ରାହୁଲ ଗାନ୍ଧୀଙ୍କ ଘୋଷଣା କଲେ, ଆଗାମୀ ନିର୍ଵାଚରେ କଂଗ୍ରେସ ସରକାର ଗଠନ କଲେ, ଗରିବଙ୍କୁ ମିଳିବ ସର୍ବନିମ୍ନ ଆୟ

Spread the love

ଦୀର୍ଘ 15 ବର୍ଷ ପରେ ଛତିଶଗଡ଼ରେ କୃଷକଙ୍କ ସହ ଜଡିତ ଥିବାରୁ କଂଗ୍ରେସ ପୁନର୍ବାର ସରକାର ଗଠନ କରିପାରିଛି । କଂଗ୍ରେସ ସରକାର ଗଠନ ପରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଥମ ଥର କରି ଷୋମବାର ଦିନ ସେହି ପ୍ରଦେଶରେ ପହଂଚି ଥିଲେ, ସେହି ପ୍ରଦେଶରେ ଆୟୋଜିତ “କୃଷକ ଆଭାର ସମ୍ମିଳନୀ”ରେ କୃଷକମାନଙ୍କୁ ସମ୍ବନ୍ଧିତ କରି ଏକ ବଡ ଘୋଷଣା କରିଥିଲେ । ସେ କହିଥିଲେ ଯେ, କଂଗ୍ରେସ ପାର୍ଟି ନିର୍ଣ୍ଣୟ ନେଇଛି ଯେ, ଆଗାମୀ 2019 ଲୋକସଭା ନିର୍ଵାଚରେରେ କଂଗ୍ରେସ ଯଦି ସରକାର ଗଠନ କରିବ ତେବେ ସୁନିଶ୍ଚିତ ଭାବରେ ଗରିବଙ୍କ ସର୍ବନିମ୍ନ ମୌଳିକ ଆୟ ଯୋଗାଇଦେବ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଯେତେବେଳେ ବିପକ୍ଷ ଦଳରେ ଥିଲା ସେହି ସମୟରେ ମଧ୍ୟ କୃଷକଙ୍କ ସହିତ ଥିଲେ ଏବଂ କୃଷକଙ୍କ ଋଣ ମଧ୍ୟ ଛଡା କରିଥିଲେ ଏବଂ ସରକାରଙ୍କୁ ମଧ୍ୟ ଏହି କୃଷକଙ୍କ ବିଷୟରେ ଅବଗତ କରୁଥିଲେ କିନ୍ତୁ ସରକାର ଏନେଇ ନିଜର ନିରପେକ୍ଷ ନୀତି ଅବଲମ୍ବନ କରି କହୁଥିଲେ । ଆହୁରି ମଧ୍ୟ କହିଲେ ଯେ, “ହିନ୍ଦୁସ୍ଥାନର କୃଷକମାନଙ୍କ ପାଇଁ ସରକାରଙ୍କ ପାଖରେ 600କୋଟି ନାହିଁ କିନ୍ତୁ ଅନିଲ ଅମ୍ବାନୀଙ୍କ ପାଇଁ 30,000 କୋଟି ଅଛି । ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟି ମନରେଗାରେ ଯେପରି 100 ନିମନ୍ତେ ନିଶ୍ଚିତ ରୋଜଗାରର ବନ୍ଦବୋସ୍ତ କରିଛି ଠିକ ସେହିପରି ସର୍ବନିମ୍ନ ମୌଳିକ ଆୟାର ବନ୍ଦବୋସ୍ତ କରିବା ।

ଏହାକୁ ଏକ ‘ଐତିହାସିକ ଘୋଷଣା’ ବୋଲି ଅଭିହିତ କରି କଂଗ୍ରେସ ପାର୍ଟି ତା’ର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ରାହୁଲଙ୍କର ଏକ ଭିଡିଓ ଅପ୍‌ଲୋଡ୍‌ କରିଛିନ୍ତି । ଦେଶର ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରଦାନ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ବିଡ଼ିଓରେ କହିଛନ୍ତି । ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧୀ ନିଜେ ତାଙ୍କ ଟୁଇଟର ଆକାଉଣ୍ଟ୍‌ରେ ଏକ ଟୁଇଟ୍‌ କରି ଏପରି ଏକ ଶପଥ ନେଇଛନ୍ତି ।

ଏକ ନୂଆ ଭାରତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ରାହୁଲ ଟୁଇଟ୍‌ ଜରିଆରେ ଜଣାଇଛନ୍ତି ଏବଂ କହିଛନ୍ତି, ଦେଶର କୋଟି କୋଟି ଭାଇଭଉଣୀ ଗରିବୀ ସହ ସଂଘର୍ଷ କରୁଥିବା ବେଳେ ଆମେ ନୂତନ ଦେଶ ଗଢ଼ିପାରିବା ନାହିଁ । ଆଗାମୀ ନିର୍ଵାଚରେ କଂଗ୍ରେସ ସରକାର ଗଠନ କରିଲେ ନ୍ୟୁନତମ ଆୟ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି ଓ ଭୋକ ଉପାସରେ କାଳାତିପାତ କରୁଥିବା ଲୋକଙ୍କୁ ନିଜ ଦ୍ରୁଷ୍ଟିକୋଣରେ ସର୍ବଦା ରଖିବା ପାଇଁ ମଧ୍ୟ ପ୍ରତିଜ୍ଞା କରିଛନ୍ତି ।