ନିର୍ଦୟ ହୃଦୟ ବୁଝେ ନାହିଁ ପ୍ରେମ । ଯୁବତୀକୁ ଗଛରେ ବାନ୍ଧି ମାରିଲେ ଗାଁ ଲୋକେ !

Spread the love

ଆମ ଦେଶ ଭାରତରେ ପ୍ରେମ ବିବାହକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଲୋକ ନିଜର ମାନସିକ ଭାରସାମ୍ୟ ହରାଇ ବସନ୍ତି । ଏହି ପରି ଏକ ଘଟଣା ବିହାର ରାଜ୍ୟର ନବାଦା ଗ୍ରାମରେ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଚାଲିଥିବା ପ୍ରେମକୁ ବିବାହ ବନ୍ଧନରେ ଛନ୍ଦି ହୋଇ ଏବଂ ନିଜ ପ୍ରେମକୁ ଆହୁରି ମଜବୁତ କରିବା ପାଇଁ, ଘରରୁ ପ୍ରେମୀକ ସହ ଚାଲି ଯାଇଥିବା ଯୁବତୀକୁ ଗାଁ ଲୋକମାନେ ନିଷ୍ଠୁର ଭାବରେ ମାଡ଼ ମାରିଛନ୍ତି । ପୋଲିସ ଜାଣି ମଧ୍ୟ କିଛି କରିପାରିଲା ନାହିଁ ।

ବିହାର ରାଜ୍ୟର ନାବାଦା ଗ୍ରାମରେ ରହୁଥିବା ଏକ ଯୁବତୀ ଅନ୍ୟ ସମ୍ପ୍ରଦାୟର ଯୁବକକୁ ପ୍ରେମ କରୁଥିଲା । ଦୁହେଁଙ୍କ ପ୍ରେମ ମଧ୍ୟ ମଜବୁତ ଥିଲା । ପରବର୍ତ୍ତୀ ସମୟରେ ଦୁହେଁ ଘରରୁ ଚାଲି ଯାଇ ନିକଟସ୍ଥ ଅନ୍ୟ ଏକ ଗ୍ରାମରେ ଆଶ୍ରୟ ନେଇଥିଲେ । କିନ୍ତୁ ପରିବାରର ଲୋକ ଓ ଗାଁ ଲୋକେ ସେ ଦୁହେଁଙ୍କୁ ଖୋଜି ନିଜ ଗାଁ ନବାଦାକୁ ଆଣିଲେ । ପଂଚାୟତ ମଧ୍ୟ ବସିଲା । ପଂଚାୟତର ରାୟ ଦେଲା ଝିଅକୁ ଗଛରେ ବାନ୍ଧି ନିଷ୍ଠୁର ମାଡ଼ ମାର ଯେପରି କି ଅନ୍ୟ ଝିଅମାନେ ଏହିପରି କାମ କରିବାକୁ ସାହସ କରିବେ ନାହିଁ । ପଂଚାୟତର ରାୟ ଅନୁସାରେ ଗାଁ ଲୋକେ ନିର୍ଦ୍ଧୟ ଭାବରେ ଝିଅକୁ ଗଛରେ ବାନ୍ଧି ଅତ୍ୟଧିକ ମାରିଲା । ସେମାନଙ୍କ ମାଡ଼ରେ ଯୁବତୀ ଜଣକ ଅନେକ ଥର ଅଚେତ ହୋଇଯାଇଥିଲା । କିନ୍ତୁ ନିର୍ଦ୍ଧୟ ଭାବରେ ଗାଁ ଲୋକେ ମାରି ଚାଲି ଥିଲେ ।

ଏତେ ମାଡ଼ ଖାଇବା ପରେ ମଧ୍ୟ ଯୁବତୀ ଜଣକ କହୁଛି, ସେହି ପୁଅକୁ ହିଁ ବିବାହ କରିବ ଯେଉଁ ପୁଅକୁ ସେ ପ୍ରେମ କରୁଛି ! ପରିଶେଷରେ ଯୁବତୀର ପିତା ନିଜ ଝିଅକୁ ଅପରାଧୀ ବୋଲି ଗାଁର ସମସ୍ତଙ୍କ ସମ୍ମୁଖରେ କହି ଚାଲି ଗଲେ । ଯୁବତୀର ପରିବାର ଲୋକେ ଏହା ଚାହିଁନ୍ତି ନାହିଁ ଯେ, ତାଙ୍କ ଝିଅ ଅନ୍ୟ ସମ୍ପ୍ରଦାୟର ପୁଅ ସହ ବିବାହ କରୁ ।