ଜଣେ ପିତା ନିଜ ପରିବାର ପାଇଁ କାଳ ହୋଇଥିଲା । ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ସେ ଯାହା କରିଥିଲା ଜାଣିବା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ ।

Spread the love

ପିତା, ଏହା ଏକ ଏପରି ଶବ୍ଦ ଯାହାର ଛାଇ ତଳେ ସନ୍ତାନ ମାନେ ନିଜକୁ ସୁରକ୍ଷିତ ମଣିଥାନ୍ତି । ଦୁନିଆର ସମସ୍ତ ପ୍ରକାରର ଖରାପ ପରିସ୍ଥିତିରୁ ପିତା ନିଜ ସନ୍ତାନମାନଙ୍କୁ ରକ୍ଷା କରିଥାନ୍ତି । କିନ୍ତୁ ସେତେବେଳେ କଣ ହେବ, ଯେତେବେଳେ ଆପଣଙ୍କୁ ଏହି ଦୁନିଆକୁ ଆଣିଥିବା ବ୍ୟକ୍ତି ଏବଂ ଖରାପ ମଣିଷଙ୍କ ଠାରୁ ରକ୍ଷା କରିଥିବା ବ୍ୟକ୍ତି, ନିଜେ ଏକ ହିଂସ୍ର ପଶୁ ପାଲଟି ଯାଇଥାଏ ! ସନ୍ତାନ ମାନେ ନିଜ ପିତାଙ୍କର ଜୀବନ ହୋଇଥାନ୍ତି । କିନ୍ତୁ ଯଦି ସେହି ପିତା ହିଁ ସେମାନଙ୍କ ସହ ପଶୁତ୍ଵର ବ୍ୟବହାର କରେ, ତେବେ ସନ୍ତାନଙ୍କ ଅବସ୍ଥା କଣ ହେବ ? ଆପଣମାନେ ଶୁଣି ବିଶ୍ଵାସ କରି ପାରିବେ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛୁ, ଯାହାକୁ ଶୁଣି ଆପଣଙ୍କ ଆତ୍ମା କମ୍ପି ଉଠିବ । ଜଣେ ପିତା କିପରି ନିଜର ସନ୍ତାନମାନଙ୍କ ଜୀବନ ନୃଶଂସ ଭାବରେ ନେଇଯାଇଥିଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣାଟି…

ଦିଲ୍ଲୀର ମହରୋଲି ଅଞ୍ଚଳର ଜଣେ ପିତା କିପରି ହିଂସ୍ର ପାଲଟି ଯାଇଥିଲା ! ଆପଣ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ ଯେ, ଜଣେ ପିତା ହୋଇ ମଧ୍ୟ କିପରି ଏମିତି କାମ କରିପାରିଲେ । ଏହି ହତ୍ୟାକାରୀ ନିଜ ସ୍ତ୍ରୀ ସହିତ ନିଜର ଦୁଇଟି ପୁତ୍ରୀଙ୍କୁ ଏବଂ ଏକ ପୁତ୍ରଙ୍କୁ କିପରି ମାରି ଦେଇଥିଲା ! ସେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଛୁରୀର ସାହାଯ୍ୟରେ ବେକ କାଟି ମୃତ୍ୟୁର ଅଧିନ କରି ଦେଇଥିଲେ । ଏହି ବ୍ୟକ୍ତିର ମାନସିକ ଅବସ୍ଥା କଣ ? ଏହି ବ୍ୟକ୍ତିର ଏହି ଘୃଣ୍ୟ କର୍ମ ଦ୍ୱାରା ଜାଣି ପାରୁଥିବେ ।

ନିଜର କୋମଳମତି ସନ୍ତାନ ମାନଙ୍କର ବେକ କାଟିବା ସମୟରେ ତାର ହାତ କଣ ଥରି ନଥିଲା । ଏକ ପିତା କିପରି ନିଜ ସନ୍ତାନ ମାନଙ୍କ ସହ ଏପରି ବ୍ୟବହାର କରିପାରିବ । ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଉଠୁଥିବ ? ପଡୋଶୀ ମାନଙ୍କ କହିବା ଅନୁସାରେ ଏହି ବ୍ୟକ୍ତିର ମାନସିକ ସ୍ଥିତି କିଛି ଠିକ ନଥିଲା । ସେଥିପାଇଁ ସେ ନିଜର ପରିବାରକୁ ଏପରି ନୃଶଂସ ଭାବରେ ହତ୍ୟା କରିଥିଲା ।

ଏହି ବିଷୟରେ ଯେତେବେଳେ ପୋଲିସକୁ ପଚାରା ଯାଇଥିଲା, ସେତେବେଳେ ଡିସିପି ବିଜୟ କୁମାର କହିଥିଲେ ଯେ, ସକାଳ ୭:୧୦ ସମୟରେ ଏହି ହତ୍ୟାର ସୂଚନା ସେମାନଙ୍କୁ ମିଳିଥିଲା । ଏହି ବ୍ୟକ୍ତି ଉପେନ୍ଦ୍ର ଶୁକ୍ଳା ପେଷାରେ ଏକ ଶିକ୍ଷକ ଅଟନ୍ତି । ରାତି ଅଧରେ ଅପରାଧୀ ସମ୍ପୂର୍ଣ ପରିବାରକୁ ମାରି ଦେଇଥିଲା ଏବଂ ପରେ ନିଜ ଅପରାଧ ନିଜେ ସ୍ଵୀକାର କରିଥିଲା ।

ଖବର ଅନୁସାରେ ଅପରାଧିର ପତ୍ନୀକୁ ମଧୁମେହ ରୋଗ ହୋଇଥିଲା :

ଘରେ ସମୁଦାୟ ୬ଜଣ ସଦସ୍ୟ ରହୁଥିଲେ । ତାର ପତ୍ନୀ, ବଡ଼ ଝିଅ ଯାହାର ବୟସ ୭ ବର୍ଷ, ପୁତ୍ର ଯାହାର ବୟସ ୫ ବର୍ଷ ଏବଂ ଛୋଟ ଝିଅ ଯାହାର ବୟସ ମାତ୍ର ଦେଢ଼ ମାସ ଏବଂ ଉପେନ୍ଦ୍ରର ମାତା ଘରେ ରହୁଥିଲେ । ଘରେ କେବଳ ଉପେନ୍ଦ୍ର ଏକମାତ୍ର ରୋଜଗାର କରୁଥିଲା । ତେଣୁ ଏହି ହତ୍ୟାକାଣ୍ଡର କାରଣ ଆର୍ଥିକ ସ୍ଥିତି ଏବଂ ମାନସିକ ଚାପ ହୋଇପାରେ ।

ପୋଲିସ କହିବା ଅନୁସାରେ, ଉପେନ୍ଦ୍ରର ମାଆ ଯେତେବେଳେ କବାଟ ବାଡେଇଲେ ସେତେବେଳେ କେହି ମଧ୍ୟ କବାଟ ଖୋଲିଲେ ନାହିଁ । ଯାହା ପରେ ତାଙ୍କ ମାଆ ଏହି ବିଷୟରେ ପଡୋଶୀଙ୍କୁ କହିବାରୁ ସେମାନେ ପୋଲିସକୁ ଫୋନ କରି ଡାକିଥିଲେ । ଯେତେବେଳେ କବାଟ ଖୋଲାଗଲା, ସେତେବେଳେ ଘରର ଅବସ୍ଥା ଦେଖି ସମସ୍ତଙ୍କର ଆତ୍ମା କମ୍ପି ଯାଇଥିଲା । କୋଠରୀରେ ସମସ୍ତଙ୍କର ମୃତ ଦେହ ପଡିଥିଲା । ସେଠାରୁ ଦୁଇଟି ଲେଖା ପୋଲିସକୁ ମିଳିଥିଲା । ସେଥିରୁ ଗୋଟେ ଇଂରାଜୀରେ ଏବଂ ଅନ୍ୟଟି ହିନ୍ଦୀରେ ଲେଖା ହୋଇଥିଲା । ଏହି ସମସ୍ତ ହତ୍ୟା ଉପେନ୍ଦ୍ର ନିଜେ କରିଛି ବୋଲି ଏଥିରେ ଲେଖା ହୋଇଥିଲା ଏବଂ ଏହିସବୁ ପାଇଁ ଉପେନ୍ଦ୍ର ହିଁ ଦୋଷୀ ଅଟେ ।

ପୋଲିସ ଉପେନ୍ଦ୍ରକୁ ଜେଲକୁ ନେଇ ଯାଇଥିଲା । ପୋଲିସ ପଚରାଉଚରା କରିବାରୁ, ଉପେନ୍ଦ୍ର କହିଛି, “ସେ ମାନସିକ ଚାପରେ ଅଛି ବୋଲି” । ତାର ଏହି କାମ ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି । ନିଜ ପରିବାରକୁ କିଏ ଏପରି ମାରିଦିଏ ? ଛୋଟ ଛୋଟ ସନ୍ତାନମାନେ ନିଜକୁ ବାପାଙ୍କ ପାଖରେ ସୁରକ୍ଷିତ ଭାବୁଥିଲେ, ସେମାନଙ୍କୁ ମାରିବା ସମୟରେ ତାର ହାତ ଥରି ନଥିଲା ? ତାର କର୍ତ୍ତବ୍ୟ ଗୁଡିକ କଣ ଏତେ ଅସହ୍ୟ ହୋଇଯାଇଥିଲା ଯେ, ନିଜର ପରିବାରର ହତ୍ୟା କରିଦେଲା ? ଏପରି ଲୋକଙ୍କ ମାନସିକ ସ୍ଥିତି କଣ ହୋଇଥିବ ? ଏପରି ନୃଶଂସ ହତ୍ୟା କରିବା ସମୟରେ ସେ ମନରେ କଣ ଭାବୁଥିବ ? ଏପରି ଲୋକଙ୍କୁ ମଣିଷ କହିବା ଭୁଲ ଅଟେ । ଏକ ମଣିଷ ଏପରି କାମ କଦାପି କରିପାରେନା, ସେ ମଣିଷ ରୁପରେ ଏକ ଶଇତାନ ଅଟେ ।