09 ନଭେମ୍ବର 2019 ଶନିବାର – ଶନିଦେବଙ୍କ କୃପାରୁ ତିନୋଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବିଶେଷ ମଙ୍ଗଳଦୟାକ ରହିବ । କର୍ମକ୍ଷେତ୍ରରେ

Spread the love

09 ନଭେମ୍ବର 2019 ଶନିବାର – ଶନିଦେବଙ୍କ କୃପାରୁ ତିନୋଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବିଶେଷ ମଙ୍ଗଳଦୟାକ ରହିବ । କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଆଶୁ ସମାଧାନ ହେବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ ।

ଆଜି ତିନୋଟି ରାଶିର ଜାତକଧାରୀ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିବ । ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ । କାହାରି ସହିତ କଥାବାର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ । ଟଙ୍କା ପଇସା ସମ୍ବନ୍ଧୀୟ ଫଇସଲା ନେଲାବେଳେ ଭାବିଚିନ୍ତି ନିଅନ୍ତୁ । କାମରେ ସଫଳତା, ବନ୍ଧୁଙ୍କ ସହୃଦୟତା ଓ ପାରିବାରିକ ସ୍ଥିରତାରୁ ମାନସିକ ଶାନ୍ତି ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ସଫଳତା ମିଳିବ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବୃଷ : ସ୍ଥଗିତ ଥିବା କାମ ସମ୍ପର୍ଣ୍ଣ କରିବା ଲାଗି ଦିନଟି ଭଲ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆଜି କୌଣସି କଥାକୁ ଭଲରୂପେ ନ ବୁଝି ନ ଶୁଝି ପରିବାର ସଦସ୍ୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ସ୍ଵାସ୍ଥ୍ୟହାନି କାରଣରୁ ପ୍ରତ୍ୟେକ କାମରେ ପଛୁଆ ରହିବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମିଥୁନ : ପ୍ରଭୁଙ୍କ ଧ୍ୟାନରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ । ଜରୁରୀ କାମ ସମ୍ପର୍ଣ୍ଣ କରିବା ଲାଗି ମନରେ ସାନି ଯୋଜନା ପ୍ରସ୍ତୁତ କରିବେ । ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ । କିନ୍ତୁ କର୍ମଜଞ୍ଜାଳର ବ୍ୟାପକ ପରିସର ବୃଦ୍ଧି ଜନିତ ପାରିବାରିିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତରେ କଟିବ । କଚେରି ମାମଲା କିମ୍ବା ଜମିଜମା ସମସ୍ୟା ସମାଧାନ ହେବାରେ ବିଶେଷ ଡେରି ହେବ ନାହିଁ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ପରିବହନ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କର୍କଟ : ଜୀବନସାଥୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ସନ୍ତାନଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ସହ କର୍ମକ୍ଷେତ୍ରର ମତାନ୍ତର ଆଜିର ଦୁଶ୍ଚିନ୍ତାର କାରଣ ହୋଇପାରେ । ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ । ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ବନ୍ଧୁମେଳରେ ଆଦର, ଅଭ୍ୟର୍ଥନା ଓ ସଦିଚ୍ଛା ମିଳିବ । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଶୁଭରଙ୍ଗ: ନୀଳ । ଆରାଧନା: ବାବା ସାଇରାମ ।

ସିଂହ : ଆପଣଙ୍କର ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ । ସାଇ ପଡ଼ିଶା ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ । ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ବାଧାପ୍ରାପ୍ତ ହେବନାହିଁ । ବନ୍ଧୁ ଓ ସହକର୍ମୀମାନଙ୍କ ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ମନ ବିସ୍ତାପ ରହିପାରେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ । ପ୍ରେମ ସାଗରରେ ବୁଡ଼ ପକାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଝିଘରିଆଣୀ ।

କନ୍ୟା : ଆପଣଙ୍କର ସବୁ କାମ ସମୟରେ ପୂରା ହୋଇଯିବ । ମନରେ ଚଞ୍ଚଳତା ସୃଷ୍ଟି ହେଲେ ମଧ୍ୟ ଯାତ୍ରା ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ରହିବ । ଆୟର ନୂଆ ସ୍ରୋତ ମିଳିବ । ବିଶେଷ ଖର୍ଚ୍ଚାନ୍ତ ଯୋଗ ରହିଛି, ଅବଶ୍ୟ କୌଣସି ଦ୍ରବ୍ୟକ୍ରୟ ପାଇଁ ହୋଇପାରେ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ସାମାଜିକ କାର୍ଯ୍ୟରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ । କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ । ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଆଜି ମଧୁରତା ବଦଳି ଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ପୀଡ଼ା ଦୂର ହେବ । ଧନ ଲାଭର ନୂଆ ରାସ୍ତା ନଜର ଆସିବ । ବାଣିଜ୍ୟ, ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସମ୍ମାନ ପାଇ ଖୁସୀ ହେବେ । ସଭାସମିତି ଓ ସଙ୍ଗଠନ, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ, ଅବଶ୍ୟ କିଛି ଗୁରୁତର ହେବନାହିଁ । ବିବାହିତମାନେ ବାହାରକୁ ବୁଲି ଯିବେ । ନିଜର ଲୋକ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

ବିଛା : ଦିନଟି ଆପଣଙ୍କ ଲାଗି ଭଲ ରହିବ । ମିତ୍ରମାନଙ୍କ ସହଯୋଗ ସଙ୍ଗକୁ ପାରିବାରିକ ଶାନ୍ତି ଓ ସଦ୍‌ଭାବରୁ ମାନସିକ ଶାନ୍ତି ପାଇବେ । ଜରୁରୀ କାମ ପୂରା ହେବାର ନଜର ଆସିବ । ବ୍ୟବସାୟରେ କୌଣସି ଅସୁବିଧା ହେବ ନାହିଁ । ଜମିଜମା ବିବାଦ କିମ୍ବା ଆରକ୍ଷୀ ସମ୍ବନ୍ଧିତ ସମସ୍ୟାର ସରଳ ସମାଧାନର ଆଶା କରାଯାଇପାରେ । ଘରକୁ ମିତ୍ରଙ୍କ ଆଗମନ ହେତୁ ଖୁସିର ମାହୋଲ ହେବ । ମାଙ୍ଗଳିକ କାମ ସକାଶେ ଆଲୋଚନା କରିପାରନ୍ତି । ଛୋଟ ପିଲାମାନେ ପଢ଼ିବାରେ ରୁଚି ନେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମହାଲକ୍ଷ୍ମୀ ।

ଧନୁ : ମନରେ ନୂଆ ଚିନ୍ତାଧାରା ସୃଷ୍ଟି ହେବ ଏବଂ ସଫଳତା ମଧ୍ୟ ପାଇବେ । ଦୈହିକ ସୁସ୍ଥତା ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ କାର୍ଯ୍ୟସାଧନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିବ । ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ବେଳ ଥାଉଁ ଥାଉଁ ସାବଧାନତା ଅବଲମ୍ବନ କରିବା ଭଲ ହେବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ପ୍ରେମିକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ମକର : ସାରାଦିନ ଖୁସି ମନରେ ରହିବେ । କାରବାରରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ । ଯାହାଙ୍କ ଠାରୁ ସାହାଯ୍ୟ ଆଶା କରିବେ ତାହା ସଫଳ ହେବ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ବିଭିନ୍ନ କ୍ଷେତ୍ରରେ ସୁଯୋଗ ଲାଭକରି କାର୍ଯ୍ୟ ସମ୍ପନ୍ନ କରିପାରିବେ । ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ପ୍ରେମ ସଦଭାବ ବଢ଼ିବ । କିନ୍ତୁ ବନ୍ଧୁ, ଆତ୍ମୀୟସ୍ଵଜନଙ୍କ ସ୍ଵାସ୍ଥ୍ୟହାନି ଜନିତ ସାମୟିକ ମନସ୍ତାପ କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : ଆପଣଙ୍କର ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ । ଛୋଟଛୋଟ କଥାକୁ କେନ୍ଦ୍ରକରି ଅଯଥା ଆଲୋଚନାର ନିର୍ଯ୍ୟାସ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରେ । ଅଳସୁଆମି ଓ କାଳକ୍ଷେପଣ ନୀତି ସକାଶେ କେତେକ କାମ ଅଧୁରା ରହିଯାଇପାରେ । କାରବାରରେ ଆପଣଙ୍କୁ ଲାଭ ହିଁ ଲାଭ ହେବ । ଅଫିସରେ ଯେଉଁ କାମ କରିଛନ୍ତି ତାର ଶ୍ରେୟ ଅନ୍ୟ କାହାରକୁ ଦିଅନ୍ତୁ ନାହିିଁ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ପାରିବାରିକ ଜୀବନ ସୁଖମୟ ହେବ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ମୀନ : ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ । ପୂର୍ବଶତ୍ରୁତା, ସ୍ଥଗିତ କାର୍ଯ୍ୟ ଓ ବନ୍ଧୁ ମତାନ୍ତର ମୁଖ୍ୟ ସମସ୍ୟା ହୋଇପାରେ । ତଥାପି ବ୍ୟବସାୟିକ ସଫଳତା, ସଭାସମିତିରେ ସଫଳତା ହାସଲ କରିବେ । କାରବାରରେ ଅଚାନକ ଲାଭ ହେବାର ଯୋଗ ରହିଛି । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।