ଆଧାର କାର୍ଡ ସହ ଜଡିତ ଏହି ୪ଟି ଖବର ନିଶ୍ଚୟ ପଢନ୍ତୁ : ଆଧାର କାର୍ଡ ମାଧ୍ୟମରେ ବୁଲିପାରିବେ ପୋଡେଶୀ ଦେଶ

Spread the love

ଭାରତର ପ୍ରତ୍ୟେକ ନାଗରିକକୁ ଆଧାର କାର୍ଡ ବିଷୟରେ ଏହି ତିନୋଟି ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ ବିଷୟରେ ଆସିଲା ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ ଖବର । ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ କି ଆଧାର କାର୍ଡ ପ୍ରତ୍ୟେକ ଲୋକକର ଅଛି । କାରଣ ଆଧାର କାର୍ଡ ଦ୍ୱାରା ଆମେ ଅନେକ ସରକାରୀର ନୂଆ ନିୟମ ମାନଙ୍କରେ ଲାଭବାନ ହେଇପାରୁଛୁ । ଆଧାର କାର୍ଡର କେଉଁ ତିନୋଟି ବଡ଼ ଖବର ବାହାରିଲା ଆସନ୍ତୁ ସେ ବିଷୟରେ ଏବେ ଆମେ ସମ୍ପୁର୍ଣରୂପେ ଜାଣିବା ।

1- ବିଭିନ୍ନ ସ୍ଥାନ ବୁଲିବାକୁ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ସରକାର ଏଥିପାଇଁ ଖାସ୍‌ ବ୍ୟବସ୍ଥା କରି ଦେଇଛନ୍ତି। ଏହାପୂର୍ବରୁ ୬୫ବର୍ଷରୁ ଅଧିକ ଓ ୧୫ ବର୍ଷରୁ କମ୍‌ ବୟସର ଲୋକମାନଙ୍କୁ ନେପାଳ ଓ ଭୁଟାନ୍‌ ଯାତ୍ରା ପାଇଁ ନିଜର ପରିଚୟ ଦେବା ପାଇଁ ନିଜର ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍‌ସ୍‌, କେନ୍ଦ୍ର ସରକାର ସ୍ୱାସ୍ଥ୍ୟା ସେବା କାର୍ଡ ତଥା ରାସନ୍‌ କାର୍ଡ ଦେଖାଇବାକୁ ପଢୁଥିଲା । କିନ୍ତୁ ଆଧାରକାର୍ଡ ବ୍ୟବହାର ଭାରତୀୟ ନାଗରିକ ଭାବେ କରି ପାରୁ ନ ଥିଲେ । କୁହାଯାଉଛି କି ଏବେ ଆଧାରକାର୍ଡକୁ ବୈଧ ଦସ୍ତାବିଜ ତାଲିକାରେ ଯୋଡ଼ି ଦିଆଯାଇଛି । ଏଥିସହିତ ୧୫ରୁ ୧୮ ବର୍ଷର ଟିନ୍‌ଏଜର ଭାରତ ଓ ନେପାଳ ଯାତ୍ରା ପାଇଁ ନିଜର ସ୍କୁଲ ପ୍ରିନ୍‌ସପାଲ ଦ୍ୱାରା ଜାରି ପ୍ରମାଣପତ୍ର ଆଧାରରେ କରି ପାରିବେ ।

2- ପେନସନ, ସବସିଡ଼ି ପାଇଁ ଆଉ ଦେବାକୁ ପଡିବ ନାହିଁ ଆଧାର, ବନ୍ଧୁ ସୁପ୍ରିମକୋର୍ଟ ନିର୍ଦ୍ଧେଶ ଅନୁସାରେ ସିମ କାର୍ଡ କିଣିବା ସମୟରେ କିମ୍ବା ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାର କାର୍ଡ଼ର ଆଇଡିର (ଆଧାର ନମ୍ବର) ଆବଶ୍ୟକତା ବନ୍ଦ ଆଉ ହେବ ନାହିଁ । ଏବେ ପେନସନ, ବିପିଏଲ କାର୍ଡ, ସବସିଡ଼ି ପାଉଥିବା ବ୍ୟକ୍ତିମାନେ ମଧ୍ୟ ଆଧାର କାର୍ଡ ଦେବା ଆବଶ୍ୟକ ରହିବ ନାହିଁ ।

3- ଆଧାରର ଆବଶ୍ୟକତାକୁ ନେଇ କେନ୍ଦ୍ର ସରକାର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ । ଏବେ ଆପଣଙ୍କୁ ବ୍ୟାଙ୍କ ମାନଙ୍କରେ ଖାତା ଖୋଲିଲେ ବା ସିମ୍ କାର୍ଡ ନେବାବେଳେ ଆଧାର କାର୍ଡ ଦେବାକୁ ଆଉ ଆବଶ୍ୟକତା ରହିବ ନାହିଁ । ଆଧାର କାର୍ଡ ଦେବାପାଇଁ ଏବେ ଆଉ କିଛି ବାଧ୍ୟତା ରହିବ ନାହିଁ । ଯେଉଁ କମ୍ପାନୀ (ସରକାରୀ ହେଉ ବା ବେସରକାରୀ) ଆଧାର କାର୍ଡ ବାଧ୍ୟତା କରିବେ, ସେହି କମ୍ପାନୀକୁ ୧ କୋଟି ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି ବ୍ୟାଙ୍କ ଓ ଟେଲିକମ୍ ରେ ଆପଣଙ୍କୁ ଆଧାର କାର୍ଡ ଦେବାପାଇଁ ବାଧ୍ୟ କରନ୍ତି ତେବେ ସେମାନଙ୍କୁ ୧ କୋଟି ଟଙ୍କାର ଜୋରିମନା ଦେବାକୁ ପଡିପାରେ ।

4- ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଏ ତେବେ free ରେ ନୂଆ କାର୍ଡ କରିପାରିବେ । ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଇଛି ଓ ନୂଆ କାର୍ଡ କରିବାକୁ ଚାହୁଁଛନ୍ତି ତେବେ ଆଧାର ୱେବସାଇଟ ରେ ଲୋଗିନ କରି ଆପଣ ନିଜେ କରିପାରିବେ ।