ମାଆର ମମତା ଅପମାନିତ ହୋଇଛି । ଜଣେ ମାଆ ନିଜ ସନ୍ତାନକୁ ବାଲକୋନିରୁ ପୋଫଡ଼ି ଦେବାପରେ, ଏପରି କିଛି କରିଥିଲେ ! ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।

Spread the love

ସ୍ୱାମୀଙ୍କ ଅଳ୍ପ ଉପାର୍ଜନ ପାଇଁ ମହିଳା ଜଣକ ଚିନ୍ତାରେ ଥିଲେ, ରାଗି ଯାଇ ନିଜ ସନ୍ତାନକୁ ବାଲକୋନିରୁ ଫୋପାଫି ଦେଇଥିଲେ ।

ଦିଲ୍ଲୀରେ ଜଣେ ମାଆ ନିଜ ସନ୍ତାନକୁ ନିଜ ଘରର ଉପର ମହଲରୁ (ବାଲକୋନି) ଫୋପାଡିବା ପରେ ନିଜେ ଡେଇଁ ଆତ୍ମହତ୍ୟା କରିଥିଲେ । କୁହାଯାଉଛି; ଏହି ମହିଳାଙ୍କ ନିଜ ସ୍ୱାମୀଙ୍କ ସହ ଝଗଡା ହେବା ପରେ ଏପରି କିଛି କରିଥିଲେ । ଏହି ଘଟଣା ପରେ ଏହି ମହିଳାଙ୍କ ଦୁଇଟି ଯାକ ସନ୍ତାନଙ୍କ ମୃତ୍ୟୁ ହୋଇଯାଇଛି । ମହିଳାଙ୍କ ଜୀବନ ବଂଚି ଯାଇଛି ଓ ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଚାଲିଛି । ଦିଲ୍ଲୀର ଲକ୍ଷ୍ମୀ ନଗରର ଲଳିତା ପାର୍କରେ 25 ମାର୍ଚ୍ଚ ରାତିରେ ହୋଇଥିବା ଏହି ଘଟଣାର ଯାଞ୍ଚ ପୋଲିସ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରୁଛି ।

ଏହି ଘଟଣାର ଯାଞ୍ଚରେ ପୋଲିସ ଅନୁସାରେ 27 ବର୍ଷୀୟ ଆଲିଆଙ୍କ ଝଗଡା ତାଙ୍କର ସ୍ୱାମୀ ମହମ୍ମଦ ମୁନ୍ବବରଙ୍କ ସହ ହୋଇଥିଲା ଓ ଝଗଡା ପରେ ଆଲିଆ ଆତ୍ମହତ୍ୟା କରିବା ପାଇଁ ବାଲକୋନିରୁ ନିଜ ସନ୍ତାନଙ୍କୁ ଫୋପାଡ଼ି ନିଜେ ମଧ୍ୟ ଡେଇଁ ପଡ଼ିଥିଲେ । ମହମ୍ମଦ କହିଛନ୍ତି, ଆଲିଆ ତାଙ୍କୁ ଫୋନ କରିଥିଲେ ଓ ଫୋନରେ ଆଲିଆ ଖୁବ ରାଗି ଯାଇଥିଲେ । ଏହି ଫୋନ କଲ୍ ସମୟରେ ଆଳିଆଙ୍କ ମାଆ ମଧ୍ୟ କନପ୍ରେନ୍ସ କଲରେ ଥିଲେ । ମହମ୍ମଦଙ୍କ କହିବା ଅନୁସାରେ ଆଲିଆ ଫୋନରେ ଛାଡପତ୍ର ନେବା ପାଇଁ କହିଥିଲେ, ଏହାପରେ ମହମ୍ମଦ ଆଇଆଙ୍କୁ କହିଥିଲେ ଘରକୁ ଯିବା ପରେ ଏହି ବିଷୟରେ କଥାବାର୍ତ୍ତା ହେବା । ଆଳିଆଙ୍କ ମାଆ ମଧ୍ୟ ଆଲିଆଙ୍କୁ ଶାନ୍ତ ରହିବା ପାଇଁ କହିଥିଲେ କିନ୍ତୁ ଆଲିଆ ମାନି ନଥିଲେ । ମହମ୍ମଦ କହିଛନ୍ତି ଆଲିଆ ଓ ମୋ ଭିତରେ ଟଙ୍କା ପଇସାକୁ ନେଇ ଝଗଡା ହୋଇଥିଲା ଓ ଆଲିଆ ମହମ୍ମଦଙ୍କ ରୋଜଗାରରେ ସନ୍ତୁଷ୍ଟ ନଥିଲେ । ମହମ୍ମଦଙ୍କ ଏକ ଅଟୋ ସ୍ପେୟାର୍ ପାର୍ଟସ୍ ର ଦୋକାନ ଅଛି ।

ଅବସାଦ ମୁକ୍ତ ଔଷଧ ଖାଇଥିଲେ :

ମହମ୍ମଦଙ୍କ କହିବା ଅନୁସାରେ ରାତି 8.30ରେ ଫୋନ ଆସିଥିଲା ଓ ପଡୋଶୀ ତାଙ୍କୁ କହିଥିଲେ ମହମ୍ମଦଙ୍କ ପୁଅ ଆଫ୍ରାନ୍ ଛାତ ଉପରୁ ପଡିଯାଇଛି । ଏହାପରେ ମହମ୍ମଦ ଘରକୁ ଚାଲି ଆସିଥିଲେ । ରାସ୍ତାରେ ଆସିବା ସମୟରେ ମହମ୍ମଦଙ୍କୁ ଅନ୍ୟ ଗୋଟିଏ କଲ୍ ଆସିଥିଲା ଓ ସେହି ଫୋନରେ କୁହାଯାଇଥିଲା ମହମ୍ମଦଙ୍କ ଝିଅ ମହକ୍ ମଧ୍ୟ ବାଲକୋନିରୁ ପଡ଼ିଯାଇଛି । ଯେତେବେଳେ ମହମ୍ମଦ ଘରେ ପହଞ୍ଚିଥିଲେ ଆଲିଆ ମଧ୍ୟ ବାଲକୋନିରୁ ଡେଇଁ ପଡିଛନ୍ତି । ଆଲିଆ ଡେଇଁବା ପୂର୍ବରୁ ଅବସାଦ ମୁକ୍ତ ଔଷଧ 10 ରୁ 12ଟି ଖାଇ ଦେଇଥିଲେ । ମହମ୍ମଦଙ୍କ ପୁଅର ବୟସ 4 ଓ ଝିଅର ବୟସ 8 ବର୍ଷ ଅଟେ ।

ଡାକ୍ତରଖାନାରେ ଚିକିତ୍ସା ଚାଲିଛି :

ଆଳିଆଙ୍କ ଚିକିତ୍ସା ଏଲ୍.ଏନ୍.ଜେ.ପି ଡାକ୍ତରଖାନାରେ ଚାଲିଛି । ଆଳିଆ ଓ ମହମ୍ମଦଙ୍କ ଦୁଇ ସନ୍ତାନଙ୍କ ମୃତ୍ୟୁ ହୋଇସାରିଛି । ବାଲକୋନିରୁ ଡେଇଁ ପଡିବା ଫଳରେ ଆଳିଆଙ୍କୁ ଖୁବ ଆଘାତ ଲାଗିଛି କିନ୍ତୁ ଆଲିଆ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି । ପୋଲିସ ଆଳିଆଙ୍କ ବିରୁଦ୍ଧରେ ଧାରା 302 ହତ୍ୟା ଓ 309 ଆତ୍ମହତ୍ୟା କରିଥିବା ପାଇଁ କେସ ରଜ୍ଜୁ କରିଛି ।