ପତିଙ୍କ ସହ ଶୋଇଥିଲେ ମହିଳା, ଅଚାନକ ଅନୁଭବ କରିଲେ କେହି ଜଣେ ତାଙ୍କୁ ….. ।

Spread the love

ପତିଙ୍କ ସହ ଶୋଇଥିବା ମହିଳାଙ୍କୁ ହଠାତ୍ ମନେ ହୋଇଥିଲା, କେହି ଜଣେ ତାଙ୍କୁ ଛୁଇଁବା ପାଇଁ ଚେଷ୍ଠା କରୁଛି, ଆଖି ଖୋଲିବା ପରେ ସାମ୍ନାରେ ଦେଖିଥିଲେ….

ଛତିଶଗଡ ଅଞ୍ଚଳର ନବାପାରା ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ, ଜଣେ ବିବାହିତା ମହିଳାଙ୍କ ଘରେ ରାତି ଅଧରେ ପଶି ମହିଳାଙ୍କ ସହ ଦୁର୍ବ୍ୟବହାର କରିଛି । ଯେତେବେଳେ ମହିଳାଙ୍କ ଆଖି ଖୋଲିଥିଲା ସେହି ସମୟରେ ଆରୋପି…..

ଏହି ଘଟଣାଟି ଛତିଶଗଡର ଟିଲା ଗ୍ରାମର ଅଟେ । ମିଳିଥିବା ସୂଚନା ଅନୁସାରେ ଟିଲା ଗ୍ରାମ ବାସିନ୍ଦା ୨୮ ବର୍ଷୀୟ ମହିଳା ମାର୍ଚ୍ଚ ୧୭ ତାରିଖ ରାତିରେ ନିଜ ପତି ଏବଂ ପିଲାଙ୍କ ସହ ଶୋଇଥିଲେ । ରାତି ପ୍ରାୟ ଦୁଇଟା ତିରିଶି ସମୟରେ ହଠାତ୍ ତାଙ୍କୁ କେହି ଜଣେ ସ୍ପର୍ଶ କରିବାର ଅନୁଭୂତ ହୋଇଥିଲା । ମହିଳାଙ୍କୁ ଜଣା ପଡିଥିଲା ଯେପରି କେହି ଜଣେ ତାଙ୍କ ହାତ ଧରିଛି । ମହିଳା ଯେତେବେଳେ ଉଠି ଦେଖନ୍ତି, ସେହି ଗ୍ରାମରେ ରହୁଥିବା ନାରାୟଣ (ପିତା ପରାସରାମ ବର୍ମା) ୩୦ ବର୍ଷୀୟ ଯୁବକ ଜଣକ ମହିଳାଙ୍କ ହାତ ଧରି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲା ।

ଆରୋପି ଫେରାର ହୋଇଯାଇଥିଲା :

ମହିଳା ଜଣକ ଯେତେବେଳେ ଉଠି ପଡି, ଚିତ୍କାର କରିଥିଲେ; ସେହି ସମୟରେ ମହିଳାଙ୍କ ସ୍ଵାମୀ ମଧ୍ୟ ଚିତ୍କାର ଶୁଣି ଉଠି ଯାଇଥିଲେ । ଏହା ପରେ ଆରୋପି ଅନ୍ଧାରର ସୁଯୋଗ ନେଇ ସେଠାରୁ ଫେରାର ହୋଇଯାଇଥିଲା । କିଛି ମୂହୁର୍ତ୍ତ ପରେ ମହିଳା ଏବଂ ମହିଳାଙ୍କ ସ୍ଵାମୀ ଉଭୟ ମିଳିତ ଭାବରେ ନିକଟରେ ଥିବା ଚମ୍ପାରଣ ପୋଲିସ ଥାନାରେ ଘଟଣା ବିଷୟରେ ଜଣାଇଥିଲେ । ପୋଲିସ ଘଟଣାଟିକୁ ରଜ୍ଜୁ କରିବା ପରେ ଧାରା ୩୫୪ ଏବଂ ୪୫୬ ଅନୁସାରେ ଏଫଆଇଆର୍ ଦାୟର କରି ଆସମୀର ସନ୍ଧାନ କରୁଛି । ଏଠାରେ କହିବା ପାଇଁ ଚାହୁଞ୍ଚୁ; ମହିଳା ଏବଂ ଆରୋପି ଗୋଟିଏ ଗ୍ରାମରେ ରୁହନ୍ତି । ଆସାମୀ ଜଣକ ଘନ ଅନ୍ଧାରର ସୁଯୋଗ ନେଇ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲା । ମହିଳାଙ୍କ ନିଦ ଭାଙ୍ଗିଯିବା ପରେ ଘୋର ଅନ୍ଧକାରର ସୁଯୋଗ ନେଇ ଆରୋପି ସେଠାରୁ ଚମ୍ପଟ ମାରିଥିଲା । ବର୍ତମାନ ପୋଲିସ ଆରୋପିକୁ ଧରିବା ପାଇଁ ଚେଷ୍ଠା ଚଲାଇଛି ।