ଜଣେ ମହିଳା ୬ ଜଣ ଛୁଆଙ୍କୁ କେବଳ ୯ ମିନିଟ୍ ରେ ଜନ୍ମ କରାଇଥିଲେ! ହୋଇଥିଲା ସଫଳ ପ୍ରସବ… ।

Spread the love

ଡାକ୍ତରଖାନାର ରିପୋର୍ଟ ଅନୁସାରେ ଛୁଆଗୁଡିକର ଓଜନ ୭୫୦ ଗ୍ରାମରୁ ଆରମ୍ଭ କରି ୧ କିଲୋ ୩୦୦ ଗ୍ରାମ ପର୍ଯ୍ୟନ୍ତ ହୋଇଥିଲା । ଏହି ଛୁଆମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ରହିଛି । ଡାକ୍ତରଖାନାର କର୍ମଚାରୀ ଛୁଆମାନଙ୍କର ଠିକ୍ ଯତ୍ନ ନେଉଛନ୍ତି ।

ଆଜିର ଏହି ଦୁନିଆରେ ସବୁ କିଛି ସମ୍ଭବ ହୋଇପାରେ । ଆପଣମାନେ ଶୁଣି ଥିବେ କୌଣସି ଜୀବଜନ୍ତୁ ଏକାଥରକରେ ବହୁତ ଛୁଆ ଜନ୍ମ କରିଥିବେ କିନ୍ତୁ ଆଜିର ଏହି ଦୁନିଆରେ ମନୁଷ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସମ୍ଭବ ହୋଇପାରୁଛି । ଏହା ପ୍ରଥମଥର ହୋଇଛି ଯାହା ଜଣେ ମହିଳା ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକଥରକରେ ୬ଟି ଛୁଆଙ୍କୁ ଜନ୍ମ ଦେଇଛନ୍ତି ଓ ସମସ୍ତେ ସୁସ୍ଥ ମଧ୍ୟ ଅଛନ୍ତି । ସେମାନଙ୍କର ଓଜନ ଠିକ୍ ରହିଛି । ଏହିପରି ପ୍ରସବ କରାଇ ନା କେବଳ ସେହି ଡାକ୍ତରଖାନାର ଡାକ୍ତରମାନେ ଖୁସି ଅଛନ୍ତି ବରଂ ଡାକ୍ତରଖାନାର ସମସ୍ତ କର୍ମଚାରୀ ମଧ୍ୟ ଖୁସି ଅଛନ୍ତି । ଏହିପରି ଚମତ୍କାର ବା କରିସ୍ମା ସବୁବେଳେ ହୋଇନଥାଏ । ଜଣେ ମହିଳା ଥରକରେ ୬ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, ଏହି ଖବର ବାହାରେ ପ୍ରଚାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କଥା ହେବାରେ ଲାଗିଛନ୍ତି ଏପରି କିପରି ସମ୍ଭବ ଅଟେ !

ଜଣେ ମହିଳା ଏକାଥରକେ ଜନ୍ମ ଦେଇଛନ୍ତି ୬ ଜଣ ଶିଶୁ :

ଟେକ୍ସସାସର ହୁଷ୍ଟନରେ ଜଣେ ମହିଳା ଏକାଥରକରେ ଜନ୍ମ ଦେଇଛନ୍ତି ୬ ଜଣ ଶିଶୁ । ଡାକ୍ତରଖାନାର ତରଫରୁ ଏହି ସନ୍ଦେଶ ଆସିଛି ଯେ, ଥମେଲା ଚୌକା ଶୁକ୍ରବାର ଦିନ ସେଠାକାର ସମୟ ଅନୁସାରେ ୪ ଘଣ୍ଟା ୫୦ ମିନିଟ୍ ରୁ ୪ ଘଣ୍ଟା ୫୯ ମିନିଟ୍ ମଧ୍ୟରେ ୪ ଜଣ ବାଳକ ଓ ୨ ଜଣ ବାଳିକାଙ୍କୁ ଜନ୍ମ ଦେଇଛନ୍ତି । ଥମେଲା ଓ ସମସ୍ତ ଶିଶୁ ପୂରାପୂରି ସୁସ୍ଥ ଅଛନ୍ତି । ଡାକ୍ତରଖାନାର ସନ୍ଦେଶ ଅନୁସାରେ ଛୁଆ ଗୁଡିକର ଓଜନ ୭୫୦ ଗ୍ରାମ ରୁ ଆରମ୍ଭ କରି ୧ କିଲୋ ୩୦୦ଗ୍ରାମ ପର୍ଯ୍ୟନ୍ତ ହୋଇଥିଲା । ଥମେଲା ନିଜ ଝିଅଙ୍କ ନାମ ଜିନା ଓ ଜୁରିଆଲ ରଖିଛନ୍ତି କିନ୍ତୁ ନିଜ ୪ ଜଣ ପୁଅମାନଙ୍କର ନାମ ସେ ବର୍ତମାନ ପର୍ଯ୍ୟନ୍ତ କିଛି ଭାବି ନାହାଁନ୍ତି । ଥମେଲା ପ୍ରସାବ ପରେ ଭଗବାନଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏହି ଖବରରେ ସାରା ଡାକ୍ତରଖାନା ଖୁସି ଜାହିର କରିଛି । ବର୍ତମାନ ଏହି ଖବର ସବୁଠାରେ ପ୍ରଚାରିତ ହେବାରେ ଲାଗିଛି ଓ ସମସ୍ତେ ଏହି ଖବର ଶୁଣି ସାରିବା ପରେ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି ଓ କଥା ହେବାରେ ଲାଗିଛନ୍ତି କେମିତି ଜଣେ ମହିଳା ଏତେ ଗୁଡିଏ ଛୁଆଙ୍କୁ ଜନ୍ମ ଦେବା ପରେ ମଧ୍ୟ ସୁସ୍ତ ଅଛନ୍ତି ।

ଯଦି ଆପଣଙ୍କୁ ଲାଗୁଥିବ ଯେ ଏହି ଘଟଣା ଦୁନିଆରେ ପ୍ରଥମ ତାହାହେଲେ କହିବାକୁ ଚାହୁଞ୍ଚୁ ଯେ, ପୂର୍ବରୁ ଇରାକର ଜଣେ ମହିଳା ଏକାଥରକେ ୬ ଜଣ ଝିଅଙ୍କୁ ଓ ଜଣେ ପୁଅକୁ ଜନ୍ମ ଦେଇଥିଲେ । ପୂର୍ବ ଇରାକର ଦିଆଲି ପ୍ରୋବିଂଶର ଗୋଟିଏ ଡାକ୍ତରଖାନାରେ ମହିଳା ଜଣେ ଛୁଆମାନଙ୍କୁ ଜନ୍ମ ଦେଇଥିଲେ । ସନ୍ତାନମାନଙ୍କର ପିତା ୟୁସୁଫ୍ ଫେଦଲ୍ ସେହି ସମୟରେ କହିଥିଲେ ପରିବାର ବଢାଇବାର ଯୋଜନା ସେ କରିନଥିଲେ ଓ ବର୍ତମାନ ୧୦ ଜଣ ଛୁଆଙ୍କର ଯତ୍ନ ନେବାକୁ ପଡିବ ।

ଏହିପରି ମାନ୍ୟତା ରହିଛି ଦୁନିଆରେ ଜୀବିତ ଛୁଆ ଜନ୍ମ ଦେବା ଘଟଣା ପ୍ରଥମ ଥର ୧୯୯୭ ମସିହାରେ ଆମେରିକାର ଲୋବା ରାଜ୍ୟରେ ହୋଇଥିଲା । ଯେତେବେଳେ ଜଣାପଡିଥିଲା ଜଣେ ମହିଳା ମାଆ ହେବାକୁ ଯାଉଛନ୍ତି ଓ ସେ ୭ ଜଣ ଛୁଆଙ୍କୁ ଜନ୍ମ କରିବାକୁ ଯାଉଛନ୍ତି; ସେହି ସମୟରେ ମହିଳା ଜଣକ ଗର୍ଭପାତ କରିବାକୁ ସିଧାସିଧା ମନା କରିଦେଇଥିଲେ ଏବଂ କହିଥିଲେ, ମୁଁ ଏହି ଛୁଆଗୁଡିକୁ ଜନ୍ମ ଦେବାକୁ ଚାହୁଁଛି ଓ ମୋ ଜୀବନ ଭଗବାନଙ୍କୁ ଲାଗିଲା ।