ଗୋଟିଏ ଝିଅ….. ଯାହାର ଜୀବନ ନିଜ ଭାଇ ବର୍ବାଦ କରିବା ପରେ ପ୍ରେମିକ ତା ଜୀବନ ରକ୍ଷା କରିଥିଲା । ପଢନ୍ତୁ ଲେଖାଟି ।

Spread the love

ଆପଣମାନେ ସାହିଦ କପୁର ଏବଂ ଅମୃତା ରାଵଙ୍କ ବିବାହ ଚଳଚିତ୍ର ନିଶ୍ଚୟ ଦେଖିଥିବେ ଏହି ଚଳଚିତ୍ରରେ ଦେଖାଯାଇ ଥିଲା; ପୁନମ ଯାହାର ବିବାହର ଏକ ଦିନ ପୂର୍ବରୁ ଦୁର୍ଘଟଣା ହୋଇଯାଇ ଥିଲା । ସେ ନିଆଁରେ ଜଳି ଯାଇଥିଲା; ଏହା ପରେ ସେ ଆଶା ଛାଡି ଦେଇଥିଲା, ପ୍ରେମ ଯିଏ ତା ଭାବି ସ୍ୱାମୀ ତାକୁ ଛାଡି ଦେଵ । କିନ୍ତୁ ଚଳଚିତ୍ରରେ କିଛି ଏପରି ଘଟଣା ଦେଖା ଯାଇଥିଲା ଯେ, ପ୍ରେମ ଜଳି ଯାଇଥିବା ପୁନମର ଶରୀରକୁ ନ ଦେଖି ତା ମଥାରେ ସିନ୍ଦୁର ଦେଇ ଆପଣାଇ ନେଇଥିଲା ପୁନମକୁ ।

ଏହି ଚଳଚିତ୍ରକୁ ଦେଖିବା ପରେ ଦର୍ଶକ ଭାବିଥିବେ ଏପରି କେବଳ ଚଳଚିତ୍ରରେ ହିଁ ସମ୍ଭବ ହୋଇଥାଏ କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ; ଏହିପରି ଏକ ଅବିକଳ ଘଟଣା ଅସଲ ଜୀବନରେ ଘଟିଛି ଏବଂ ଏହି ଘଟଣା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ଏହି ଘଟଣାଟି ଲଳିତା ଯିଏ ସାଧାରଣ ଝିଅଙ୍କ ପରି ନିଜ ବିବାହର ସପ୍ନ ଦେଖିଥିଲା କିନ୍ତୁ ତାକୁ ଜଣା ନ ଥିଲା ଏକ କାଳ ରାତ୍ରି ଏପରି ଆସିବ ଯାହାଫଳରେ ତାର ସମସ୍ତ ସପ୍ନ ଭାଙ୍ଗି ଚୁରମାର ହୋଇଯିବ ।

ଲଳିତା ତା ଅତୀତ ବିଷୟରେ କହିଛି ଯେ ୨୦୧୨ ମସିହାରେ ସେ ନିଜ ସମ୍ପର୍କୀୟଙ୍କ ବିବାହରେ ଯାଇଥିଲା । ଏହି ସମୟରେ ତା’ ଭାଇ ଏବଂ ସମ୍ପର୍କୀୟ ଭାଇ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା ଏବଂ ଝଗଡା ଏତେ ଜୋର ଧରିଥିଲା ଯେ; ଝଗଡା ତୁଟାଇବା ଅର୍ଥାତ ସମାଧାନ କରିବା ପାଇଁ ଲଳିତାକୁ ମଧ୍ୟସ୍ଥତା ଆସିବା ପାଇଁ ପଡିଥିଲା । ବୟସରେ ବଡ଼ ହୋଇଥିବା କାରଣରୁ ଦୁଇ ଭାଇଙ୍କୁ ଶାନ୍ତ କରିବା ଉଦ୍ଧେଶ୍ୟରେ ଚାପୁଡ଼ାଟିଏ ମାରିଥିଲା । ଯାହା ପରେ ଦୁଇ ଭାଇ ଶାନ୍ତ ହୋଇ ଯାଇଥିଲେ । ପରେ ବିବାହ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଥିଲା କିନ୍ତୁ ସେହି ଦିନଠାରୁ ଲଳିତା ପାଇଁ ଖରାପ ଦିନ ଆରମ୍ଭ ହୋଇ ଯାଇଥିଲା ଯାହା ବିଷୟରେ ଲଳିତା କଦାପି ଚିନ୍ତା ମଧ୍ୟ କରି ନ ଥିଲା ।

ଏହି ବିବାହର କିଛି ଦିନ ପରେ ଲଳିତାର ମଧ୍ୟ ବିବାହ ଠିକ ହୋଇଯାଇ ଥଲା । ଏହି ବିବାହ ମଧ୍ୟରେ ହିଁ ଲଳିତାର ସମ୍ପର୍କୀୟ ଭାଇ ସେହି ଚାପୁଡାର ବଦଳା ନେବାକୁ ଯାଇ ଲଳିତା ଉପରେ ଏସିଡ଼ ପିଙ୍ଗି ଦେଇଥିଲା, ଯାହାଫଳରେ ଲଳିତାର ମୁହଁ ଜଳି ପୋଡ଼ି ଯାଇଥିଲା, ସଂପୂର୍ଣ୍ଣ ରୂପେ ଲଳିତା ବର୍ବାଦ ହୋଇ ଯାଇଥିଲା । ଲଳିତା କହିଛନ୍ତି; ଯେତେବେଳେ ସେ ଡାକ୍ତରଖାନାରୁ ଫେରିଥିଲେ; ସର୍ବ ପ୍ରଥମେ ସେ ନିଜ ଚେହେରା ଦେଖିଥିଲେ ଆଇନାରେ, ନିଜ ଚେହେରା ଦେଖିବା ପରେ ଖୁବ୍ ଜୋରରେ କାନ୍ଦିବାରେ ଲାଗିଥିଲେ ଲଳିତା । ଅନେକ ସର୍ଜରୀ ପରେ ମଧ୍ୟ ଲଳିତାଙ୍କ ଚେହେରା ବିକୃତ ହୋଇଯାଇଥିଲା । ଲଳିତା କହିଥିଲେ; ଚେହେରାକୁ ଠିକ୍ କରିବା ପାଇଁ ଅସ୍ତ୍ରୋପଚାର କରିବା ପାଇଁ ଦରକାର ପଡିଥିଲା, ଯାହା ପାଇଁ ଆମକୁ ଆଜମଗଡ଼ରୁ ମୁମ୍ବାଇ ଆସିବା ପାଇଁ ପଡିଥିଲା ।

ଏସିଡ୍ ଆଟାକ୍ ପୀଡିତ ଲଳିତା ବେନବଂଶୀ; ସେହି ଘଟଣା ପରେ ଆଶା ମଧ୍ୟ କରି ନ ଥିବେ ଏକ ରଙ୍ଗ୍ ନମ୍ବର ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେବ । ୨୬ ବର୍ଷୀୟା ଲଳିତାଙ୍କ ଉପରେ ନିଜ ସମ୍ପର୍କୀୟ ଭାଇଙ୍କ ଦ୍ୱାରା ୨୦୧୨ ମସିହାରେ ହୋଇଥିବା ଏସିଡ୍ ଆଟାକ୍ ପରେ ଏହି ପ୍ରକାରର ଖୁସିର ଆଶା ଲଳିତା ଛାଡ଼ି ଦେଇଥିଲେ କିନ୍ତୁ ଏକ ରଙ୍ଗ୍ ନମ୍ବର ଜରିଆରେ ଲଳିତାଙ୍କ ପୂର୍ଵ ଖୁସି ପୁଣି ଥରେ ଫେରି ଆସିଥିଲା ।ତାଙ୍କ ଜୀବନରେ ରାହୁଲ କୁମାର ଆସି ତାଙ୍କ ଦୁଃଖ ଭରା ଜୀବନକୁ ସୁଖରେ ପରିବର୍ତ୍ତନ କରି ଦେଇଥିଲେ ।

ଏହି ଦୁହିଁଙ୍କ କାହାଣୀ କୌଣସି ବାଲିଉଡ଼ ଚଳଚ୍ଚିତ୍ରର କାଳ୍ପନିକ କାହାଣୀ ଠାରୁ କମ ନୁହେଁ । ଲଳିତା ଏବଂ ରାହୁଲଙ୍କ ପ୍ରେମ ଏକ ରଙ୍ଗ୍ ନମ୍ବରରୁ ଆରମ୍ଭ ହୋଇଥିଲା । ରାହୁଲ, ଲଳିତାଙ୍କ ନମ୍ବର୍ ଭୁଲରେ ଡାଏଲ୍ କରି ଦେଇଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଦୁଇ ମାସ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇ ଥିଲେ । ରାହୁଲଙ୍କ ବୟସ ୨୭ ଅଟେ ଏବଂ ସେ ଏକ ଘରୋଇ କମ୍ପାନୀରେ ସିସି ଟିଭି ଅପରେଟର ରୂପେ କାର୍ଯ୍ୟରତ ଅଟନ୍ତି । ବିବାହ ପରେ ଲଳିତା କହିଛନ୍ତି; “ମୁଁ କଦାପି ଭାବି ନ ଥିଲି ମୋର ବିବାହ ହୋଇପାରିବ” କିନ୍ତୁ ରାହୁଲ ମୋ ସତ୍ୟ ଜାଣିବା ପରେ ମୋ ସହ ବିବାହ କରିବା ପାଇଁ ନିଜ ନିର୍ଣ୍ଣୟ ବଦଳାଇ ନ ଥିଲେ ।

ରାହୁଲ କହିଛନ୍ତି; ଯେତେବେଳେ ପ୍ରଥମ ଥର ଲଳିତାଙ୍କ ସ୍ୱର ଶୁଣିଥିଲି, ତାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲି । ରାହୁଲ କହିଛନ୍ତି; ମୋ ମାଆ ଏବଂ ମୋ ପରିବାର ଲଳିତାଙ୍କ ସହ ବିବାହ ସମ୍ପର୍କକୁ ସମର୍ଥନ କରିଛନ୍ତି । ମୁଁ ଜାଣି ନ ଥିଲି ଏକ ରଙ୍ଗ୍ ନମ୍ବର ଆମ ଦୁହିଁଙ୍କ ଜୀବନ ବଦଳାଇ ଦେଇ ପାରିବ । ଲଳିତା କହିଛନ୍ତି; ମୋ ଘରେ କୌଣସି ଆଇନା ନ ଥିଲା କାରଣ ମୋ ପରିବାରକୁ ଲାଗୁଥିଲା, “ମୁଁ ମୋ ଚେହେରା ଦେଖି ଦୁଃଖରେ ଭାଙ୍ଗି ନ ଯାଏ ।” ମୋ ଶାଶୁ ଘରେ ଆଇନା ଲାଗିଛି ଏବଂ ଆମେ ଦୁହେଁ ମିଳିତ ଆଇନା ଦେଖୁ ।ପ୍ରେମ ମୋ ଜୀବନର ସବୁ ଘା’ ଭରି ଦେଇଛି ।

ଏସିଡ଼ ଆଟାକରେ ବିକୃତ ହୋଇ ପଡିଥିବା ଲଳିତାଙ୍କ ୧୭ଟି ସର୍ଜରୀ ହୋଇଥିଲା ଏବଂ ତାଙ୍କର ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଛି । ଲଳିତା ମୂଳରୁପରେ ଆଜମଗଡ଼ ଉତ୍ତରପ୍ରଦେଶର ବାସିନ୍ଧା ଅଟନ୍ତି । ଲଳିତାଙ୍କ ଦେଖାଶୁଣା “ସାହସ” ନାମକ ଏକ ଏନଜିଓ କରୁଛି । ବିବେକ ଔବରାୟ ଠାନେରେ ଏକ ଫ୍ଲାଟ ଗିଫ୍ଟ କରିଛନ୍ତି ଏବଂ ଆବୁ ଯାନୀ, ଲଳିତାଙ୍କ ବିବାହର ଯୋଡ଼ା ଡିଜାଇନ୍ ଏବଂ ସନ୍ଦୀପ ଖୋସଲା ଏକ ନେକ୍ଲେସ୍ ଗିଫ୍ଟ କରିଛନ୍ତି ।