ସାତ ଥର ବିଧାୟକ ଥିବା ଭଗବତି ସିଂ କିନ୍ତୁ ରହିବା ପାଇଁ ଘର ନାହିଁ ।

Spread the love

ଆପଣଙ୍କୁ ଗୋଟେ ଏମିତି ନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଥରେ ନୁହେଁ କି ଦୁଇ ଥର ନୁହେଁ 7 ଥର ବିଧାୟକ ହେଇ ଛନ୍ତି । କିନ୍ତୁ ନିଜ ପାଇଁ ସ୍ୱତନ୍ତ୍ର ଘର ଖଣ୍ଡେ ତିଆରି କରି ପାରିନାହାନ୍ତି । ଆଜି ମଧ୍ୟ ଏହି ବ୍ୟକ୍ତି ଜଣଙ୍କ ଭଡା ଘରେ ରୁହନ୍ତି । 7ଥର ବିଧାୟକ ହେଇଥିବା ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ରହୁଥିବା 97ବର୍ଷର ଭଗବତି ସିଂ ଙ୍କ ବିଷୟରେ :

30.sep. 1921 (Unnab) ଉଣ୍ଣାବରେ ଜନ୍ମ ଗ୍ରହଣ କରିଥିବା ଭଗବତି ଗାଁ ରେ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଗ୍ରହଣ କରିବା ପରେ କାନପୁର ସହରରେ ତାଙ୍କ ବାପାଙ୍କ ପାଖରେ ରହିବାକୁ ଲାଗିଲେ । ଏହିଠାରୁ ତାଙ୍କର ରାଜନୀତି ଜୀବନ ଆରମ୍ଭ ହେଲା ଏବଂ 7ଥର ବିଧାୟକ ହେଲେ । ତାଙ୍କର 5ଟି ପୁଅ ଏବଂ ଗୋଟେ ଝିଅ । ଗୋଟେ ପୁଅର ମୃତ୍ୟୁ ହେଇସାରିଛି । ଝିଅର ବାହାଘର ସରିଯାଇଛି । ବଡ ପୁଅ ରଘୁବୀର ସିଂ ଅବସର ପ୍ରାପ୍ତ ଶିକ୍ଷକ, ଦ୍ଵିତୀୟ ପୁଅ ଦୀନେଶ ସିଂ ଅବସର ପ୍ରାପ୍ତ ବାୟୁ ସେନା ବିଭାଗ, ନରେଶ ସିଂ ଅବସର ପାପ୍ତ ବେସରକାରୀ ଚାକିରୀ ଓ ରମେଶ ସିଂ ଅବସର ପ୍ରାପ୍ତ ଟେଲିଫୋନ ବିଭାଗ । 7ଥର ବିଧାୟକ ବର୍ତ୍ତମାନ ସହରରେ ଏକ ଭଡା ଘରେ ନିଜର ଅନ୍ତିମ ଦିନ କାଟୁଛନ୍ତି ।

ଭଗବତୀ ସିଂ କହନ୍ତି -ମୋ ପାଖରେ ନିଜର ଘର ନାହିଁ ଏବଂ ବିଧାୟକ ଥିଲା ସମୟରେ ମୋର ବ୍ୟକ୍ତଗତ କଥା କେବେ ଚିନ୍ତା କରି ନ ଥିଲି । ମୋ ହିସାବରେ ଯେଉଁ ନେତା ନିଜର ଘର ବା ବ୍ୟକ୍ତିଗତ ଅଥବା ପାରିବାରିକ ବିଷୟରେ ଭାବେ ସେହି ପରି ଲୋକ କେବେହେଲେ  ଭଲ ନେତା ହୋଇପାରିବ ନାହିଁ । ମୁଁ ଯଦି ଘର ବିଷୟରେ ଭାବନ୍ତି ତାହେଲେ 7ଥର ବିଧାୟକ ହେଇପାରି ନଥାନ୍ତି କି ଲୋକ ମାନେ ମୋତେ ନିର୍ବାଚନ ଲଢ଼ିବା ପାଇଁ ମୋ ଘର ଆଗରେ ବସି ରହି ନଥାନ୍ତେ । ଏମିତି କିଛି ମୋ ପୁଅମାନେ ମୋ ବିଚାରକୁ ନ ମାନି ସେମାନେ ନିଜର ଅଲଗା ଦୁନିଆ ଗଢି ସେଠି ରହୁଛନ୍ତି ।

ଭଗବତି କହନ୍ତି ଉଣ୍ଣାବରୁ କାନପୁର ଆସିଲା ପରେ କଲେଜ ଲାଇଫରେ କିଛି କ୍ରାନ୍ତିକାରିଙ୍କ ସହ ସମ୍ପର୍କ ହେଲା ଓ ତାଙ୍କୁ ଦେଖି ଲୋକଙ୍କ ସେବା କରିବାର ଭାବନା ଜାଗ୍ରତ ହେଲା । ସେତେବେଳେ କଂଗ୍ରେସର ରାଜୁତି ଥିଲା । ତାଙ୍କ ସାମର୍ଥ୍ୟ ଦେଖି କଂଗ୍ରେସରେ ସାମିଲ ହେଲି । 11 ବର୍ଷ ବୟସରେ କାନପୁରରେ ଥିବା ଏକ କପଡା ବଜାରରେ କାମ କରିବାକୁ ଲାଗିଲି । କପଡା ବଜାରରେ କାମ କରୁଥିବା କର୍ମଚାରୀମାନଙ୍କ ଏକ ସଂଗଠନ ତିଆରି କରାଗଲା । ସେମାନଙ୍କ ଛୁଟି, କାମ କରିବାର ସମୟ ପାଇଁ ଲଢ଼ିଲି ଓ ସଫଳ ହେଲି । 1952ରେ ଜୟ ପ୍ରକାଶ ନାରାୟଣ ନିଜେ ଦିଲ୍ଲୀ ଡାକି ଟିକେଟ ଦେଲେ ଓ ବିଧାନସଭା ନିର୍ବାଚନରେ PSP ପାର୍ଟି ତରଫରୁ କାନପୁରର ଜନରଲଜଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିଥିଲି । କିନ୍ତୁ ହାରିଗଲି ।

ପୁଣି 1957ରେ ନିର୍ବାଚନରେ PSP ପାର୍ଟି ତରଫରୁ ଦ୍ୱିତୀୟ ଥର ଉଣ୍ଣାବର ଓ୍ଵରାସାଗବର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରି ବିଜୟ ହୋଇଥିଲି । 1962 ରେ କଂଗ୍ରେସର ପ୍ରତିଦ୍ବନ୍ଦି ଦେବ ଦତ୍ତ ତାଙ୍କୁ ହରେଇ ଥିଲେ । ଏହା ପରେ 1969ର ମସିହାର ନିର୍ବାଚନରେ କଂଗ୍ରେସର ଟିକେଟରେ ଲଢ଼ିଲେ ଓ ଜିତିଲେ । ଏହିଠୁ କଂଗ୍ରେସ ସହ ତାଙ୍କ ଯାତ୍ରା ଆରମ୍ଭ ହେଲା । ଏହି ବିଜୟର ଯାତ୍ରା 1974ରେ ମଧ୍ୟ ଜାରି ରହିଲା । 1991 ରେ ନିଜର ଅନ୍ତିମ ନିର୍ବାଚନରେ ଚୌଧୁରୀ ଦେବକୀ ନନ୍ଦନଙ୍କୁ ହରାଇ 7ଥର ବିଧାୟକ ହେଲି ।

ଲୋକେ କହନ୍ତି ଭଗବତି ବିଧାୟକ ଥିବା ସମୟରେ ଗାଁ ଲୋକଙ୍କ ସମସ୍ୟା ଶୁଣନ୍ତି ଓ ଗାଁର ସବୁ ସମସ୍ୟା ଦୂର କରିବା ପାଇଁ ସେ ଯେକୌଣସି ଅଫିସରଙ୍କ ସହ ଯୁକ୍ତି କରନ୍ତି । ସେ 4-5 ଜଣ କାର୍ଯ୍ୟକର୍ତ୍ତାଙ୍କ ସହ ସାଇକେଲରେ ଗାଁକୁ ଯାଆନ୍ତି ଓ 4-5 ଦିନ ଲେଖାଏଁ ଘରରୁ  ବାହାରେ ରୁହନ୍ତି । 1957 ନିର୍ବାଚନ ସମୟରେ ସେ ଏକ ଗାଡି ଭଡା କରି ନିର୍ବାଚନର ପ୍ରଚାର କରିଥିଲେ । ଘରୁ ବାହାରିବା ବେଳେ ତାଙ୍କ ସ୍ତ୍ରୀ ସ୍ବର୍ଗତ. କଳାବତୀ ତାଙ୍କୁ ପୁରୀ ଓ ତରକାରୀ ଦେଇଥାନ୍ତି..

ନେତା ହେବ ତ ଏମିତି !