CISFରେ ଚାକିରୀ ହୋଇଯିବ ପରେ ଜଣେ ଯବାନ ତାଙ୍କର ଗର୍ଭବତୀ ସ୍ତ୍ରୀଙ୍କୁ ମାଗିଲେ ଏହି ଜିନିଷ….

Spread the love

ଆମ ଦେଶରେ ଯୌତୁକ ପ୍ରଥା ବିକଟାଳ ରୂପ ଧାରଣ କରି ସାରିଲାଣି । ଏହାର ଏକ ଜୀବନ୍ତ ପ୍ରମାଣ ବିହାରର ମୁଙ୍ଗେର ଜିଲ୍ଲାରୁ ଆସି ଅଛି । ଆମେ ଏହି ପୋଷ୍ଟ ମାଧ୍ୟମରେ ଆଜି ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଜଣେଇବାକୁ ଯାଉଛୁ, ଯିଏ କି CISFରେ ଚାକିରୀ ହେଲା ପରେ ସେ ତାଙ୍କର ପତ୍ନୀକୁ ଏକ ଅଜବ ଜିନିଷ ମାଗି ଥିଲେ । ପ୍ରକୃତରେ ପୁରା ଖବର କଣ, ଆସନ୍ତୁ ଜାଣିବା ।

ସି.ଆଇ.ଏସ୍.ଏଫ୍ ରେ ଚାକିରୀ ମିଳିବା ପରେ ବଦଳିଗଲା ନିଜ ବଚନ :-

କଥା ଏହା ଯେ ସିଆଇଏସଏଫ ଜଣେ ବ୍ୟକ୍ତିର ଚାକିରୀ ମିଳିବା ପରେ ସେ ନିଜର ପତ୍ନୀଙ୍କୁ 20 ଲକ୍ଷ ଟଙ୍କା ଯୌତୁକରେ ମାଗି ଥିଲେ । ସବୁଠାରୁ ଦୁଃଖଦାୟକ କଥା ଏହା କି, ସେହି ସମୟରେ ତାଙ୍କର ପତ୍ନୀ ଗର୍ଭବତୀ ଥିଲେ । କିନ୍ତୁ ବର୍ତ୍ତମାନ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି । ଆପଣଙ୍କୁ ଜଣାଇଦେଉଛୁ ଯେ, ଏହି ମହିଳାଙ୍କର ନାମ କୁମାରୀ ପୂଜା ଅଟ ଓ ଏହି ସି.ଆଇ.ଏସ୍.ଏଫ୍ ଯବାନଙ୍କର ନାମ ରାହୁଲ ଅଟେ । 8 ଡିସେମ୍ବର 2014କୁ ଦୁହିଁଙ୍କର ବିବାହ ହୋଇଥିଲା । ଆପଣଙ୍କୁ ଅବଗତ କରାଇଦେଉଛୁ ଯେ, ଏହି ମାମଲା କୋତବାଲି ଥାନା ଅନ୍ତର୍ଗତ ଅଟେ । ଏହି ଘଟଣାଟିକୁ ପୋଲିସ ରୁଜ୍ଜ କରିନେଇଛି ।

ଡିଆଇଜିଙ୍କୁ ଆବେଦନ ଦେଇ ଗୁହାରି ଜଣାଇଛନ୍ତି :-

ଏହି ମାମଲା ଧୀରେ ଧୀରେ ଗମ୍ଭୀର ହେବାକୁ ଲାଗିଲା । ଏହା ଉପରେ ପିଡିତା ଡ଼ିଆଇଜିଙ୍କୁ ଆବେଦନ କରିଥିଲେ ଏବଂ ଏହି ମାମଲାଟି ଗଭୀରତାର ସହ ଚିନ୍ତା କରି ନ୍ୟାୟ ଦେବା ପାଇଁ ଆବେଦନ କରିଛନ୍ତି- କୁମାରୀ ପୁଜା । ଆପଣଙ୍କୁ ଜଣାଇଦେଉଛୁ ଯେ, ଯେଉଁ ସମୟରେ ରାହୁଲ 20 ଲକ୍ଷ ଟଙ୍କା ଯୌତୁକ ପାଇଁ ଦାବି କରିଥିଲେ, ସେଇ ସମୟରେ ପିଡିତା ଗର୍ଭବତୀ ଥିଲେ । ଏହାପରେ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ । ଏଥିରେ ରାହୁଳଙ୍କୁ ନିମନ୍ତ୍ରଣ କରାଯାଇଥିଲ । କିନ୍ତୁ ସେ ଯିବା ପାଇଁ ମନା କରି ଦେଇଥିଲେ । ଏପରିକି ସେ 20 ଲକ୍ଷ ଟଙ୍କା ତାଙ୍କୁ ନ ମିଳିଲେ ସେ ତାଙ୍କର ପତ୍ନୀକୁ ଛାଡି ଦେବାର ବି ଧମକ ଦେଇଛନ୍ତି ।