ବିବାହର ପ୍ରସ୍ତୁତିରେ ବ୍ୟସ୍ତ ଥିବା କନ୍ୟାଙ୍କୁ ଏକ ଫୋନ କଲ୍, ପୁରା ଦୁନିଆ ବଦଳାଇ ଦେଇଥିଲା । କିଛି ମୁହୂର୍ତ୍ତରେ ସବୁକିଛି ବଦଳି ଯାଇଥିଲା ।

Spread the love

ପରିବାରରେ ଖୁସିର ମୁହୂର୍ତ୍ତ ଚାଲିଥିଲା, କନ୍ୟା ନିଜର ବିବାହ ପୋଷାକ ପ୍ରସ୍ତୁତରେ ଥିଲେ, ଏହି ସମୟରେ ଏକ ଫୋନ କଲ୍ ଆସିଥିଲା ।

କଲେଜରେ ଦୁଇ ସାଙ୍ଗ ମିଶିକି ପଢୁଥିଲେ । ପଢିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ପରେ ସେମାନେ ବିବାହ କରିବା ପାଇଁ ମନ କରିଥିଲେ ।ଆମେରିକାରେ ସେମାନଙ୍କ ଘର ସଜା ଯାଇଥିଲା । ସମ୍ପର୍କୀୟଙ୍କ ନିମନ୍ତ୍ରଣ ହୋଇଥିଲା । ବିବାହ ଦିନ କନ୍ୟା ପ୍ରସ୍ତୁତ ହେବା ସମୟରେ ଫୋନ କଲ୍ ଆସିଥିଲା ଓ ଫୋନରୁ ଜାଣିବାକୁ ପାଇଲେ ବରର ଦୁର୍ଘଟଣା ହୋଇଯାଇଛି । କେହି ଜଣେ ବରକୁ ଗୁଳି କରି ହତ୍ୟା କରିଛି । କିଛି ମୁହୂର୍ତ୍ତ ମଧ୍ୟରେ କନ୍ୟାଙ୍କ ସଂସାର ଉଜୁଡି ଯାଇଥିଲା ।

ଗୋଟିଏ ଫୋନ୍ କଲ୍ ବଦଳାଇ ଦେଇଥିଲା ଜୀବନ :

ଏହି ଘଟଣା ଟେନେସି ଷ୍ଟେଟର ନେସବିଲେର ଅଟେ । 22 ବର୍ଷୀୟ ସାରା ବଲୁଚ ଆସନ୍ତା ସପ୍ତାହରେ ନିଜ କଲେଜ ବନ୍ଧୁ ମହମ୍ମଦ ସରିଫି ସହ ବିବାହ କରିବା ପାଇଁ ଯାଉଥିଲେ । ଘରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । ସାରା ନିଜ ପାଇଁ ପୋଷାକ ବାଛୁ ଥିଲେ । ସମସ୍ତେ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । ହଠାତ୍ ଏକ ଫୋନ୍ କଲ୍ ଆସିଥିଲା । ଖବର ମିଳିଥିଲା; ମହମ୍ମଦ ଆଘାତ ହୋଇଯାଇଛନ୍ତି । ସାରା ଡାକ୍ତରଖାନା ପହଂଚି ଥିଲେ । ଯେତେବେଳେ ସେ ସେଠାରେ ପହଞ୍ଚିଥିଲେ, ଯାହା ଦେଖିଥିଲେ ସେହି ଘଟଣା ଦେଖିବା ପରେ ସାରାଙ୍କ ସଂସାର ଉଜୁଡି ଯାଇଥିଲା । କିଛି ସମୟ ପରେ ଜଣେ ନର୍ସ ସାରାଙ୍କୁ କହିଥିଲେ ମହମ୍ମଦଙ୍କ ମୃତ୍ୟୁ ହୋଇଯାଇଛି ।

ଏହି ଖବର ଶୁଣିବା ପରେ ସାରାଙ୍କ ଧକ୍କା ଲାଗିଥିଲା । ନର୍ସ ସାରାଙ୍କ ହାତ ଧରି କହିଥିଲେ, ମହମ୍ମଦଙ୍କୁ ଗୁଳି ବାଜିଛି । ଗୁଳି ଏପରି ଜାଗାରେ ଲାଗିଥିଲା ଯାହାକୁ କାଢିଵା ସମୟରେ ବିଳମ୍ବ ହୋଇଯାଇଥିଲା, ଫଳରେ ମହମ୍ମଦଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି କଥା ଶୁଣିବା ପରେ ସାରା ବେହୋସ ହୋଇଯାଇଥିଲେ । ଯେତେବେଳେ ହୋସ୍ ଆସିଥିଲା, ତାଙ୍କୁ ଲାଗିଥିଲା ଯେପରି ସେ ଗୋଟିଏ ଖରାପ ସ୍ୱପ୍ନ ଦେଖଗିଛନ୍ତି । କିନ୍ତୁ ଆଖି ଖୋଲିବା ପରେ ତାଙ୍କ ସ୍ୱପ୍ନ ସତ୍ୟ ପ୍ରମାଣିତ ହୋଇଥିଲା । ସାରା ବିବାହ ପାଇଁ ଯେଉଁ ପୋଷାକ କିଣିଥିଲେ ସେହି ପୋଷାକ ପିନ୍ଧି ମହମ୍ମଦଙ୍କୁ ଶେଷ ବିଦାୟ ଦେଇଥିଲେ ।

ବିବାହ ପ୍ରତିବଦଳରେ ଶୋକ ସଭା ହୋଇଯାଇଥିଲା :

ସାରା ନିଜର ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । ସେ କଦାପି ଭାବି ନଥିଲେ ତାଙ୍କର ସ୍ୱପ୍ନ ଏପରି ଭାଙ୍ଗି ଚୁରମାର ହୋଇଯିବ । ସାରାଙ୍କ ପାଇଁ ଏହି ଘଟଣା ଖୁବ୍ ଦୁଃଖଦ ଭରା ହୋଇ ଯାଇଥିଲା । ସାରାଙ୍କ ବୟସ କେବଳ 22 ବର୍ଷ ଏବଂ ତାଙ୍କ ବର ମହମ୍ମଦଙ୍କ ବୟସ ମାତ୍ର 24 ଥିଲା । ଦୁହିଁଙ୍କ ଖୁସିଭରା ଦାମ୍ପତ୍ୟ ଜୀବନ ଆରମ୍ଭ ହେବାକୁ ଯିବା ସମୟରେ ହିଁ କିଛି ମୁହୂର୍ତ୍ତ ପୂର୍ବରୁ ଉଜୁଡି ଯାଇଥିଲା ।

ମହମ୍ମଦଙ୍କ ସହ ଏହି ଘଟଣା ତାଙ୍କର ବିବାହର ଏକ ସପ୍ତାହ ପୂର୍ବରୁ ଘଟିଥିଲା । 19 ଫେବୃୟାରୀରେ ହିକ୍ସନର ଏକ ଆପାର୍ଟମେଣ୍ଟର ପାର୍କିଙ୍ଗ ଜାଗାରେ ଏହି ଘଟଣା ଘଟି ଯାଇଥିଲା । ସେଠାକୁ ମହମ୍ମଦ ନିଜର ପୂର୍ବତନ ବୋଷଙ୍କୁ ଗେମିଙ୍ଗ ସିଷ୍ଟମ ବିକିବା ପାଇଁ ଯାଇଥିଲା । ସେହି ବ୍ୟକ୍ତି ହିଁ ମହମ୍ମଦଙ୍କୁ ଗୁଳି କରି ହତ୍ୟା କରିଛି । ଗୁଳି କଣ ପାଇଁ କରାଯାଇଛି ତାହାର ନିର୍ଦ୍ଧିଷ୍ଟ ସୂଚନା ମିଳି ପାରିନାହିଁ । କାରଣ ଯାହା ମଧ୍ୟ ହୋଇଥାଉ ଏହି ଘଟଣାର ଫଳ ଉଭୟ ମହମ୍ମଦ ଏବଂ ସାରା ଭୋଗିଛନ୍ତି । ନିଜ ବିବାହ ପାଇଁ କିଣିଥିବା ପୋଷାକ ପିନ୍ଧି ସାରା ନିଜ ପ୍ରେମିକଙ୍କୁ ଶେଷ ବିଦାୟ ଦେଇଛନ୍ତି ।