ଜଣେ ପତ୍ନୀ ନିଜ ପତିଙ୍କ ଦ୍ଵିତୀୟ ବିବାହ ଧୁମଧାମରେ କରାଇଥିଲେ । ନିଜେ ମଧ୍ୟ ପତିଙ୍କ ସହ ଦ୍ଵିତୀୟ ବାର ଫେରା ନେଇଥିଲେ ।

Spread the love

ଜଣେ ବର ଦୁଇଜଣ କନ୍ୟାଙ୍କ ସହ ବିବାହ ମଣ୍ଡପରେ ଫେରା ନେଇଥିଲେ, ଘରଲୋକେ ଖୁସି ଖୁସିରେ ଆଶୀର୍ବାଦ ଦେଇଥିଲେ ।

ଛତିଶଗଡ ରାଜ୍ୟରେ ଏକ ଭିନ୍ନ ଧରଣର ବିବାହ ଦେଖିବାପାଇଁ ମିଳିଛି, ଯେଉଁ ବିବାହରେ ଜଣେ ମହିଳା ନିଜ ସ୍ଵାମୀଙ୍କ ବିବାହ ସ୍ଵାମୀଙ୍କ ପ୍ରେମିକା ସହ କରାଇଥିଲେ । କେବଳ ଏତିକି ନୁହେଁ ମହିଳା ମଧ୍ୟ ନିଜେ ବିବାହ ମଣ୍ଡପରେ ନିଜ ପତିଙ୍କ ସହ ଦ୍ଵିତୀୟ ବାର ଫେର ନେଇଥିଲେ । ଅନିଲ ପଙ୍କରା ନାମକ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ବିବାହ ପରେ ଜଣେ ଝିଅ ସହ ପ୍ରେମ ହୋଇ ଯାଇଥିଲା ଏବଂ ଅନିଲ ଝିଅଟିକୁ ପ୍ରେମ ନିବେଦନ କରିଥିଲେ ଏବଂ ଝିଅଟି ଅନିଲଙ୍କ ପ୍ରେମକୁ ସ୍ଵୀକାର କରିଦେଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇ ଯାଇଥିଲା । ଯେତେବେଳେ ଅନିଲଙ୍କ ପତ୍ନୀଙ୍କୁ ଦୁହିଁଙ୍କ ପ୍ରେମ ବିଷୟରେ ଜଣା ପଡିଥିଲା, ସେହି ସମୟରେ ପତ୍ନୀ, ପତି ଏବଂ ପତିଙ୍କ ପ୍ରେମିକାଙ୍କ ବିବାହ କରାଇବା ପାଇଁ ନିସ୍ପତ୍ତି ନେଇଥିଲେ । ପରେ ଦୁହିଁଙ୍କ ବିବାହ ବହୁତ ଧୂମଧାମରେ କରାଇଥିଲେ । ଛତିଶଗଡର ବଗଡୋଲ ଗ୍ରାମର ଏହି ବିବାହ ଯୋଗୁଁ ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପାଞ୍ଚ ବର୍ଷ ପୂର୍ବେ ବିବାହ ହୋଇଥିଲା :

ଅନିଲ ଜଣେ ସିଆରପିଏଫ୍ ଯବାନ ଅଟନ୍ତି ଏବଂ ଅନିଲ ପାଞ୍ଚ ବର୍ଷ ପୂର୍ବେ ବନଗହୀନଙ୍କ ସହ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଅନିଲଙ୍କ ସାକ୍ଷାତ ଜଣେ ମହିଳାଙ୍କ ସହ ହୋଇଥିଲା । ସେହି ମହିଳା ଜଣକ ଅନିଲଙ୍କ ଗ୍ରାମର ଅଟନ୍ତି । ଅନିଲ ଯେତେବେଳ ନିଜ ପତ୍ନୀଙ୍କ ସହ ନିଜ ଗ୍ରାମକୁ ଯାଉଥିଲେ, ସେହି ସମୟରେ ସେହି ମହିଳାଙ୍କ ସହ ସାକ୍ଷାତ କରୁଥିଲେ । ଏକଦା ଅନିଲଙ୍କ ପତ୍ନୀ ଦୁଇ ଜଣଙ୍କ ପ୍ରେମ ବିଷୟରେ ଜାଣିପାରିଥିଲେ, ସେ ନିଜ ପତି ଏବଂ ପତିଙ୍କ ପ୍ରେମିକାଙ୍କ ବିବାହ କରିବା ପାଇଁ ନିସ୍ପତ୍ତି ନେଇଥିଲେ । କେବଳ ଏତିକି ନୁହେଁ ପତିଙ୍କ ଦ୍ଵିତୀୟ ବିବାହ କରିବା ପୂର୍ବରୁ ଶଶୁର ଏବଂ ନିଜ ପିତାମାତାଙ୍କ ନିସ୍ପତ୍ତି ଲୋଡିଥିଲେ । ଉଭୟ ପକ୍ଷର ନିସ୍ପତ୍ତି ସକାରାତ୍ମକ ହେବା ପରେ ପତିଙ୍କ ଦ୍ଵିତୀୟ ବିବାହ କରାଇଥିଲେ ।

ବିବାହରେ ଅନେକ ଲୋକ ସାମିଲ ହୋଇଥିଲେ :

ବନଗହୀନ ନିଜ ପତିଙ୍କ ଦ୍ଵିତୀୟ ବିବାହ କରାଇଥିଲେ । ଏହି ବିବାହରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରଯାଇଥିଲା । ବନଗହୀନ ନିଜ ପତି ଏବଂ ପତିଙ୍କ ପ୍ରେମିକାଙ୍କ ଯେଉଁ ମଣ୍ଡପରେ ବିବାହ କରାଇଥିଲେ, ସେହି ମଣ୍ଡପରେ ହିଁ ନିଜ ପତିଙ୍କ ସହ ଦ୍ଵିତୀୟ ବାର ବିବାହର ଫେରା ନେଇଥିଲେ । ଯେତେବେଳେ ବନଗହୀନଙ୍କୁ ପଚରା ଯାଇଥିଲା, ଆପଣ ଏହି ବିବାହରେ ଖୁସି ଅଛନ୍ତି କି ? ସେହି ସମୟରେ ସେ ଖୁସିରେ ହଁ ଭରିଥିଲେ । ଯେଉଁ ମହିଳାଙ୍କ ସହ ଅନିଲଙ୍କ ଦ୍ଵିତୀୟ ବିବାହ ହୋଇଛି, ସେହି ମହିଳା ଜଣେ ଅଙ୍ଗନବାଡି କର୍ମୀ ଅଟନ୍ତି ।

ଦ୍ଵିତୀୟ ବିବାହ କରିବା ନିୟମ ବିରୁଦ୍ଧ ଅଟେ :

ହିନ୍ଦୁ ବିବାହ ନିୟମ ଅନୁସାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ନ ନେଇ ଦ୍ଵିତୀୟ ବିବାହ କରିପାରିବେ ନାହିଁ । ଏହି କାରଣରୁ ଅନିଲଙ୍କ ଏହି ବିବାହ ନିୟମ ବିରୁଦ୍ଧ ଅଟେ । ଅନିଲଙ୍କ ଗ୍ରାମର ସରପଞ୍ଚ ଲଲିତଙ୍କ ଅନୁସାରେ ଅନିଲଙ୍କ ପ୍ରଥମ ବିବାହକୁ ପାଞ୍ଚ ବର୍ଷ ବିତି ଗଲାଣି ଏବଂ ତାଙ୍କର କୌଣସି ସନ୍ତାନ ନାହାନ୍ତି । ଏହି କାରଣରୁ ଅନିଲଙ୍କ ପ୍ରଥମ ପତ୍ନୀଙ୍କ ସହମତିରେ ଦ୍ଵିତୀୟ ବିବାହ ହୋଇଛି ।