ସମଗ୍ର ଦେଶରେ ହେବ ତିନୋଟି ବଡ ପରିବର୍ତ୍ତନ : – ଫେବୃଆରୀ ପହିଲାରୁ

Spread the love

ଶୀର୍ଷରେ ଆପଣ ଠିକ ପଢ଼ିଛନ୍ତି । ମୋଦି ସରକାର ଦିନ ଠାରୁ ଦେଶରେ ପ୍ରୟାତଃ ପ୍ରତିଦିନ କିଛି ନ କିଛି ନିୟମରେ ପରିବର୍ତ୍ତନ ହେବାରେ ଲାଗିଛି । ସମୟର ପରିବର୍ତ୍ତନ ସ୍ରୋତରେ ଦେଶରେ ମଧ୍ୟ ନୀତି ନିୟମ ଗୁଡିକରେ ପରିବର୍ତ୍ତନ ଆସିଥାଏ । ଫେବୃଆରୀ ପହିଲାରୁ ଦେଶରେ ୩ଟି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କୁ ଜାଣିବୁ ସେହି ତିନୋଟି ବଡ ପରିବର୍ତ୍ତନ । ଆସନ୍ତୁ ଜାଣିବା ସେହି ତିନୋଟି ପରିବର୍ତ୍ତନ :

● ପ୍ରଥମ : ଟିଭି ଦେଖାଇବା ନିୟମରେ ପରିବର୍ତ୍ତନ :- ଆପଣଙ୍କୁ ଜଣାଇଦେଉଛୁ ଯେ, ଫେବୃୟାରୀ ପହିଲାରୁ ଟିଭି ଦେଖିବାକୁ ନେଇ ନୂଆ ନିୟମ କାର୍ଯ୍ୟକାରୀ ହେବ । ଉକ୍ତ ନିୟମ ଅନୁଯାୟୀ ଟିଭି ଉପଭୋକ୍ତାମାନେ କେବେଳ ନିଜ ପସନ୍ଦର ଚେନେଲ ହିଁ ଦେଖିପାରିବେ ଏବଂ ଯେଉଁସବୁ ମନ ପସନ୍ଦର ଚେନେଲ ଦେଖିବେ ଉକ୍ତ ଚେନେଲ ନିମନ୍ତେ ମାସିକ ନିର୍ଦ୍ଧାରିତ ମୂଲ୍ୟ ଦେବାକୁ ହେବ । ଭାରତୀୟ ଦୂରସଂଚାର ନିଗମ (ଟ୍ରାଇ) ଏ ନେଇ ସମସ୍ତ ଦୂରଦର୍ଶନ କେନ୍ଦ୍ରମାନଙ୍କୁ ୩୧ ଜାନୁଆରୀ ୨୦୦୧୯ ପର୍ଯ୍ୟନ୍ତ ସମୟ ଦେଇଛି ଏବଂ ଗ୍ରହନଙ୍କୁ ୩୧ ଜାନୁଆରୀ ୨୦୧୯ ପୂର୍ବରୁ ନିର୍ଦ୍ଦିଷ୍ଟ ପ୍ୟାକ୍ ଚୟନ କରିବାକୁ ହେବ । ଯେଉଁମାନେ ଏହି ଫ୍ୟାକ୍ ଚୟନ କରି ନାହାନ୍ତି, ଭାରତୀୟ ଦୂରସଂଚାର ତରଫରୁ ସେହି ବ୍ୟକ୍ତିମାନଙ୍କ ନିମନ୍ତେ ସାଧାରଣ ପ୍ୟାକ୍ କ୍ରିୟାଶୀଳ କରାଯିବ ।

● ଦ୍ବିତୀୟ : ବ୍ୟାଙ୍କ ଆକାଉଣ୍ଟ ଖାତାରେ ସର୍ବନିମ୍ନ ଜମା ରାଶି ବଢ଼ାଇ ଦିଆଯାଇଛି : ବ୍ୟାଙ୍କ ଅଫ ବୋରଦା ସେଭିଂଗ ଆକାଉଣ୍ଟ ଖାତାଧାରୀ ଖାତାରେ ସର୍ବନିମ୍ନ ଜମା ରାଶି ବଢାଇଦେଇଛି । ଏହି ନିୟମ ଆସନ୍ତା କାଲି ଅର୍ଥାତ ଫେବୃଆରୀ ପହିଲାରୁ ଲାଗୁ ହେବ ।

● ତୃତୀୟ : ୧୦ ପ୍ରତିଶତ ସଂରକ୍ଷଣ : ଆପଣ ଜାଣି ଖୁସି ହେବେ ଯେ, କେନ୍ଦ୍ର ସରକାରଙ୍କ ସହ ସମ୍ବନ୍ଧିତ ଥିବା ସଂସ୍ଥା ବା କମ୍ପାନୀଗୁଡିକରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିୟମ ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ।