ଅଳିଆ ଗଦାରେ ଦୀର୍ଘ ଛଅ ମାସ ପର୍ଯ୍ୟନ୍ତ ପଡି ରହିଥିଲେ ଏହି ବ୍ୟକ୍ତି ଜଣକ । ଲୋକେ ପାଗଳ ଭାବୁଥିଲେ । ସତ୍ୟ ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।

Spread the love

ଭୋକ ଉପାସରେ ଦୀର୍ଘ ଛଅ ମାସ ପର୍ଯ୍ୟନ୍ତ ଅଳିଆ ଗଦାରେ ପଡି ରହିଥିଲେ ଏହି ବ୍ୟକ୍ତି ଜଣକ । ଲୋକମାନେ ପାଗଳ ଭାବି ଦେଖି ଚାଲି ଯାଉଥିଲେ । ଏହି ବ୍ୟକ୍ତିଙ୍କ ଦୁଃଖ କଷ୍ଟ କେହି ମଧ୍ୟ ଜାଣି ପାରି ନ ଥିଲେ । କିନ୍ତୁ ଜଣେ ଯୁବକର ନଜର ଏହି ବ୍ୟକ୍ତିଙ୍କ ଉପରେ ପଡିଥିଲା ଏବଂ କିଛି ଘଣ୍ଟାର ପରିଶ୍ରମ ପରେ ଏହି ବ୍ୟକ୍ତିଙ୍କ ପରିଜନଙ୍କୁ ଖବର ଦିଆ ଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ପିତାମାତାଙ୍କ ମୃତ୍ୟୁ ପରେ ଏହି ବ୍ୟକ୍ତି ଜଣଙ୍କ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ ଏବଂ ଘର ଛାଡି ଚାଲି ଆସିଥିଲେ । ସୂଚନା ମିଳିବା ପରେ ପରିଜନମାନେ ମଧ୍ୟ ଏହି ବ୍ୟକ୍ତିଙ୍କୁ ଘରକୁ ଫେରାଇ ନେବା ପାଇଁ ତୁରନ୍ତ ଚାଲି ଆସିଥିଲେ । ପରେ ଏହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଗ୍ରେଟର ନୋଏଡ଼ାର ସେକ୍ଟର ୪ ସ୍ଥିତ ବେନିସ ମଲ ସାମ୍ନାରେ ଇଣ୍ଡଷ୍ଟିଆଲ ଏରିଆ ରହିଛି । ଏହି ସ୍ଥାନର ସେକ୍ଟରର ଏବଂ କମ୍ପାନୀରୁ ବାହାରୁଥିବା ଅଳିଆ ଏଠାରେ ପକାଯାଏ । ଡେ଼ଲ୍ଟା ୧ ନିବାସୀ ସୁନୀଲ ନାଗର କହିଛନ୍ତି; ଏହି ଅଳିଆ ଗଦାରେ କିଛି ଖୋଜୁଥିବା ଅବସ୍ଥାରେ ବିକାଶ ଓରଫ ପପୁ ଯାଦବ ମିଳିଥିଲା ।ସେ ବିହାରର ପାଟଣାର ନିବାସୀ ଅଟେ । ସୁନୀଲ କହିଛନ୍ତି, ସେ ଭୋକ ଉପାସରେ ଅଳିଆ ଗଦାରୁ ମିଳିଥିଲା ପରେ ତାହା ବିଷୟରେ ଜାଣିବା ପାଇଁ ଚେଷ୍ଠା କରା ଯାଇଥିଲା ।

କଥାବାର୍ତ୍ତା ସମୟରେ ସେ କିଛି ଶବ୍ଦ ଇଂରାଜିରେ କହିଥିଲା । ଏହାଫଳରେ ତାହା ବିଷୟରେ ତଥ୍ୟ ମିଳିବାରେ ସହଜ ହୋଇ ଯାଇଥିଲା ।ବହୁତ ସମୟ କଥାବାର୍ତ୍ତା ହେବା ପରେ ପପୁ ଏକ ମୋବାଇଲ ନମ୍ବର ଦେଇଥିଲା । ପପୁ କିଛି ସ୍ପଷ୍ଟ କହି ପାରୁନଥିଲା କିନ୍ତୁ ତାକୁ ମୋବାଇଲ ନମ୍ବର ମନେ ଥିଲା । ଯେତେବେଳେ କଲ୍ କରାଯାଇ ଥିଲା, ସେତେବେଳେ ପପୁର ପିଉସା କଲ୍ ଉଠାଇଥିଲେ । ଘଟଣା ବିଷୟରେ ପପୁର ପିଉସାଙ୍କୁ ଜଣା ଯାଇଥିଲା । ପରେ ପିଉସାଙ୍କ ଭିଡ଼ିଓ କଲ କରାଯାଇଥିଲା ଏବଂ ପପୁ ପିଉସାଙ୍କ ଦେଖିବା ପରେ ଖୁବ କାନ୍ଦିଥିଲା ।

ପିଉସା ସୁନୀଲକୁ କହିଥିଲେ, ପପୁର ମାତାପିତାଙ୍କ ମୃତ୍ୟୁ ହୋଇଯାଇଛି । ପିତାମାତାଙ୍କ ମୃତ୍ୟୁ ପରେ ପପୁ ମାନସିକ ସନ୍ତୁଳନ ହରାଇ ବସିଥିଲା । ପପୁର ଚିକିତ୍ସା ମଧ୍ୟ କରାଯାଇଥିଲା କିନ୍ତୁ ହଠାତ୍ ଦିନେ ସେ ଡାକ୍ତରଖାନାରୁ ଗାଏବ ହୋଇ ଯାଇଥିଲା । ପରେ ସୁନୀଲ ୧0୮ ନମ୍ବରରେ କଲ୍ କରି ଏମ୍ବୁଲେନ୍ସ ଡାକି ଥିଲେ କିନ୍ତୁ ଏମ୍ବୁଲେନ୍ସ ମିଳିନଥିଲା । ପରେ ପୋଲିସ ସହାୟତାରେ କାସନା ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଭୋକ ଉପାସରେ ପଡିଥିବା ପପୁକୁ ଦେଖି ଲୋକମାନେ ଚାଲି ଯାଉଥିଲେ । କିନ୍ତୁ କେହି ମଧ୍ୟ ତାର ଦୁଃଖ କଷ୍ଟ ଜାଣିବା ପାଇଁ ଚେଷ୍ଟା କରିନଥିଲେ । ସୁନୀଲଙ୍କ କିଛି ଘଣ୍ଟାର ପ୍ରୟାସରେ ପପୁ ନିଜର ପରିଜନଙ୍କ ପାଖରେ ପହଂଚି ଯାଇଥିଲା ।ଏହା ପୂର୍ବରୁ ମଧ୍ୟ ସୁନୀଲ ପଞ୍ଜାଵରେ ରହୁଥିବା ଅଂଗ୍ରେଜ ସିଂ ଙ୍କୁ ତାଙ୍କ ପରିଜନଙ୍କ ସହ ମିଶାଇ ଥିଲେ ।