ଯେଉଁ ବ୍ୟକ୍ତିମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମୂଲ୍ୟବାନ ବିଚାରକୁ ଅନୁସରଣ କରନ୍ତି, ସେମାନଙ୍କୁ ଦୁଃଖ କଦାପି ଛୁହିଁ ପରେ ନାହିଁ ।

Spread the love

ଭଗବାନ ଶ୍ରୀକୃଷ୍ଣକୁ କିଏ ନ ଜାଣନ୍ତି । ଯଦି ହିନ୍ଦୁ ଧର୍ମରେ କୌଣସି ଭଗବାନଙ୍କୁ ଅଧିକ ମାନନ୍ତି, ତାହା ହେଲେ ସେ ଆଉ କେ ନୁହନ୍ତି ସେ ହେଉଛନ୍ତି ଶ୍ରୀକୃଷ୍ଣ । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ନିସୃତ ବାଣୀ ଭଗବଦ୍‌ ଗୀତ ଟିକନିଖ ଭାବରେ ବର୍ଣ୍ଣିତ ହୋଇଛି । ଭଗବତ୍ ଗୀତାରେ ଏମିତି ଅନେକ ଉପଦେଶ ଦିଆଯାଇଛି, ଯାହାକୁ ମାନି ଚଳିଲେ ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ଜୀବନ ମଧ୍ୟ ସହଜ ହୋଇଯାଇଥାଏ । ମଣିଷଙ୍କ ଭିତରେ କେଉଁ ସବୁ ଗୁଣ ରହିଲେ ଜୀବନ ନଷ୍ଟ ହୋଇଯାଏ, ବଞ୍ଚିବା କଷ୍ଟସାଧ୍ୟ ହୋଇଯାଏ । ଏମିତି କୁହାଯାଏ କି ଶ୍ରୀକୃଷ୍ଣଙ୍କ କଥା ଯିଏ ଅନୁସରଣ କରନ୍ତି; ସେ କେବେ ଦୁଃଖରେ ରୁହନ୍ତି ନାହିଁ, ସେମାନେ ସର୍ବଦା ଖୁସିରେ ରୁହନ୍ତି । ଆଜି ଆମେ କୃଷ୍ଣଙ୍କ କିଛି ବିଚାରଧାରା ବିଷୟରେ କହିବୁ, ଯାହା ଆପଣ ଅବଶ୍ୟ ମାନିବ ଉଚିତ । ଆସନ୍ତୁ ତାହା ଜାଣିବା :

୧. ଆପଣ ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ । ଏହାର ଫଳ ଉପରେ ନୁହେଁ । କାମ କରୁଥିବା ଵ୍ୟକ୍ତିଙ୍କୁ ଫଳ ନିଶ୍ଚୟ ମିଳିବ । ସେଥିପାଇଁ ଭଗବାନଙ୍କ ଉପରେ ଭରସା କରନ୍ତୁ ।

୨. ଶ୍ରୀକୃଷ୍ଣ କହିଛନ୍ତି; ମୃତ୍ୟୁ ସମୟରେ ଯିଏ ମୋତେ ସ୍ମରଣ କରନ୍ତି, ସେମାନେ ମୋର ଧାମର ଶ୍ରେୟ ହୋଇଥାନ୍ତି ।

୩. ଅନ୍ୟ କାହା ଜୀବନ ଉପରେ ଭରସା କରି ସମ୍ପୂର୍ଣ ରୂପେ ବଂଚିବା ଅପେକ୍ଷା ସ୍ଵୟଂ ନିଜ ଭାଗ୍ୟ ଅନୁସାରେ ଅପୂର୍ଣ୍ଣ ରୂପେ ବଂଚିବା ଭଲ ।

୪. ଯିଏ ମନକୁ ନିୟନ୍ତ୍ରଣ କରନ୍ତି ନାହିଁ, ସେ ଶତ୍ରୁ ପରି କାମ କରନ୍ତି ।

୫. ଆତ୍ମଜ୍ଞାନକୁ ହତିଆରରେ କାଟି, ନିଜ ହୃଦୟର ଅଜ୍ଞାନ ସନ୍ଦେହକୁ ଅଲଗା କରିଦିଅନ୍ତୁ ।

ଅନୁଶାସିତ ରୁହ ଏବଂ ଜାଗ୍ରତ ହୁଅ । ପରିଶ୍ରମ କର, ସଫଳ ହୁଅ ।

ଏହି ଅନୁଛେଦଟି କିପରି ଲାଗିଲା କମେଣ୍ଟ କରି ନିଶ୍ଚୟ ଆମକୁ ଜଣାନ୍ତୁ । ପୋଷ୍ଟ ଯଦି ଭଲ ଲାଗିଲେ ଲାଇକ ଏବଂ ସେୟାର ଅବଶ୍ୟ କରନ୍ତୁ ।