09 ଜୁଲାଇ ୨୦୧୯ ମଙ୍ଗଳବାର : ଏହି ୪ଟି ରାଶି ବ୍ୟକ୍ତିଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକଃ ରହିବ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା ।

Spread the love

09 ଜୁଲାଇ ୨୦୧୯ ମଙ୍ଗଳବାର : ଏହି ୪ଟି ରାଶି ବ୍ୟକ୍ତିଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକଃ ରହିବ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା ।

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ବାଣୀକାରକ ବକ୍ରୀବୁଧ ଓ ରାହୁ ନକ୍ଷତ୍ରସ୍ଥ ଶୁକ୍ର ଯୋଗୁ ଆପଣଙ୍କ ମନର ଭାବ ଭଙ୍ଗୀ ଠିକ୍‌ ହେବନାହିଁ । ଫଳରେ ମତାନ୍ତର, ଧନହାନି ଓ କାମରେ ପ୍ରତିରୋଧ ଆଶଙ୍କା ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଭଲ ସ୍ଥିତି ରହିବ । ଦୂରଯାତ୍ରାର ସୁଯୋଗ ପାଇବେ । ଶୁକ୍ରଙ୍କ ସୁପ୍ରଭାବରେ ଆବଶ୍ୟକତା ପୂରଣ ହେବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । କୌଣସି ନୂଆ ବ୍ୟବସାୟ ଆରମ୍ବ କରିବା ପାଇଁ ମନରେ କଳ୍ପନା ବାନ୍ଧିବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେଇପାରନ୍ତି । ଦୁଇ ପାକ୍ଷିକ ବ୍ୟବସାୟରେ ଆପୋସ ଆଲୋଚନା ଓ ମିଳାମିଶାର ସମକ୍ୟ ଅନ୍ତର ରହିପାରେ, ଯାହାଫଳରେ ମନାନ୍ତର ଦେଖାଦେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବୃଷ: ଦିନଟି ମଧୁରମୟ ରହିବା । ଆଜି ରାଶ୍ୟାଧିପତି ବଳବାନ୍‌ ରାହୁଙ୍କ ସହ ରହି ପ୍ରଲୋଭିତ ଜିନିଷ ହାସଲ କରିବା ପାଇଁ ଚେଷ୍ଟିତ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ କିନ୍ତୁ କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ଵର ଉଠାଇ ପାରନ୍ତି । । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ଚେଷ୍ଟାକରି ସଫଳତା ପାଇ ପାରିବେ । ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । ମୁଖ ଭାବରେ ମଙ୍ଗଳ ଓ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋର କରି ସମସ୍ୟା ସୃଷ୍ଟି କରି ପାରନ୍ତି । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ । ବନ୍ଧୁମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

କର୍କଟ: ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ତୃତୀୟାଧିପ କେନ୍ଦ୍ରସ୍ଥ ବନ୍ଧୁ, ଆତ୍ମୀୟସ୍ଵଜନଙ୍କ ମାଧ୍ୟମରେ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବାରେ ସହାୟକ ହେବେ । କୌଣସି ବନ୍ଧୁଙ୍କ ଦ୍ୱାରା ଅନୁପ୍ରରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତାକୁ ନେଇ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରି ପାରିବେନି । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ: ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ ନାହିଁ । ରାଶ୍ୟାଧିପ ଏକାଦଶ ସ୍ଥାନରେ ରାହୁ ଓ କର୍ମାଧିପଙ୍କ ସହ ରହିଥିବାରୁ ଆଜିର କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍‌ ଜିନିଷ କ୍ରୟ, ଭ୍ରମଣ ରାଜନୀତି ପାଇଁ ଭଲ । ଅତ୍ୟାବଶ୍ୟକ କାର୍ଯ୍ୟ ସକାଶେ ଧାରକରଜ କରି କାମ ଚଳାଇ ନେଇପାରନ୍ତି । ବ୍ୟବସାୟ ମାଧ୍ୟମର ରହିବା । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

କନ୍ୟା: ରାଶିରେ ଚନ୍ଦ୍ର ଆପଣଙ୍କ ଆଶା ଓ ଅଭିଳାଷ ପୂରଣ କରିବାରେ ସାହାଯ୍ୟ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । କିନ୍ତୁ ଚତୁର୍ଥସ୍ଥ ପାପଗ୍ରହ ପ୍ରଭାବରେ ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । କଳା,ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିଯୋଗିତାଦି କ୍ଷେତ୍ରରେ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ତୁଳା: ଦିନଟି ସକାରାତ୍ମକ ଫଳ ପ୍ରଦାନ କରିବ । ଚନ୍ଦ୍ର ଦ୍ୱାଦଶରେ ଶନିଙ୍କ ପୂର୍ଣ୍ଣଦୃଷ୍ଟିରେ ରହିଥିବାରୁ ଆଜିର ଯାତ୍ରା ସମସ୍ୟା ବହୁଳ ହେବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । ବନ୍ଧୁ ତଥା ପରିଜନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ । ଆଜିର ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ରରେ ଦିନଟି ଭାରି ଭଲ ରହିବ । ବ୍ୟବସାୟରେ ପୂର୍ଣ୍ଣ ସଫଳତା ହାସଲ କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ, କିନ୍ତୁ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ମହିଳାମାନେ ଉଚିତ ପନ୍ଥା ଗ୍ରହଣ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବିଛା: ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ଶନି ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆଶା ଓ କାମନାକୁ ତୀବ୍ରତର କରିପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ କାର୍ଯ୍ୟସାଧନ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ୟା ଲାଗି ରହିଥିଲେ ମଧ୍ୟ ଆପଣ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରିପାରିଲେ ସଫଳତା ପ୍ରାପ୍ତ କରିବେ । କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

ଧନୁ: ସାମାନ୍ୟ ଚିନ୍ତିତ ରହିବେ । ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । କୌଣସି ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି । ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ । ପାଖ ପଡ଼ୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମକର: ସାରାଦିନ ଅଶାନ୍ତି ମୁକ୍ତ ରହିବେ । ଦୁର୍ବଳ ଚତୁୁର୍ଥାଧିପ ଷଷ୍ଠଭାଗ୍ୟାଧିପଙ୍କ ସହ ଅବସ୍ଥାନ କରି ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ଅଭାବବଶତଃ ଇଚ୍ଛା କଲେ ମଧ୍ୟ କୌଣସି ମନସ୍ଥ ଜିନିଷକୁ କିଣି ନ ପାରି ପସ୍ତେଇବେ । ଆଲୋଚନା, ଧାର୍ମିକ ସଙ୍ଗଠନ ତଥା ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂରହେବ । ପରିବାରରେ ମନାମାଳିନ୍ୟ ଦେଖା ଦେଇପାରେ । କୌଣସି ପ୍ରକାରର ଅଭାବ ନ ଥିଲେ ମଧ୍ୟ ଆଜି ବନ୍ଧୁଙ୍କ ସଦ୍ଭାବ କିମ୍ବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

କୁମ୍ଭ: ଷଷ୍ଠାଧିପ ଚନ୍ଦ୍ର ଅଷ୍ଟମଭାବରେ ରୋଗ, ଋଣ ଓ ଶତ୍ରୁକୃତ ସମସ୍ୟା ବିଷୟରେ ଚିନ୍ତିତ କରାଇପାରେ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ । ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃ ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ । ମହିଳାମାନେ ଅଫିସ ଓ ଘରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ମୀନ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଶୁଭଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଭ୍ରମଣ ସାଙ୍ଗକୁ ଆକର୍ଷଣୀୟ ଜିନିଷ ପ୍ରାପ୍ତିର ଯୋଗ ରହିଛି । କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବ୍ୟବସାୟରୁ ଭଲ ଧନଲାଭ ହେବ । ପରିବହନ, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ୟା ସମାଧାନ ହୋଇଯିବ । ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।