୍ୱାରା ସେହିପରି ଲୋକମାନେ ଚିନ୍ତାରେ ଆକ୍ରାନ୍ତ ହୁଅନ୍ତି ଏବଂ ବିଭିନ ରୋଗରେ ପୀଡି଼ତ ହୁଅନ୍ତି ।

ସ୍ୱାର୍ଥୀ ବ୍ୟକ୍ତି : କିଛି ଏମିତି ଲୋକ ବି ଅଛନ୍ତି ଯିଏ ସବୁବେଳେ ନିଜ ସ୍ୱାର୍ଥ ପାଇଁ କର୍ମ କରନ୍ତି । ଏମିତି ଲୋକ ମାନସିକ ବିକାର ଦ୍ବାରା ଗ୍ରାସିତ ହେଇଯାନ୍ତି । ଏବଂ ଅନ୍ତରେ ମୃତ୍ୟୁକୁ ପ୍ରାପ୍ତ ହେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଅନୁଚ୍ଛେଦଟି ପସନ୍ଦ ଆସେ ତାହେଲେ share କରନ୍ତୁ ।