ଏହିପରି ଅଭ୍ୟାସରେ ଲିପ୍ତ ଥିବା ବ୍ୟକ୍ତି କେବେ ମଧ୍ୟ ସୁଖରେ ରହିପାରେ ନାହିଁ : ଆଚାର୍ଯ୍ୟ ଚାଣକ୍ୟ

Spread the love

ଚାଣକ୍ୟ ନୀତି : ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି କଦାପି ଜୀବନରେ ସୁଖରେ ରହି ପାରନ୍ତି ନାହିଁ । ଚାଣକ୍ୟ ଜଣେ ମହାନ ଅର୍ଥନୈତିକ ହେବା ସହ ଜଣେ ମହାନ ବ୍ୟକ୍ତି ଥିଲେ । ସେ ନିଜ ନୀତି ଶାସ୍ତ୍ରରେ ଅନେକ ଗୁଡିଏ ବିଷୟର ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ଚାଣକ୍ୟ କଣ କୁହନ୍ତି ସେହି ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ଏହି ପରି ଖରାପ କାର୍ଯ୍ୟରେ ଲିପ୍ତ ରୁହନ୍ତି ।

■ ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । ସେମାନେ କେବେ ସୁଖରେ ରୁହନ୍ତି ନାହିଁ ।

■ ଯିଏ ଧନ ଲୋଭରେ ପାଗଳ ହୋଇଯାଏ ଓ ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ । ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ ଏବଂ ସେ କେବେ ମଧ୍ୟ ଖୁସିରେ ରୋହିପାରେନାହିଁ ।

■ ଜୁଆଖେଳ, ବେଶ୍ୟାଗମନ, ମଦ୍ୟପାନ, ଚୋରି, କଳହ, ଯେଉଁମାନେ କରିଥାନ୍ତି । ସେମାନେ ସୁଖ ଶାନ୍ତିରେ ରହି ପାରନ୍ତି ନାହିଁ । ଅଧିକାର, ସ୍ୱଳ୍ପ ସମ୍ପତ୍ତି, ଗର୍ଭ, ଶ୍ୱାନ, ମୈଥୁନ ଏସବୁ ଆଦ୍ୟରେ ସୁଖ ଜନକ ଓ ପରେ ଦୁଃଖ ଜନକ ହୋଇଥାଏ ।

■ ଯାହା ପାଖରେ ବିଦ୍ୟା, ଧନ, ତପ, ଦାନ, ଧର୍ମ ନଥାଏ ସେ ପଶୁଠାରୁ ହୀନ ହୋଇଥାଏ । ଯିଏ କୂଅ, ପୋଖରୀ, ବଗିଚା ନଷ୍ଟ କରେ ସେ ରାକ୍ଷସ ସମାନ ହୋଇଥାଏ ।

■ ଯେଉଁ ପ୍ରାଣୀ ଦାନ ଦିଏ ନାହିଁ, ସାଧୁସଙ୍ଗ କରେ ନାହିଁ, ଗୁରୁଜନଙ୍କୁ ମାନେ ନାହିଁ, ସେ ବଞ୍ଚି ଥାଇ କିଛି ଲାଭ ନାହିଁ । ତା ଜୀବନର କିଛି ସାର୍ଥକତା ନଥାଏ । ସେ ଶବ ସହିତ ସମାନ ।

■ ସୁନ୍ଦରୀ ତରୁଣୀର ରୂପ ସୌନ୍ଦର୍ଯ୍ୟରେ ଭୁଲି ତା ଜାଲରେ ଛନ୍ଦି ହୋଇ ତାକୁ ପ୍ରେମିକା, ପତ୍ନୀ ବନାଇଲେ ନିଜର ସୁଖ ଶାନ୍ତି ହରାଇବାକୁ ପଡିଥାଏ ।

■ ଏ ସଂସାରରେ ଅଧିକାଂଶ ଯୁଦ୍ଧ, ହତ୍ୟା, ବିଭୀଷିକା କେବଳ ନାରୀ ଜନିତ କାରଣରୁ ସଂଘଟିତ ହୋଇଥାଏ । ଏଥିପାଇଁ ବୃଦ୍ଧିଜୀବୀ ନାରୀର ମାୟା ଜାଲରେ ଯେଉଁମାନେ ଫସିଯାଆନ୍ତି ସେମାନେ ଆଦୌ ଖୁସିରେ ରହିପାରନ୍ତି ନାହିଁ ।

■ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରୋଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ଯିଏ ପ୍ରଯତ୍ନ ନକରେ ତାର ଜୀବନ ବୃଥା ହୋଇଯାଏ । ସେ ଏକ ବୋଝ ପରି ହୋଇଥାଏ । ସେ କେବେ ସୁଖ ପାଇପାରେ ନାହିଁ ।