୯୯% ଲୋକ ଜାଣିନାହାନ୍ତି ଯେ ବ୍ଲେଡ଼ ମଝିରେ କାହିଁକି ଏହି ଡିଜାଇନ ଥାଏ ?

Spread the love

ଆମର ଦୈନନ୍ଦିନ ଜୀବନରେ ଏହିପରି ଅନେକ ବସ୍ତୁ କାର୍ଯ୍ୟରେ ଆସେ ଓ ଆମେ ବ୍ୟବହାର ମଧ୍ୟ କରୁଛୁ କିନ୍ତୁ ସେହି ବସ୍ତୁ ବା ଜିନିଷ ଗୁଡିକ ବିଷୟରେ ଆମେ କିଛି ଜଣା ନଥାଏ । ଏହିପରି ଏକ ବସ୍ତୁ ବ୍ଲେଡ୍ । ପିଲାବେଳେ ଆମେ ଏହାକୁ ବ୍ୟବହାର କରୁଥିଲୁ । ଏବଂ ବର୍ତ୍ତମାନ ଏହା ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଆମେ ନିଜର ନିତିଦିନିଆ ଜୀବନରେ ବହୁତ ଜିନିଷ ଏପରି ବ୍ୟବହାର କରିଥାଉ ଯାହା ର ବ୍ୟବହାର ଓ ଉପଯୋଗ ବିଷୟରେ ଆମେ ଭଲଭାବେ ପୁରାପୁରି ଜାଣି ନଥାଉ । ଆଜି ଆମେ ଆପଣଂକୁ ଏପରି ହି ଏକ ଜିନିଷ ବିଷୟରେ କହିବୁ । ଆଜି ଆମେ ଆପଣଂକୁ ବ୍ଲେଡ଼ ବିଷୟରେ କହିବୁ, କଣ ଆପଣ କେବେ ଭାବିଛନ୍ତି କି ବ୍ଲେଡ଼ ମଧ୍ୟରେ ଏକ ଖାସ୍ ଡିଜାଇନ୍ କାହିଁକି କରାଯାଇଥାଏ । ଯଦି ଆପଣ ଜାଣି ନାହାଁନ୍ତି, ତେବେ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଦେବୁ । ଆସନ୍ତୁ ଜାଣିବା

ଆଜି ଆମେ ଆପଣଂକୁ ଏହି ପ୍ରଶ୍ନର ଜବାବ ଦେବୁ । ବ୍ଲେଡ୍ କୁ ପ୍ରଥମେ ଜିଲେଟ୍ କମ୍ପାନୀ ତିଆରି କରିଥିଲା । ଜିଲେଟ୍ କମ୍ପାନୀ ଯେବେ ଠାରୁ ବ୍ଲେଡ୍ ତିଆରି କରିବା ଆରମ୍ଭ କରିଥିଲା, ସେବେଠୁଁ ଏହି ଡିଜାଇନ ବ୍ଲେଡ୍ ରେ ରହି ଆସିଛି । ବ୍ଲେଡ୍ ର ଆବିଷ୍କାର ଏବଂ ଏହାର ଉତ୍ପାଦନ ପଛରେ ହୃଦୟ ସ୍ଵର୍ଶୀ କାହାଣୀ ରହିଛି । ୧୯୦୧ ମସିହାରେ ଜିଲେଟ୍ କମ୍ପାନୀର ସଂସ୍ଥାପକ କିଙ୍ଗ୍ କୈମ୍ପ ନିଜ ସହଯୋଗୀ ବିଲିୟମ ନିକର୍ଷଣଙ୍କ ସହ ମିଶି ବ୍ଲେଡ୍ ର ଡିଜାଇନ ପ୍ରସ୍ତୁତ କରିଥିଲେ । ଏବଂ ସେହି ବର୍ଷ ହିଁ ବ୍ଲେଡ୍ ଡିଜାଇନ ପ୍ରସ୍ତୁତ କରିଥିଲେ ଏବଂ ୧୯୦୪ ମସିହାରେ ଔଦ୍ୟୋଗିକ କ୍ଷେତ୍ରରେ ବ୍ଲେଡ୍ ଉତ୍ପାଦନ କରିବା ଆରମ୍ଭ କରିଥିଲେ ।

ପ୍ରଥମେ ଏହି ଆକାରର ରେଜର ଆସୁଥିଲା । ବର୍ତ୍ତମାନର ଭଳି ରେଜର ପ୍ରଥମେ ଆସୁ ନ ଥିଲା । ଏଥିପାଇଁ ବ୍ଲେଡ଼ ଏହି ରେଜର ମଧ୍ୟରେ ଯେପରି ଭଲ ଭାବରେ ଫିଟ ହୋଇପାରିବ, ଏଥିପାଇଁ ବ୍ଲେଡ୍ ର ଡିଜାଇନ ଏପରି ରଖା ଯାଉଥିଲା ।

ଏହାପରେ କମ୍ପାନୀ ମାନେ ବିଭିନ୍ନ ପ୍ରକାରର ବ୍ଲେଡ୍ ର ଡିଜାଇନ ତିଆରି କରିଥିଲେ କିନ୍ତୁ ତାହା ରେଜର ରେ ଫିଟ ହୋଉ ନଥିଲା । ଏଥିପାଇଁ ତା ପରଠୁ ଆଜି ପର୍ଯ୍ୟନ୍ତ ବ୍ଲେଡ଼ ଏହି ଡିଜାଇନ ର ହି ଆସୁଛି ।