ଟିକ୍ ଟକ୍ ମୋହିତର ହତ୍ୟାର ନୂଆ ରହସ୍ୟ ଖୋଲିଛି । ଝିଅ ହୋଇଥାଇ ପାରେ ମୃତ୍ୟୁର କାରଣ ।

Spread the love

27 ବର୍ଷୀୟ ଜିମ ଟ୍ରେନର୍ (ପ୍ରଶିକ୍ଷଣକ) ଏବଂ ଟିକ୍ ଟକ୍ ଭିଡ଼ିଓର ହିରୋ ମୋହିତ ମୋରେର ଜୀବନର ଅନ୍ତ ଯେଉଁଭଳି ରୂପେ ହୋଇଛି, ସେହି ଖବର ପରେ ତାଙ୍କର ପିତାମାତାଙ୍କ ସହ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ଆଘାତ ଲାଗିଛି । ଟିକ୍ ଟକ୍ ରେ 5 ଲକ୍ଷ 33 ହଜାର ଫାଲୋୱାର ଥିବା ମୋହିତଙ୍କ ଭିଡ଼ିଓରେ ସେ ସର୍ବଦା ସାମାଜିକ ସମ୍ବାଦ ହିଁ ଅପଲୋଡ଼ କରୁଥିଲେ । ମୋହିତଙ୍କ ଭିଡ଼ିଓ ସର୍ବଦା ହୃଦୟସ୍ପର୍ଶୀ ହୋଇପାରୁଥିଲା । ବର୍ତ୍ତମାନ ମୋହିତଙ୍କ ମୃତ୍ୟୁର ଅସଲ କାରଣ ଜଣାପଡିଛି ।

ମୋହିତ ଯେତେବେଳେ ନିଜ ସାଙ୍ଗ ସହ ମିଶିବା ପାଇଁ ଯାଇଥିଲେ, ସେତେବେଳେ ତିନିଜଣ ଲୋକ ତାକୁ ଗୁଳି କରିଥିଲେ । ମୋହିତ ଉପରକୁ 13ଟି ଗୁଳି ଚଳାଯାଇଥିଲା କିନ୍ତୁ ମୋହିତକୁ ମାତ୍ର 7ଟି ଗୁଳି ହିଁ ବାଜିଛି । ପୋଲିସ ସୂତ୍ର ଅନୁସାରେ ତାକୁ ନିକଟସ୍ଥ ଡାକ୍ତରଖାନା ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୋହିତକୁ ମୃତ ଘୋଷଣା କରିଥିଲେ ।

ମୋହିତଙ୍କ ବିଷୟରେ ସବୁଠୁ ଦୁଃଖଦ ବିଷୟ ହେଉଛି ଯେ, ସେ ଏପ୍ରିଲରେ ନିଜ କଲେଜ ପଢ଼ା ଆରମ୍ଭ କରିଥିଲେ । ସେ ଦିଲ୍ଲୀ ଇୟୁନିଭରସିଟିର ମୋତିଲଲ ନେହେରୁ କଲେଜର ଛାତ୍ର ଥିଲେ । ଏହି ଦୁଃଖଦ ଘଟଣାରୁ ତାଙ୍କ ପରିବାର ସହ ପରିଜନ ଏବଂ ବନ୍ଧୁମାନେ ଭୁଲି ପାରୁନାହାନ୍ତି । ସେହି ଲୋକମାନେ ମୋହିତଙ୍କ ଫେସବୁକ ୱାଲକୁ ଦୁଃଖଦ ସମ୍ବାଦରେ ଭରି ଦେଇଛନ୍ତି ।

ପୋଲିସ ନିଜର ପ୍ରାରମ୍ଭିକ ଯାଞ୍ଚରେ କହିଛି; ମୋହିତଙ୍କ କୌଣସି ପ୍ରକାର ଅପରାଧୀଙ୍କ ସହ ସମ୍ବନ୍ଧ ନ ଥିଲା । ପୋଲିସ ବର୍ତ୍ତମାନ ସ୍ଵୀକାର କରିଛି, ମୋହିତଙ୍କ ହତ୍ୟା କୌଣସି ଟଙ୍କାର ଲେଣଦେନ ପାଇଁ ହୋଇଥାଇ ପାରେ କିମ୍ବା କୌଣସି ଯୁବତୀଙ୍କ ପ୍ରେମ ପ୍ରସଙ୍ଗ ମଧ୍ୟ ହୋଇଥାଇ ପାରେ ।

ପୋଲିସ ମୋହିତଙ୍କ ଫୋନ କଲ ରେକର୍ଡ଼ ଯାଞ୍ଚ କରିବା ସହ ମୋହିତଙ୍କ ସୋସିଆଲ ମିଡ଼ିଆ ପ୍ରୋଫାଇଲ ମଧ୍ୟ ଯାଞ୍ଚ କରୁଛି । କାରଣ ସେଥିରୁ କୌଣସି ସୁରାଖ ମିଳିଯାଇ ପାରେ ।