ଆଚାର୍ଯ୍ୟ ଚାଣକ୍ୟଙ୍କ 10ଟି ଅମୁଲ୍ୟ ବଚନ :

Spread the love

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନେକ ନୀତି ଶ୍ଳୋକ ପଢ଼ିଥିବେ ଯାହା ଜୀବନ ସହିତ ସମ୍ବନ୍ଧିତ । ଏହି ନୀତି ଶ୍ଳୋକକୁ ଅନୁସରଣ କରି ମନୁଷ୍ୟ ନିଜକୁ ଉଚିତ ମାର୍ଗରେ ପରିଚାଳିତ କରିବା ସଂଗେ ସଂଗେ ଜୀବନର ମହତ୍ଵକୁ ବୁଝିବାକୁ ମଧ୍ୟ ବୁଝିପାରିବ ଓ ଜୀବନକୁ ଆନନ୍ଦ ଉଲ୍ଲାସରେ ବିତାଇବା ପାରିବ । ସମସ୍ତ ମନୁଷ୍ୟର ଇଛା କି ସେ ଜୀବନରେ ସର୍ବଦା ସଫଳତା ପ୍ରାପ୍ତ କରୁ, ଯେଉଁଥିପାଇଁ ସେ ଦିନ ରାତି କଷ୍ଟ କରିଥାଏ କିନ୍ତୁ ଏତେ କଷ୍ଟ କରିବା ପରେ ମଧ୍ୟ ସମସ୍ତେ ସଫଳତା ବେଳେବେଳେ ମିଳି ନ ଥାଏ । ଆସନ୍ତୁ ଆଜି ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଦଶଟି ଅମୁଲ୍ୟ ବଚନ :

1. ଆତ୍ମାକୁ ଅଲଗା କରି ଶରୀରରୁ ଜଣକର ଅନ୍ତର୍ନହିତ ଭାବର ମୂଲ୍ୟାଙ୍କନ କରାଯାଇପାରେ ନାହିଁ । ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ ।

2.ଅର୍ଥର ଅନ୍ୟନାମ ଚଂଚଳା । ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରେ ନାହିଁ । ଅର୍ଥ ସେମିତି ଆଜି ତମ ପାଖରେ ତ କାଲି ତାଙ୍କ ପାଖରେ । ପୁଣି କେବେ ଅନ୍ୟମାନଙ୍କ ପାଖରେ ଥାଏ ।

3.ଆଖି, କାନ, ନାକ, ଜିଭ, ଚର୍ମ ଆଦି ଏକ ଏକ ଇନ୍ଦ୍ରିୟ । ଏମାନଙ୍କ ସହିତ ହାତ, ପାଦ, ମୁହଁ, ଲିଙ୍ଗ, ମଳଦ୍ୱାର ଆଦି ସଂଯୁକ୍ତ । ଯେତେ ପ୍ରକାରର ଅଶୋଭନୀୟ କର୍ମ ମଧ୍ୟ ଏମାନଙ୍କ ଦ୍ୱାରା ହିଁ କରାଯାଇପାରେ । ଏମାନଙ୍କ ଉପରେ ସଂଯମ ରକ୍ଷା କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ହେବା ଉଚିତ୍ ।

4. ଆତ୍ମଜ୍ଞାନ ପ୍ରାଣୀକୁ ଅନ୍ଧକାର ମଧ୍ୟରୁ ବାହାର କରି ଆଲୋକିତ ଦୁନିଆଁକୁ ନେଇଯାଏ । ଜ୍ଞାନ ହିଁ ଉଜ୍ଜ୍ୱଳ ଆଲୋକ । ଏହାର ଜ୍ୟୋତିରେ ସମସ୍ତ ଅଭିନବ ତୁଟିଯାଏ ।

5. ଆଶାନୁରୂପ ଫଳ ନମିଳିଲେ ଅଧୈର୍ଯ୍ୟ ନହୋଇ ଧୈର୍ଯ୍ୟର ସହିତ ଅଧିକ ସୁଫଳ ପାଇବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ୍ । ଇନ୍ଦ୍ରୀୟ ସଂଯମ, ଜୀବନ ଦୟା, ଆତ୍ମବତ୍ ନୀତିରେ ଚାଲିଲେ ବୁଦ୍ଧିର ଶୁଦ୍ଧି ଘଟିଥାଏ ।

6. ଏ ଦୁନିଆଁ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଞ୍ଚଳ, ଗତିଶୀଳ । କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତକର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ ।

7. କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ ।

8. କର୍ମ ଘେନି ମଣିଷ ଛୋଟ ବଡ, ଉଚ୍ଚ ନୀଚ ଜାତିର ବୋଲି ଜଣା ଯାଏ । କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ ।

9. କେତେକ ଲୋକ ଏପରି ଅଛନ୍ତି ଯେଉଁମାନେ କି ନିଜକୁ ସବୁଠାରୁ ଅଧିକ ଚାଲାକ୍, ବିଦ୍ବାନ ବୋଲି ମନେ କରନ୍ତି । ସେମାନେ ଯାହା କରନ୍ତି ତାହା ସଠିକ୍ ଓ ଧର୍ମଧାରଣା ଉପରେ ଆଧାରିତ ବୋଲି କହନ୍ତି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେହିମାନେ ହିଁ ବାରମ୍ବାର ଠକନ୍ତି ଓ ଦୁଃଖ ପାଆନ୍ତି ।

10. କେହି ଶହେ ବର୍ଷ ବଞ୍ଚି ଯଦି ଖରାପ କାମ କରୁଥାଏ ତେବେ ତାର ବଞ୍ଚିବା ମରିବାରେ କିଛି ଫରକ ନଥାଏ । କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । ଏହାସହିତ ସତ୍ କର୍ମ, ଆଚରଣ, ନିଷ୍ଠା ଜଡିତ ହେବା ଆବଶ୍ୟକ ।

!!ଜୟ ଜଗନ୍ନାଥ!!