ଦୁନିଆର ଏହିପରି ଗୋଟିଏ ଗାଁ ଅଛି, ଯେଉଁଠି କେବଳ ବାମାନମାନେ ହିଁ ରୁହନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ ଅଟେ । ଆସନ୍ତୁ ଜାଣିବା

Spread the love

ପୃଥିବୀ ମହାକାଶର ଏକ ସୁନ୍ଦର ଗ୍ରହ ଅଟେ । ଯେଉଁଠି ପ୍ରତିଟି ଜିନିଷ ଆଶ୍ଚର୍ଯ୍ୟରେ ଭରପୁର ଅଟେ । ପୃଥିବୀରେ କେଉଁଟି ଖାଲି ଗୋରା ବ୍ୟକ୍ତି ରୁହନ୍ତି ତ କେଉଁଠି ଖାଲି କଳା ବ୍ୟକ୍ତି ରୁହନ୍ତି, କେଉଁଠି ଖାଲି ବାମନ ରୁହନ୍ତି ତ କେଉଁଠି କେବଳ ଲମ୍ବା ବ୍ୟକ୍ତିମାନେ ରୁହନ୍ତି । ଏହାର ରହସ୍ୟ ବୋଧେ ଆମେ କିଛି କହିପାରିବା କିନ୍ତୁ ଏପରି କିଛି ରହସ୍ୟ ରହିଛି ଯାହାର ଉତ୍ତର ବୈଜ୍ଞାନିକମାନଙ୍କ ପାଖରେ ମଧ୍ୟ ପ୍ରଶ୍ନ ହୋଇ ରହିଯାଇଛି ।

ଆଜି ଆମେ ଆପଣଙ୍କୁ ଏହିପରି ଗୋଟିଏ ରହସ୍ୟଭରା ସ୍ଥାନ ବିଷୟରେ କହିବୁ, ଯେଉଁଠି ପ୍ରାୟତଃ ଲୋକମାନେ ବାମନ ଅଟନ୍ତି ।

ଭାରତର ପୋଡଶୀ ଦେଶ ଚୀନ । ଚୀନର ଶିଚୁଆନ ନାମକ ଗୋଟିଏ ସ୍ଥାନ ଯାହାର ନାମ ଗ୍ୟାନ୍ସି । ଏହି ଗାଁର କୌତୁହଳ ବିଷୟ ଏହା ଯେ, ଏହି ଗାଁର ଅଧାରୁ ଅଧିକ ଲୋକ ବାମନ ଅଟନ୍ତି ।

କହିବାକୁ ଗଲେ, ଏହି ଗାଁର ଲୋକ ସଂଖ୍ୟା ବହୁତ କମ୍ ଅଟେ । ଏହି ଗାଁର ପ୍ରାୟତଃ ଲୋକଙ୍କର ଉଚ୍ଚତା ମାତ୍ର ୨ ଫୁଟ ୩ ଇଞ୍ଚ ରୁ ୩ ଫୁଟ ୧୦ ଇଞ୍ଚ ।

ଚୀନର ଏହି ଗାଁଟି ଏଥିପାଇଁ ପ୍ରସିଦ୍ଧ ଅଟେ, କାରଣ ଏହି ଗାଁରେ ଅଧାରୁ ଅଧିକ ବାମନ ଅଛନ୍ତି । ଏହି ଗାଁର ଲୋକ ବାମନ ହେବାର କାରଣ କଣ ହୋଇପାରେ ?

ଆଜି ମଧ୍ୟ ଏହି କଥା ରହସ୍ୟ ହୋଇରହିଛି । ବୈଜ୍ଞାନିକମାନେ ଏହି ରହସ୍ୟର ସନ୍ଧାନ ମଧ୍ୟ କରି ପାରିନାହାନ୍ତି ।

ଏହି ସ୍ଥାନର ଲୋକଙ୍କ କହିବ ଅନୁସାରେ, ପୂର୍ବରୁ ଏହି ଗାଁର ଲୋକେ ସାଧାରଣତଃ ଅନ୍ୟମାନଙ୍କ ପରି ଲମ୍ବା ଥିଲେ କିନ୍ତୁ ଏକ ରୋଗ ଯୋଗୁଁ ଏଠାକାର ବାସିନ୍ଦାଙ୍କ ଜୀବନ ବଦଳି ଯାଇଥିଲା ।

ବୈଜ୍ଞାନିକମାନେ ଏଠାକାର ସମସ୍ତ ବସ୍ତୁ, ବାତାବରଣ, ପାଣି, ମାଟି ପରୀକ୍ଷା କରିଛନ୍ତି କିନ୍ତୁ ଏହି ରହସ୍ୟର ଉତ୍ତର ସେମାନଙ୍କୁ ମିଳି ପାରିନାହିଁ ।

୧୯୯୭ରେ ଏକ ପରୀକ୍ଷାରୁ ବୈଜ୍ଞାନିକମାନେ ସୂଚନା ଦେଇଥିଲେ ଯେ, ଏହି ସ୍ଥାନର ମାଟିରେ ପାରଦ ରହିଛି କିନ୍ତୁ ଏହାର କୌଣସି ପ୍ରମାଣ ମିଳି ନାହିଁ ।

କିଛି ଲୋକଙ୍କର କହିବ ଅନୁସାରେ, ଏଠାରେ ଜାପାନ ଦ୍ଵାରା ବିଷାକ୍ତ ଗ୍ୟାସ ଛଡ଼ାଯାଇଥିବା କଥା କୁହାଯାଇଛି । କିନ୍ତୁ ଏହା ମଧ୍ୟ କୁହାଯାଉଛି, ଜାପାନ କେବେ ମଧ୍ୟ ଚୀନର ଏହି ଜାଗାରେ ପହଞ୍ଚି ପାରିନାହିଁ ।

ବୈଜ୍ଞାନିକମାନେ ଏହାର ରହସ୍ୟ ଖୋଜିବାରେ ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ସଫଳ ହୋଇ ପାରିନାହାନ୍ତି ।

କାରଣ ଯାହା ମଧ୍ୟ ହୋଇଥାଇପାରେ କିନ୍ତୁ ଏଠାରେ ଜନ୍ମ ହେଉଥିବା ପିଲାମାନେ ୫ ରୁ ୭ ବର୍ଷ ପରେ ସେମାନଙ୍କର ଉଚ୍ଚତା ବଢିବା ବନ୍ଦ ହୋଇଯାଇଥାଏ ।

ନିଜର ଏହି ବାମନପଣ ପାଇଁ ଏଠାକାର ଲୋକ ମାନଙ୍କର ମନରେ ଦୁଃଖ ଭରି ହୋଇରହିଛି । ଏହି ଲୋକମାନଙ୍କୁ ଲାଗୁଛି, ଏମାନଙ୍କର ଜୀବନ ଅନ୍ୟମାନଙ୍କ ପରି ନୁହେଁ, ତେଣୁ କରି ଏଠାକାର ଲୋକମାନେ ଉଦାସରେ ଜୀବନ ବିତାଉଛନ୍ତି ।

ଏହି ଗାଁ କୁ ବେଦେଶୀମାନଙ୍କର ଯିବା ଆସିବା ଲାଗି ରହିଥାଏ । ଫଳରେ ଏଠାକାର ଲୋକଙ୍କର ମନରେ ଦୁଃଖ ଭାରି ହୋଇଯାଏ । ସେମାନେ ଭାବନ୍ତି କାରଣ ଯାହା ମଧ୍ୟ ହୋଇଥାଇପାରେ ,କେଉଁ ଅଜଣା ରୋଗ କିମ୍ବା ଅନ୍ୟ କିଛି ହେଉ, ବିଦେଶୀ ଏଠାକୁ ଆସି ଏହି ଲୋକଙ୍କୁ ଦେଖିବା ପରେ ଏଠାକାର ଲୋକଙ୍କର ମନରେ ଆହୁରି ଦୁଖ ଭରି ହୋଇଯାଏ ।

କିନ୍ତୁ ଏଠାକାର ସରକାର ସେହି ସ୍ଥାନକୁ ଯିବା ପାଇଁ କୌଣସି ବାରଣ କରିନାହାନ୍ତି ।