IASରେ ପଚାରା ଯାଇଥିବା ସବୁଠାରୁ ଅଦ୍ଭୁତ ପ୍ରଶ୍ନ- “ସେ ଏକ ମାସ ପରେ ତୁମ ପାଖକୁ ଆସେ ଏବଂ ୨୪ଘଣ୍ଟା ତୁମ ସହିତ ସମୟ ବିତାଇ…”

Spread the love

ସଂଘ ଲୋକ ସେବା ଆୟୋଗ ଅର୍ଥାତ IAS ଦ୍ଵାରା ଆୟୋଜିତ କରା ଯାଉଥିବା ସିଭିଲ ସର୍ବିସେସ ପରୀକ୍ଷାର ପ୍ରାକ-ପରୀକ୍ଷାର ଫଳାଫଳଏବେ କିଛିଦିନ ତଳେ ପ୍ରକାଶ ପାଇଛି । ଆମେ ସମସ୍ତେ ଜାଣିଛେ IAS ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ । ପ୍ରାକ ଏବଂ ମୁଖ୍ୟ ପରୀକ୍ଷାରେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୌଖିକ ପରୀକ୍ଷା ପାଇଁ ଡକା ଯାଇଥାଏ ।

ଦେଖିବାକୁ ଗଲେ ପ୍ରାକ ଏବଂ ମୁଖ୍ୟ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରୀକ୍ଷାର୍ଥୀ ମାନଙ୍କ ପାଇଁ ସବୁଠାରୁ କଷ୍ଟ ଅଟେ । ପରେ ମୌଖିକ ପରୀକ୍ଷାର ପାଳି ଆସିଥାଏ । ସେଠାରେ ଏପରି କିଛି ଅଦ୍ଭୁତ ପ୍ରଶ୍ନ ପଚାରି ଯାଇଥାଏ, ତାହା ଜାଣିବା ପରେ ଆପଣଙ୍କର ହୋସ ଉଡିଯିବ । ପ୍ରକୃତରେ ମୌଖିକ ପରୀକ୍ଷାରେ ପରୀକ୍ଷାର୍ଥୀ ମାନଙ୍କର ଆତ୍ମବିଶ୍ଵାସ ଏବଂ “ଆଉଟ୍ ଅଫ୍ ଦ ବକ୍ସ” ଭାବିବାର କ୍ଷମତାକୁ ଆକଳନ କରାଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ IAS ପରୀକ୍ଷାରେ ପଚାରା ଯାଉଥିବା ମୁଣ୍ଡ ବୁଲାଇ ଦେବା ଭଳି କିଛି ପ୍ରଶ୍ନ ସହ ତାର ଉତ୍ତର ନେଇ ଆସିଛୁ, ଯାହା ସତରେ ଆପଣଙ୍କର ହୋସ ଉଡାଇ ଦେଵ ।

IAS ପରୀକ୍ଷାରେ ପଚାରାଯାଉଥିବା ଅଦ୍ଭୁତ ପ୍ରଶ୍ନ :-

IAS ପରୀକ୍ଷାକୁ ଏମିତି ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଏ ନାହିଁ । ଏହାର କାରଣ ମଧ୍ୟ ଅଛି, ଯାହା ନିମ୍ନରେ ପଚାରା ଯାଇଥିବା ପ୍ରଶ୍ନକୁ ଦେଖି ବୁଝି ପାରିବେ । ଆପଣ ଜାଣି ରଖନ୍ତୁ IAS ପରୀକ୍ଷାର ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀ ମାନଙ୍କୁ ଅଦ୍ଭୁତ ଅଦ୍ଭୁତ ପ୍ରଶ୍ନ ପଚରା ଯାଇଥାଏ, ଯାହାର ଉତ୍ତର ଦେବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ । ତାହାହେଲେ ଚାଲନ୍ତୁ ଦେଖିବା ଆମ ଦେଶର ଆଇଏଏସ ଅଫିସର ମାନେ କେଉଁଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାନ୍ତି ।

ପ୍ରଶ୍ନ : ଭାରତର ସମୁଦାୟ କେତେ ଭାଗ ଜମିରେ ଚାଷ କରାଯାଏ ?

ଉତ୍ତର : ୪.୫୧%

ପ୍ରଶ୍ନ : ଭାରତର ଜଳସେଚନ ବ୍ୟବସ୍ଥାର ସବୁଠାରୁ ବଡ଼ ସାଧନ କଣ ?

ଉତ୍ତର : କେନାଲ

ପ୍ରଶ୍ନ : ସେ କିଏ ଯିଏ ଏକ ମାସ ପରେ ତୁମ ପାଖକୁ ଆସେ ଏବଂ ୨୪ ଘଣ୍ଟା ତୁମ ସହିତ ସମୟ ବିତାଇ ଚାଲିଯାଏ ?

ତାରିଖ, କାରଣ ଯେକୌଣସି ତାରିଖ ଏକ ମାସ ପରେ ଆସେ କିନ୍ତୁ ୨୪ ଘଣ୍ଟା ପରେ ଚାଲିଯାଇଥାଏ ।

ପ୍ରଶ୍ନ : ଆପଣ ସକାଳୁ ଉଠିବେ ଏବଂ ଆପଣ ଗର୍ଭବତୀ ହୋଇଛନ୍ତି ଜାଣିଲେ, ସର୍ଵ ପ୍ରଥମେ ଆପଣ କଣ କରିବେ ?

ଏହା ଶୁଣିବା ପରେ ମୁଁ ଖୁସି ହୋଇଯିବି ଏବଂ ସର୍ଵ ପ୍ରଥମେ ମୋ ସ୍ଵାମୀଙ୍କୁ ଜଣାଇବି ଏବଂ ଉତ୍ସବ ପାଳନ କରିବି ।

ପ୍ରଶ୍ନ : ଦୁଇଟି ଯାଆଁଳା ଶିଶୁ ଆଦର୍ଶ ଏବଂ ଅନୁପମ ମଇରେ ଜନ୍ମ ହେଲେ କିନ୍ତୁ ସେମାନଙ୍କର ଜନ୍ମ ତାରିଖ ଜୁନରେ ପଡେ । ଏହା କିପରି ସମ୍ଭବ ଅଟେ ?

କାରଣ, ମଇ ଏକ ସ୍ଥାନର ନାମ ଅଟେ ।

ପ୍ରଶ୍ନ : ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ, ୪ଟି କମଳା ଏବଂ ଅନ୍ୟ ହାତରେ ୪ଟି ସେଓ, ୩ଟି କମଳା ଅଛି, ତେବେ ଆପଣଙ୍କ ପାଖରେ କଣ ଅଛି ?

ବହୁତ ବଡ଼ ହାତ ଅଛି ।

ପ୍ରଶ୍ନ : ଆଇଏଏସ୍ ଇଣ୍ଟରଭ୍ୟୁରେ ମୌଖିକ ପଚାରୁଥିବା ବ୍ୟକ୍ତି, ଗୋଟିଏ ପରୀକ୍ଷାର୍ଥୀ ପାଇଁ ଏକ କପ୍ କଫି ମାଗିଲେ । କଫିର କପ୍ ପରୀକ୍ଷାର୍ଥୀର ଆଗରେ ରଖି ପଚାରିଲେ- “ହ୍ଵାଟ ଇଜ ବିଫୋର ୟୁ ?” (what is before YOU)

ପରୀକ୍ଷାର୍ଥୀ ଜଣକ ନିଜର ଉତ୍ତର ଦେଲେ “TEA” । ପ୍ରକୃତରେ ମୌଖିକ ପଚାରୁଥିବା ବ୍ୟକ୍ତି ପଚାରିଥିଲେ ‘U’ (ଆଲଫବେଟ) ପୂର୍ବରୁ କଣ ଆସେ ? ଅର୍ଥାତ ‘U’ ପୂର୍ବରୁ ‘T’ (ଆଲଫବେଟ) ଆସିଥାଏ ।

ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ share କରନ୍ତୁ ।