ଏହି ୭ ବର୍ଷର ପିଲାଟି ବନ୍ଧୁକର ଗୁଲି ଠାରୁ ମଧ୍ୟ ଆହୁରି କ୍ଷିପ୍ର ବେଗରେ ଦୌଡ଼ି ପାରୁଛି । ଆସନ୍ତୁ ଜାଣିବା ଏହି ପିଲାଟି ବିଷୟରେ କିଛି ।

Spread the love

ଯେବେ ମଧ୍ୟ ପଡ଼ିଆରେ ଖୁବ୍ ଜୋରରେ ଦୌଡ଼ିବା କଥା ଆସେ, ଦୁନିଆ ସାରା ଲୋକଙ୍କ ମୁହଁରେ ଗୋଟିଏ ନାମ ଆସିଥାଏ । ସେହି ନାମଟି ହେଲା ଉମେଶ ବୋଲ୍ଟ । ଅନେକ ଲୋକ ଵୋଲ୍ଟର ଦୌଡ଼ିବା ବିଷୟରେ କହନ୍ତି, ଯେତେବେଳେ ଵୋଲ୍ଟ ପଡ଼ିଆରେ ଦୌଡ଼ବା ଆରମ୍ଭ କରିଦିଏ, ଆଚ୍ଛା ଆଚ୍ଛା ଦୌଡାଳୀକୁ ପଛରେ ପକାଇ ଦିଏ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ପ୍ରତିଭାଶାଳୀ ବାଳକ ବିଷୟରେ କହିବାକୁ ଯାଉଛୁ, ଵୋଲ୍ଟ ନାମ ସହିତ ଦୌଡ଼ିବା କାମଟି ମଧ୍ୟ ବୁଲେଟ୍ ବେଗରେ କରେ ।

ଲୋକମାନେ ଖୁସିରେ ଡାକନ୍ତି ବ୍ଲେଜ :

ଏହି ଛୋଟ ପିଲାଟିର ନାମ ହେଲା ରୁଡ଼ଲ୍ଫ ଇନଗ୍ରାମା । ବୟସରେ ବର୍ତ୍ତମାନ ବହୁତ ସାନ କିନ୍ତୁ କାମରେ ବଡ଼ ବଡ଼କୁ ବି ପଛରେ ପକାଇଦିଏ ।ଟାମ୍ପାରେ ରହୁଥିବା ରୁଡ଼ଲ୍ଫକୁ ଲୋକମାନେ ଖୁସିରେ ଡାକନ୍ତି ବ୍ଲେଜ । ଏହା କହିବାର ତାତ୍ପର୍ଯ୍ୟ ହେଲା “ଅଗ୍ନି ଦୁରକୁ ଯେପରି ଦେଖାଯାଏ, ଏହି ପିଲା ଦୌଡ଼ିବା ଆରମ୍ଭ କଲେ ଜ୍ଵଳାମୁଖୀ ସଦୃଶ ଦେଖାଯାଏ ।” ଏହା କେବଳ ଆମେ କହୁନାହୁଁ; ସୋସିଆଲ ମିଡ଼ିଆରେ ଏହି ପିଲାଟିର ଭିଡିଓ ଦେଖି ଲୋକମାନେ କହନ୍ତି ଏବଂ ପିଲାଟିର ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି ।

ଦୌଡ଼ିବା ଭିଡିଓ ହେଲା ଭାଇରଲ :

ସୋସିଆଲ ମିଡ଼ିଆ, ଇଂଷ୍ଟାଗ୍ରାମରେ ହୋଇଥିଲା ଗୋଟିଏ ଭିଡିଓ ଭାଇରଲ । ଏଥିରେ ପିଲାଟି 60 ମିଟର ଓ 100 ମିଟର ଦୌଡ଼ରେ ଭାଗ ନେଇଥିଲା । ବ୍ଲେଜର ଗତି ଏତେ କ୍ଷିପ୍ର ଥିଲା ଯେ, ରେସ୍ ଆରମ୍ଭ ହେବାର କିଛି ସେକେଣ୍ଡ ମଧ୍ୟରେ ତାହାର ଆଗରେ ବା ପଛେରେ କେହିବି ନଜରକୁ ଆସୁନଥିଲେ ।

ନିଜର ବ୍ୟକ୍ତିଗତ ରେକର୍ଡ ନିଜେ ଭାଙ୍ଗିଥିଲା :

ଗୋଟିଏ ଦିନ ଫ୍ଲୋରିଡାରେ ଏଏୟୁ ସିଜନ ଚାଲୁଥିଲା । ଏହି ଭାଇରଲ ଭିଡିଓ ସେହି ପିଲାଟିର ଥିଲା । ଏହି ରେସ୍ ରେ ରୋଡ଼ଲ୍ଫକୁ ଦେଖି ଲାଗୁଥିଲା ସତେ ଯେମିତି ସେ ନିଜକୁ ହିଁ ଟକ୍କର ଦେଉଥିଲେ । ଏହା କୁହାଯାଏ ଯେ, ଗୋଟିଏ ସୁଲତାନକୁ ଗୋଟିଏ ସୁଲତାନ ହିଁ ଟକ୍କର୍ ଦେଇପାରିବ ।

ଆପଣଙ୍କୁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ସେହିଦିନ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସେ ୧୩.୪୮ ସେକଣ୍ଡରେ ଶେଷ କରିଥିଲା । ଏହି ରେକର୍ଡ ନିଜର ପଛ ରେକର୍ଡର ୧.୫ ସେକଣ୍ଡ କମ ଥିଲା । କହିବାକୁ ଗଲେ; ସେ ଆଉ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା ।

ଫୁଟବଲ ଖେଳିବାରେ ବି ସେ ଓସ୍ତାଦ :

୫ ବର୍ଷ ବୟସରେ ଆଉ ଏକ ଖାସ୍ କଥା ହେଲା, ତେଣୁ ତାକୁ ସିକ୍ସ ପେଗ୍ ଏବ୍ସ ମଧ୍ୟ କୁହାଯାଏ । ୬ ମାସ ପୂର୍ବେ ପ୍ଲେଜର ଗୋଟିଏ ଭିଡିଓ ଭାଇରଲ ହୋଇଥିଲା । ସେଥିରେ ଦେଖିବାକୁ ମିଳେ ଫୁଟବଲ ଖେଳିବା ବେଳେବି ରେକର୍ଡ କରିଛି । କହିବାକୁ ଗଲେ, ଫୁଟବଲରେ ବି ବ୍ଲେଜକୁ ଟକ୍କର ଦେବାକୁ କେହି ନାହିଁ ।