ଆମେରିକାର ଏକ ମହିଳା ଏକାସଙ୍ଗେ ଗୋଟିଏ କିମ୍ବା ୨ଟି ନୁହଁ ବରଂ ୧୭ଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।

Spread the love

ଅନେକ ଥର ଆପଣମାନେ ଶୁଣିଥିବେ ଯେ, ଜଣେ ମହିଳା ଥରକେ ୨ଟି, ୩ଟି କିମ୍ବା ୪ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ବିଷୟ ନାହିଁ, ବେଳେବେଳେ ଏହିପରି ଘଟଣା ଗୁଡିକ ଆସି ଯାଇଥାଏ । କିନ୍ତୁ ଆଜି ଆମେ କହିବୁ ଯେ, ଜଣେ ମହିଳା ଥରକେ ୧୭ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ତେବେ ଏହା ଶୁଣି ଆପଣ ଭାବିବାକୁ ଲାଗିବେ ଏହା କିପରି ସମ୍ଭବ ହୋଇପାରେ ! ଆଜିକାଲି ସୋସିଆଲ ମିଡ଼ିଆ ଏକ ଏପରି ସ୍ଥାନ ହୋଇ ଯାଇଛି ଯେଉଁଠି ସାରା ଦୁନିଆରେ କଣ ଘଟୁଛି; ସେହି ବିଷୟରେ ଲୋକଙ୍କୁ ଅତି ସହଜରେ ଜଣାପଡି ଯାଉଛି ଏବଂ ଏହି ସୋସିଆଲ ମିଡିଆରେ ଏକ ଗର୍ଭବତୀ ମହିଳାଙ୍କ ଆଶ୍ଚର୍ଯ୍ୟମୟ କାହାଣୀ ଭାଇରଲ ହୋଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଆମେରିକାର ଏହି ମହିଳା ଏକାସଙ୍ଗେ ୧୭ଟି ଯାଆଁଳା ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ଆକସ୍ମିକ ଭାବରେ ଭାଇରଲ ହୋଇଥିବା ଏହି ପୋଷ୍ଟରେ ତିନୋଟି ଫୋଟ ସହ ଏକ କାହାଣୀ ମଧ୍ୟ ଲେଖା ହୋଇଛି । ଏକ ଫୋଟରେ ଏକ ଗର୍ଭବତୀ ମହିଳା ସେଲ୍ଫି ନେବାର ଦେଖାଯାଉଛି, ଯାହାର ପେଟ ଅସାମାନ୍ୟ ଦେଖାଯାଉଛି । ଦ୍ଵିତୀୟ ଫୋଟରେ କିଛି ଛୋଟ ଛୋଟ ଶିଶୁ ଦେଖାଯାଉଛନ୍ତି ଏବଂ ତୃତୀୟ ଫୋଟରେ ଶିଶୁମାନଙ୍କ ସହ ଏକ ବ୍ୟକ୍ତି ମଧ୍ୟ ଅଛନ୍ତି । ଏହି ପୋଷ୍ଟରେ ଲେଖାଯାଇଛି ଯେ, ଆମେରିକାର କେଥରୀନ ବ୍ରିଜ ନାମକ ଏହି ମହିଳା ସବୁଠାରୁ ଅଧିକ ଅର୍ଥାତ ଗୋଟିଏ ଥରକେ ୧୭ଟି ଶିଶୁଙ୍କୁ ଜନ୍ମ ଦେବାର ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ଏବେ ଆପଣଙ୍କୁ ଏହାର ସତ୍ୟତା କଣ ଜଣାଉଛୁ ।

ସତରେ ଏକାଥରକେ ୧୭ଟି ଶିଶୁଙ୍କୁ ଜନ୍ମ ଦେବା ବାସ୍ତବରେ ଆଶ୍ଚର୍ଯ୍ୟର ବିଷୟ ଅଟେ । ଯେତେବେଳେ ଏହି ପୋଷ୍ଟର ଅନୁସନ୍ଧାନ କରାଗଲା, ସେତେବେଳେ ଏହା ନକଲି ବୋଲି ଜଣାପଡିଲା । ଏହି ଖବର World News Daily Report ନାମକ ଏକ ବେବସାଇଟରେ ଛପା ଯାଇଥିଲା, ଯେଉଁ ୱେବସାଇଟ କୌତୁହଳ ଏବଂ ଆନନ୍ଦ ପାଇଁ କାଳ୍ପନିକ ଖବର ଛପାଇ ଥାଏ । Richard Camarinta Dy ନାମକ ଏକ ଫେସବୁକ ୟୁଜର୍ସ ଏହି ପୋଷ୍ଟକୁ ସେୟାର କରିଥିଲେ ଏବଂ ଏହି ପୋଷ୍ଟକୁ ବର୍ତ୍ତମାନ ୩୩,୦୦୦ରୁ ଅଧିକ ଲୋକ ସେୟାର କରି ସାରିଲେଣି । ଏହି ଫୋଟରେ ଦେଖାଯାଉଥିବା ମହିଳା ବାସ୍ତବରେ ଅଛନ୍ତି ।

ଏହି ପୋଷ୍ଟକୁ ଉମେନ ଡେଇଲୀ ମ୍ୟଗାଜିନ ନାମକ ୱେବ୍ସାଇଟରୁ ସେୟାର କରାଯାଇଥିଲା । ଏହା ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଅଟେ ବୋଲି ଅନୁସନ୍ଧାନ ପରେ ଜଣାପଡିଥିଲା । ଏହି ପୋଷ୍ଟରେ ଦେଖା ଯାଉଥିବା ମହିଳାଙ୍କ ଫୋଟକୁ ଫୋଟୋସପ କରାଯାଇଥିଲା ଏବଂ ଅନ୍ୟସବୁ ଫୋଟ ଗୁଡିକୁ ପ୍ରସୂତି ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡାକ୍ତରଙ୍କର ଘୋରେଇ ଚିକିତ୍ସାଳୟରୁ ନିଆଯାଇଥିଲା । ଫୋଟରେ ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ଡାକ୍ତର ରବର୍ଟ ଏମ ବିଟର ଅଟନ୍ତି । ଯିଏକି ନିଜର ଫେସବୁକର କଭର ଉପରେ ଏହି ଫୋଟ ଲଗାଇ ରଖିଛନ୍ତି ।