ଫେସବୁକରେ ଜଣେ ବ୍ୟକ୍ତି ଏପରି କିଛି ପୋଷ୍ଟ କରିଛନ୍ତି, ଯାହାଫଳରେ ଫେସବୁକ ଅଧିକାରୀ ତାଙ୍କ ଘରେ ପହଂଚି ପଚରା ଉଚୁରା ଆରମ୍ଭ କରିଦେଇଥିଲେ ।

Spread the love

ରାଜନୈତିକ ପୋଷ୍ଟ ଲେଖିବା ଫଳରେ ଜଣେ ୟୁଜରଙ୍କ ଘରେ ପହଁଚି ଯାଇଥିଲେ ଫେସବୁକ ଅଧିକାରୀ ଏବଂ ଅନେକ ପ୍ରଶ୍ନ ପଚାରିଥିଲେ ।

ଭାରତରେ ସୋସିଆଲ ମିଡ଼ିଆର ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ଅଧିକ । ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକେ ନିଜ ଭାବ ଓ ଚିନ୍ତାଧାରା ବ୍ୟକ୍ତ କରିଥାନ୍ତି । କିନ୍ତୁ ଏକ ୟୁଜର୍ସ ଲୋକସଭା ନିର୍ବାଚନ ଭିତ୍ତିକରୀ ରାଜନୈତିକ ପୋଷ୍ଟ କରିଥିଲେ, ଯାହା ସେହି ୟୁଜର୍ସକୁ ଭାରି ମହଙ୍ଗା ପଡିଛି ଓ ସେହି ୟୁଜରଙ୍କ ଘରେ ଫେସବୁକ ଅଧିକାରୀ ପହଂଚି ପଚରା ଉଚରା କରିଛନ୍ତି । ସୋସିଆଲ ମିଡିଆରେ ସେହି ରାଜନୈତିକ ପୋଷ୍ଟକୁ ଭିତ୍ତିକରୀ ଫେସବୁକ ଅଧିକାରୀମାନେ ତାଙ୍କ ଘରେ ପହଂଚି, ଫିଜିକାଲ ଭେରୀଫିକେଶନ କରିଥିଲ । ଏହି ଘଟଣାଟି ଶୁଣିବା ପରେ ଅଜବ ଲାଗିଥାଇ ପାରେ କାରଣ କୌଣସି ବ୍ୟକ୍ତି କେବେ ମଧ୍ୟ ଏପରି କଳ୍ପନା କରିନଥିବେ ଯେ, ସେହି ଲେଖିଥିବା ପୋଷ୍ଟ ପାଇଁ, ଫେସବୁକ ଅଧିକାରୀ ତାଙ୍କ ଘରକୁ ଚାଲି ଆସିବେ ।

ଏହି ଘଟଣା ନିକଟ ଅତୀତର ଅଟେ ଏବଂ କୁହାଯାଉଛି ଦିଲ୍ଲୀରେ ରହୁଥିବା ଏକ ବ୍ୟକ୍ତି ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ ଯାହା, ରାଜନୈତିକ ସହ ସମ୍ପର୍କିତ ଅଟେ । ଏହି ପୋଷ୍ଟ ଲେଖିବାର କିଛି ଦିନ ପରେ, ଏହି ବ୍ୟକ୍ତିଙ୍କ ଘରକୁ ଫେସବୁକ ଅଧିକାରୀ ଆସି, ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ । ଏହି ବ୍ୟକ୍ତିଙ୍କ କହିବା ଅନୁସାରେ, ପ୍ରଥମେ ସେ ବୁଝି ପାରିନଥିଲେ କଣ ଘଟିଛି ଏବଂ କଣ ପାଇଁ ଫେସବୁକ ଅଧିକାରୀ ତାଙ୍କୁ ହିଁ ଆସି ପଚରାଉଚରା କରୁଛନ୍ତି ? ଏହି ବ୍ୟକ୍ତି ଭାବିଥିଲେ ବୋଧେ ପାସପୋର୍ଟ ଭେରୀଫିକେସନ ପାଇଁ ପୁଲିସ ତାଙ୍କ ଘରକୁ ଆସିଛନ୍ତି ।

ଏହିପରି ଭାବରେ ଭେରୀଫିକେସନ୍ କରାଯାଇଥିଲା :

ନିଜ ନାମକୁ ଲୁଚାଇ ଏହି ବ୍ୟକ୍ତି ଜଣକ ଆଇ.ଏ.ଏନ୍.ଏସ୍ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି, “ଫେସବୁକର ଅଧିକାରୀ ଫିଜିକାଲ ଭେରୀଫିକେସନ୍ ପାଇଁ ମୋ ଠାରୁ ଅନେକ ଗୁଡିଏ କାଗଜପତ୍ର ମାଗିଥିଲେ ।” କାଗଜପତ୍ର ଗୁଡିକ ଦେଖିସାରିବା ପରେ, ଅଧିକାରୀ ନିଶ୍ଚିତ ହୋଇଥିଲେ ଯେ, ମୁଁ ସେହି ରାଜନୈତିକ ପୋଷ୍ଟ ଲେଖିଛି ନା ନାହିଁ । ଏହି ବ୍ୟକ୍ତିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଵାସ ହେଉ ନାହିଁ ଯେ, ଫେସବୁକର ଏକ ପୋଷ୍ଟ ପାଇଁ ଜଣେ ଅଧିକାରୀ ଘରକୁ ଆସି ପଚରାଉଚରା କରିପାରନ୍ତି ।

ୟୁଜର୍ସର ଗୋପନୀୟତା ଉଲ୍ଲଂଘନ କରାଗଲା :

ସାଇବର କାନୁନ୍ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଘଟଣାଟି ସତ, ଫେସବୁକ, ବ୍ୟବହାରକାରୀଙ୍କ ନିଜସ୍ଵ ଗୋପନୀୟତା ଉଲ୍ଲଂଘନ କରିଛି । କୌଣସି ୟୁଜର୍ସର ଫିଜିକାଲ ଭେରିଫିକେସନ୍ ଆଇନ ବାହାରେ ଅଟେ । ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ପବନ ଦୁଗଲ୍ ନିଜର ରାୟରେ କହିଛନ୍ତି; କୌଣସି ୟୁଜର୍ସର ଫିଜିକାଲ୍ ଭେରୀଫିକେସନ୍ କରିବା ଠିକ ନୁହଁ ଯଦି ଏହିପରି କରାଯାଇଛି ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆଇ.ଏ.ଏନ୍.ଏସ୍ କଥା ହେବା ସମୟରେ ଦୁଗ୍ଗାଳ କହିଛନ୍ତି, ଫେସବୁକ ଚାହିଁଲେ ସେହି ପୋଷ୍ଟକୁ ଡ଼ିଲିଟ କରିପାରିବ ଅଥବା ୟୁଜର୍ସ ଆକାଉଣ୍ଟ ଡିଆକ୍ଟିଭ ବା ଡ଼ିଲିଟ ମଧ୍ୟ କରିପାରିଥାନ୍ତା ।

ଦୁଗଲଙ୍କ ଅନୁସାରେ ଯେତେବେଳେ କୌଣସି ରାଜନୈତିକ ବିଜ୍ଞାପନକୁ ଫେସବୁକରେ ଚଲାଯାଉଛି; ତାହା ହେଲେ କମ୍ପାନୀ ବିଜ୍ଞାପନ ଦେଇଥିବା ବ୍ୟକ୍ତିର ସତ୍ୟତା ନେଇଥାଏ । ଏହିପରି କରିବା ପାଇଁ କମ୍ପାନୀ ନିଜର କୌଣସି ପ୍ରତିନିଧିକୁ ପଠାଇ, ତାହାର ଫିଜିକାଲ ଭେରିଫିକେସନ କରାଇଥାଏ ନଚେତ ଭେରୀଫିକେସନ କୋଡ଼ ପଠାଇ ତାହାର ସତ୍ୟତା ନିଆଯାଇଥାଏ । କିନ୍ତୁ ୟୁଜର୍ସର ଫିଜିକାଲ୍ ଭେରୀଫିକେସନ୍ ଓ ୟୁଜର୍ସର ଗୋପନୀୟତା ଉଲ୍ଲଂଘନ କରିବା ବେଆଇନ ଅଟେ । ଯଦି ୟୁଜର୍ସ ଚାହେଁ ଫେସବୁକ ବିରୁଦ୍ଧରେ ଅଦାଲତକୁ ମଧ୍ୟ ଯାଇପାରେ ।