ବିବାହର କିଛି ଦିନ ପୂର୍ବରୁ ଯୁବକ ନିଜର ଅପହରଣ କରାଇଥିଲେ । ସତ୍ୟ ଜାଣିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଛି ।

Spread the love

ଏରେଞ୍ଜ ବିବାହରୁ ବଞ୍ଚିବା ପାଇଁ ନିଜକୁ ଏହି ଯୁବକ ଅପହରଣ କରାଇଥିଲା, ପରେ ଏହିପରି ଭାବରେ ପୋଲିସ ଧରିଥିଲା ।

ଆପଣମାନେ ପ୍ରେମ ସମ୍ବନ୍ଧିତ ଏପରି ଅନେକ ଲେଖା ପଢିଥିବେ, ଯେଉଁଠି ପ୍ରେମରେ ଲୋକେ କୌଣସି ମଧ୍ୟ କାର୍ଯ୍ୟ କରିବା ପାଇଁ ପଛାଇ ନଥିବେ । ନିଜ ପ୍ରେମକୁ ପାଇବା ପାଇଁ ସମାଜ ଏବଂ ନିଜ ପରିବାର ବିରୁଦ୍ଧରେ ଯିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି । ନିକଟରେ ଏପରି ଏକ ଘଟଣା ଘଟିଛି, ଯେଉଁଠି ନିଜ ବନ୍ଧବୀଙ୍କ ସହ ବିବାହ କରିବା ପାଇଁ ନିଜକୁ ଅପହରଣ କରାଇଥିଲେ । ଘଟଣା ଅନୁସାରେ ଏହି ଯୁବକର ପରିବାର ଲୋକେ ଅନ୍ୟତ୍ର ବିବାହ କରିବା ପାଇଁ କହିଥିଲେ । କିନ୍ତୁ ଯୁବକ ଜଣକ ଆରେଞ୍ଜ ବିବାହ କରିବା ପାଇଁ ଇଚ୍ଛା କରିନଥିଲେ । ଆରେଞ୍ଜ ବିବାହରୁ ବଞ୍ଚିବା ପାଇଁ ଏବଂ ନିଜ ବାନ୍ଧବୀଙ୍କ ସହ ବିବାହ କରିବା ପାଇଁ ନିଜକୁ ଅପହରଣ କରିବାର ଯୋଜନା କରିଥିଲେ ।

ପୁରା ଘଟଣା କଣ ଅଟେ :

ଖବର ଅନୁସାରେ ରବି ସିଂ ଉତ୍ତରପ୍ରଦେଶର ଝାଂସି ବାସିନ୍ଦା ଅଟେ ଏବଂ ସେ ଦିଲ୍ଲୀରେ ଚାକିରୀ କରୁଥିଲା । ଦିଲ୍ଲୀରେ ଜଣେ ଝିଅ ସହ ରବିର ସାକ୍ଷାତ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ରବିଙ୍କ ବାନ୍ଧବୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ, ରବି ଜଣେ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି । ୩୧ ବର୍ଷୀୟ ରବି ସିଂର ବିବାହ ପରିବାର ଲୋକେ କୌଣସି ଅନ୍ୟ ସ୍ଥାନରେ ଠିକ୍ କରାଇଦେଇ ଥିଲେ କିନ୍ତୁ ରବି ଏହି ବିବାହରେ ରାଜି ହୋଇ ନ ଥିଲା ।

ପୋଲିସ ଅନୁସାରେ ରବି ସିଂ ଦିଲ୍ଲୀର ପିଜି ଅଞ୍ଚଳରେ ରହୁଥିଲା । ନିଜ ବିବାହର କିଛି ଦିନ ପୂର୍ବରୁ ନିଜର ଜଣେ ସାଙ୍ଗକୁ କହିଥିଲା, “ମୋର ବିବାହ ପାଇଁ ମୁଁ ଝାଂସି ଘରକୁ ଯାଉଛି ।” କିନ୍ତୁ ରବି ଝାଂସି ଘରକୁ ଯାଇନଥିଲା ଏବଂ ନିଜର ପିତା ଓ ଭାଇର ଫୋନକୁ ଏକ ମେସେଜ ପଠାଇ ନିଜ ଅପହରଣର ଖବର ଦେଇଥିଲା । କେବଳ ଏତିକି ନୁହେଁ, ନିଜର ଅପହରଣରୁ ମୁକ୍ତି ପାଇବା ନିମନ୍ତେ ଘରଲୋକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲା । ପୁଅର ଅପହରଣ ଖବର ଶୁଣିବା ପରେ ରବିର ମାଆଙ୍କ ଦେହ ଖରାପ ହୋଇ ଯାଇଥିଲା ଏବଂ ରବିର ମାଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥଲା । ପରେ ରବିର ପିତା ଏବଂ ଭାଇ ଉଭୟ ମିଳିତ ଭାବରେ ଗୁରୁଗାଁ ପୋଲିସ ଥାନାରେ ଏହି ବିଷୟରେ ଜଣାଇ ଥିଲେ । ପୋଲିସ ରବିକୁ ଖୋଜିବା ପାଇଁ ସମୟ ନଷ୍ଟ ନ କରି ପିତାଙ୍କ ଠାରୁ ମେସେଜ ଆସିଥିବା ନମ୍ବର ନେଇ ତଲାସ ଆରମ୍ଭ କରିଥିଲା ।

ଏପରି ରବିର ଫର୍ଦଫାସ୍ ହୋଇଥିଲା :

ଯେଉଁ ମେସେଜ ରବି ଘର ଲୋକଙ୍କୁ ପଠାଇଥିଲା; ସେହି ମେସେଜ ପଢିବା ପରେ ପୋଲିସକୁ ରବି ଉପରେ ସନ୍ଧେହ ହୋଇଥଲା । ସନ୍ଦେହ ହେବା ପରେ ଗୁରୁଗାଁ ପୋଲିସ ଫୋନ ନମ୍ବରକୁ ଟ୍ରାକ କରି, ଏହି ଅପହରଣର ଖବର ଚଣ୍ଡୀଗଡ଼, ହରିଦ୍ୱାର, ଜାମ୍ମୁ, ଦିଲ୍ଲୀ ଏବଂ କୁରୁକ୍ଷେତ୍ର ପୋଲିସକୁ ଜଣାଇଥିଲେ । ବହୁତ ପରିଶ୍ରମ ପରେ ପୋଲିସ ହାତରେ ରବି ଧରା ପଡିଥିଲା । ପୋଲିସ ଅନୁସାରେ ରବି ଯେତେବେଳେ ନିଜ ପୋଷାକ ନେବା ପାଇଁ ପିଜି ରୁମକୁ ଯାଇଥିଲା, ସେହି ସମୟରେ ରବିକୁ ପୋଲିସ ଧରି ନେଇଥିଲା ।

ପୋଲିସ ଅନୁସାରେ ଏହି ମିଛ ଅପହରଣ କେଶକୁ ସମାପ୍ତ କରିବା ପାଇଁ ପୋଲିସକୁ ଅନେକ ପରିଶ୍ରମ କରିବା ପାଇଁ ପଡିଥିଲା । ପୋଲିସକୁ ଅନେକ ରାଜ୍ୟକୁ ଯିବା ପାଇଁ ପଡିଥିଲା । ଏହି ଅପହରଣ ଘଟାଇବା ପଛର କାହାଣୀ ହେଉଛି; ରବି ଆରେଞ୍ଜ ବିବାହ ନକରି ପ୍ରେମ ବିବାହ କରିବା ପାଇଁ ଚାହୁଁଥିଲା । ରବି ଆରେଞ୍ଜ ବିବାହକୁ ରୋକିବା ପାଇଁ ନିଜର ଅପହରଣର ନାଟକ ରଚନା କରିଥିଲା ।