09 ସେପ୍ଟେମ୍ବର 2019, ସୋମବାର : – ଆଠୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସମସ୍ତ ଦୁଃଖ କଷ୍ଟ ଦୂର କରିବେ ବାବା ଭୋଳାନାଥ । ରଚନାତ୍ମକ

Spread the love

09 ସେପ୍ଟେମ୍ବର 2019, ସୋମବାର : – ଆଠୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସମସ୍ତ ଦୁଃଖ କଷ୍ଟ ଦୂର କରିବେ ବାବା ଭୋଳାନାଥ । ରଚନାତ୍ମକ କାର୍ଯ୍ୟରେ ମିଳିବ ସମ୍ମାନ ଓ ଯଶ ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ । ଆଜି ଚତୁର୍ଥଭାବରୁ ଚନ୍ଦ୍ର ଷଷ୍ଠଭାବସ୍ଥ ଯୋଗୁ ଆପଣ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପକୃତ ହେବେ । କିନ୍ତୁ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହୋଇପାରେ । ଅଫିସରେ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ । ଶୁକ୍ରଙ୍କ ପ୍ରଭାବରୁ ଯାନବାହନ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ଲାଭରୁ ଖୁସୀ ହୋଇପାରନ୍ତି । ଆପଣଙ୍କୁ କୌଣସି ମହତ୍ଵପୂର୍ଣ୍ଣ ସମାଚାର ମିଳିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ: ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । କର୍ମସ୍ଥାନ ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟି ବହୁବିଧ କର୍ମରେ ଅନୁପ୍ରବେଶରୁ ବ୍ୟସ୍ତତା ବୃଦ୍ଧି ପାଇବ । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ଆପଣଙ୍କୁ କୌଣସି ବିଶେଷ କଥାର ସୂଚନା ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । କର୍ମଭାବ ଶୁଭଦୃଷ୍ଟ ଯୋଗୁ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିବ ନାହିଁ । ମହତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କର୍କଟ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ଏକାଧିକଗ୍ରହ ଦ୍ୱିତୀୟଭାବରେ ଆପଣଙ୍କ କଥାବାର୍ତାକୁ ପ୍ରଭାବିତ କରିପାରନ୍ତି । ମନ ଚାହୁଁଥିବା କମ୍ପାନୀରେ ଚାକିରିର ଖବର ମିଳିବା ହେତୁ ଖୁସି ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ମଧ୍ୟ ସୁସ୍ଥ ବାତାବରଣ ସଙ୍ଗେରେ ସହକର୍ମୀଙ୍କ ସହଯୋଗ ପାଇବେ ଏବଂ ଉଚ୍ଚଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ: ଆର୍ଥିକ ଉର୍ନ୍ନତି ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ବେଶ ଭଲ । ଗ୍ରହମାନଙ୍କ ସୁପ୍ରଭାବରେ ଆପଣ ଯେତେ ବଡ ଦୁଷ୍କର କାମ ହେଲେ ମଧ୍ୟ କରିବାରେ ସଫଳ ହେବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ଅଫିସ କାମକୁ ପୂରା କରିବାରେ ସକ୍ଷମ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଭୁଜାତ ଦ୍ରବ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । କୌଣସି ସମ୍ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି । ବିବାଦ, ପ୍ରତିଦ୍ୱନ୍ଦ୍ୱିତା,ମାଲିମକଦ୍ଦମା ଆପଣଙ୍କ ସପକ୍ଷରେ ଯାଇପାରେ । ଆଇନ୍‌ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

କନ୍ୟା: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି । ପରିବର୍ତ୍ତିତ ସମୟ ଆପଣଙ୍କ ପାଇଁ ଦୁଃଶ୍ଚିନ୍ତା ସୃଷ୍ଟି କରିବାର ଆଶଙ୍କା ରହିଛି । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତପ କରିବେ । ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଋଣରୁ ମୁକ୍ତି ହେବା ପାଇଁ ଯୋଜନା କରିବେ କିନ୍ତୁ ପରିବାରରେ ଅଯଥା ଖର୍ଚ୍ଚ ହେବା ଯୋଗୁଁ ମନରେ ସରସତା ରହିବା ନାହିଁ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା: ଆର୍ଥିକ ମାମଲା ପାଇଁ ଦିନଟି ଭଲ । ସମସ୍ୟାର ସରଳ ସମାଧନ କରିବା ପାଇଁ ଉଦ୍ୟମ କରି ସଫଳତା ପାଇବେ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଧନଲାଭର ସୁଯୋଗ ରହିଛି । ଅଫିସରେ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ କିନ୍ତୁ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁହୂର୍ତରେ ବିଗିଡି ଯିବାର ସମ୍ଭାବନା ରହିଛି । ନୂଆ ପରି ଯୋଜନା ପୂରା କରିବାରେ ସଫଳ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ । ଆପଣ ଯେତିକି ଯାହା ଆଶା ବାନ୍ଧି ବସିଥିଲେ ଆକସ୍ମିକ ଭାବରେ ତାହା ବଦଳି ଯାଇପାରେ । ତଥାପି ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରି ଖୁସୀ ହେବେ । ଆପଣ ଭାବିଥିବା କାମ ପୂରା ହୋଇପାରେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ହେବ । ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ସାଧାରଣ ଦିନଚର୍ଯ୍ୟ । ଅତୁଟ ରହିବ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: ଏକାଗ୍ରତାର ସହିତ କାମ କରନ୍ତୁ; ସଫଳତାର ପାହାଚ ଚଢ଼ିବେ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ରେଶମୀବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ସୁନା, ଚାନ୍ଦି, ବ୍ୟବସାୟରେ ଲାଭ ପାଇବେ । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ସ୍ଵାସ୍ଥ୍ୟ ଭଲ ରହିବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ । ଶନିଙ୍କ ଦୃଷ୍ଟିରେ ଆକସ୍ମିକ ଅର୍ଥ, ସମ୍ମାନ, ଲୋକ ସମର୍ଥନ, କଚେରି ମମଲାରେ ଜୟଲାଭ କରିପାରନ୍ତି । ଆପଣଙ୍କର ବ୍ୟବହାର ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ । ନୂଆ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ । ଆକସ୍ମିକ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାମଟି ଅଧାରୁ ବନ୍ଦ କରିବାକୁ ପଡିପାରେ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । ପୂର୍ବରୁ କୌଣସି ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ । କିଛି ମହତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଖୋଲିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିହି । ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାରେ ନିଜର ତ୍ୟାଗ ଓ କୈାଶଳ କାମକୁ ଆସିବ । ସ୍ଵାସ୍ଥ୍ୟ ସମସ୍ୟା ପ୍ରାୟତଃ ନିୟନ୍ତ୍ରଣ ଭିତରେ ରହିବ । କୈାଣସି ଅତୀତ ଘଟଣା ବିଷୟରେ ଭାବପ୍ରବଣତା ଯୋଗୁ ସାୟାହ୍ନେ ନୈରାଶ୍ୟ ଅନୁଭବ କରିପାରନ୍ତି । ପ୍ରେମ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

ମୀନ: ଆପଣଙ୍କର ମାନସିକ ଶାନ୍ତି ବଜାୟ ରହିବ କିନ୍ତୁ ଏକାଧିକଗ୍ରହ ଦ୍ୱାଦଶ ସ୍ଥାନକୁ ଦେଖୁଥିବାରୁ ଆକସ୍ମିକ ସ୍ଥାନାନ୍ତର ସଙ୍ଗକୁ ବ୍ୟୟବୃଦ୍ଧି ଘଟିବ । ଆପଣ କୌଣସି ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ବ୍ୟବସାୟର ପ୍ରଚାର ପ୍ରସାର ଲାଗି ଚେଷ୍ଟା ଜାରି ରଖିବେ । ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ । ରାଜନୀତିରେ ସାକ୍ଷାତ୍‌ ଆଲୋଚନା ଭଲ ରହିବ । ସଭାସମିତି, କଳା, ସାହିତ୍ୟରେ କିଛିଟା ଶୁଭସୂଚନା ଦେଖିପାରିବେ । ଆର୍ଥିକ ରୂପେ ଆଜି ଆପଣ ସମ୍ୟକ ଦୁର୍ବଳ ରହିବେ । ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢେଇଦେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।