ଏହି ୯ ପ୍ରକାରର ସ୍ୱପ୍ନର ଅର୍ଥ ହୋଇଥାଏ ବହୁତ ଭୟଙ୍କର, କଣ ଆପଣଙ୍କୁ ବି ଏମିତି ସ୍ୱପ୍ନ ଆସେ ?

Spread the love

ସ୍ୱପ୍ନର ଦୁନିଆ ରହସ୍ୟରେ ଭରି ରହିଛି । ସ୍ୱପ୍ନ କେହିବି ଦେଖନ୍ତି । ସ୍ୱପ୍ନରେ ଘଟୁଥିବା ସମସ୍ତ ଘଟଣା ଆପଣଙ୍କୁ ବାସ୍ତବରେ ହେଉଥିବା ଭଳି ପ୍ରତିତ ହୋଇଥାଏ । ମାତ୍ର ଆଖି ଖୋଲିବା ପରେ ଜଣାପଡ଼େ ଯେ ଯାହାକୁ ଆମେ ବାସ୍ତବରେ ଭାବୁଥିଲୁ ତାହା ପ୍ରକୃତରେ ଗୋଟିଏ ସ୍ୱପ୍ନ ଥିଲା । ବିଜ୍ଞାନ ଅନୁସାରେ କହିଲେ ମଣିଷ ଶୋଇବା ମାତ୍ରେ ହିଁ ସ୍ୱପ୍ନ ଆସିବା ଆରମ୍ଭ ହୋଇ ଯାଇଥାଏ । ସ୍ୱପ୍ନ ଉପରେ ମଣିଷର କୌଣସି ନିୟନ୍ତ୍ରଣ ନଥାଏ । ସେଥିପାଇଁ ସେ କେତେବେଳେ ଭଲ ସ୍ୱପ୍ନ ଦେଖିଥାଏ ତ କେତେବେଳେ ଖରାପ ସ୍ୱପ୍ନ ଦେଖିଥାଏ । କିନ୍ତୁ ସବୁ ସ୍ୱପ୍ନ ସହିତ ଆମ ବାସ୍ତବ ଜୀବନର କିଛି ନା କିଛି ସମ୍ପର୍କ ନିହାତି ରହିଥାଏ । କେବେକେବେ ସ୍ୱପ୍ନ ଆପଣଙ୍କୁ ଆସୁଥିବା ଅସୁବିଧା ବିଷୟରେ ସଚେତନ କରି ଯାଇଥାଏ । ସ୍ୱପ୍ନରେ ଲୋକ ଅଲଗା ଅଲଗା ପ୍ରକାରର ଜିନିଷ ଦେଖିଥାନ୍ତି । କିଏ ସ୍ୱପ୍ନରେ ସାପ ଦେଖିଥାଏ ତ କିଏ ନିଜକୁ ଉଚ୍ଚ ଅଟ୍ଟାଳିକାରୁ ପଡ଼ିଯାଉଥିବାର ଦେଖିଥାଏ । ସବୁ ସ୍ୱପ୍ନର ନିଜର ଗୋଟିଏ ଅଲଗା ଅର୍ଥ ଥାଏ । ସେଥିପାଇଁ ଆଜି ଆମେ ଏହି ବିଷୟରେ ଏମିତି ୯ ପ୍ରକାର ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ ଯାହାକୁ ବହୁତ ଭୟଙ୍କର ବୋଲି କୁହାଯାଏ । ଏହି ପ୍ରକାର ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଅସୁବିଧା ସମ୍ପର୍କରେ ଇସାରା କରିଥାଏ ।

ଖଦ୍ୟୋତ/ଜୁଳୁଜୁଳିଆ ପୋକ ଦେଖିବା :-

ରାତିରେ କେଉଁଠି ଖଦ୍ୟୋତ/ଜୁଳୁଜୁଳିଆ ପୋକ ଦେଖାଗଲେ ଆପଣ ଖୁସି ହେଉଥିବେ । କିନ୍ତୁ ସ୍ୱପ୍ନରେ ଖଦ୍ୟୋତ/ଜୁଳୁଜୁଳିଆ ପୋକ ଦେଖିବା ବହୁତ ଅଶୁଭ ମାନନ୍ତି । ସ୍ୱପ୍ନ-ଶାନ୍ତି ବିଶେଷଜ୍ଞ ଙ୍କ ଅନୁସାରେ ସ୍ୱପ୍ନରେ ଖଦ୍ୟୋତ/ଜୁଳୁଜୁଳିଆ ପୋକ ଦେଖିବା ଖରାପ ସମୟ ଆରମ୍ଭ ହେବାକୁ ଇସାରା କରିଥାଏ ।

ଭୂମିକମ୍ପ ଦେଖିବା :-

ଭୂମିକମ୍ପ ଯେତେବେଳେ ଆସିଥାଏ ସେତେବେଳେ ବିନାଶ ନେଇ ଆସିଥାଏ । ସ୍ୱପ୍ନରେ ମଧ୍ୟ ଭୂମିକମ୍ପ ଦେଖିବା ଅଶୁଭ ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ଭୂମିକମ୍ପ ଦେଖୁଛନ୍ତି ତାହାଲେ ବୁଝିଯିବେ ଯେ ସନ୍ତାନର କିଛି କଷ୍ଟ ଆସିବ ।

କୋଇଲା  ଦେଖିବା :-

ଯଦି ଆପଣ ସ୍ୱପ୍ନରେ କୋଇଲା ଦେଖୁଛନ୍ତି ତାହାଲେ ବୁଝିନିଅନ୍ତୁ ଯେ ବ୍ୟର୍ଥ ବିବାଦ ଆପଣଙ୍କ ପ୍ରତିକ୍ଷାରେ ଅଛି । ପୁଣି ସ୍ୱପ୍ନରେ କୋଇଲା ଖଣି ଦେଖିବାର ଅର୍ଥ ନିରର୍ଥକ ବିବାଦ ପାଇଁ ଆପଣ କୌଣସି ଗଭୀର ଅସୁବିଧା ପଡ଼ିପାରେ ।

ମୃତ ବ୍ୟକ୍ତିଙ୍କୁ ଡାକିବା :-

ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିବା ତ ଶୁଭ ହୋଇଥାଏ କିନ୍ତୁ ମୃତ ବ୍ୟକ୍ତିକୁ ଡାକିବା ଅଶୁଭ ହୋଇଥାଏ । ଏହା ଘୋର ବିପତ୍ତି ଏବଂ ଦୁଃଖ ଆସିବାର ସଙ୍କେତ ଦେଇଥାଏ ।

ଅଜଗର ଦେଖିବା :-

ଏମିତିରେ ସ୍ୱପ୍ନରେ ସାପ ଦେଖିବା ଶୁଭ ହୋଇଥାଏ କିନ୍ତୁ ଯଦି ଆପଣ ସ୍ୱପ୍ନରେ ଅଜଗର ଦେଖନ୍ତି ତାହାଲେ ତାହା ଅଶୁଭ ହୋଇଥାଏ । ସ୍ୱପ୍ନରେ ଅଜଗର ଦେଖିଲେ ବ୍ୟାପାରରେ ବହୁତ ହାନୀ ହେବାର ସମ୍ଭାବନା ଥାଏ ।

ତର୍ପଣ କରୁଥିବାର ଦେଖିବା :-

ସ୍ୱପ୍ନରେ ତର୍ପଣ କରୁଥିବାର ଦେଖିବା ଅର୍ଥ ଏହିକି ଯେ ପରିବାରରେ କେହି ବୟସ୍କ ଙ୍କ ମୃତ୍ୟୁ ର ସମ୍ଭାବନା ଅଛି ।

ଶୁଖିଯାଇଥିବା ବଗିଚା ଦେଖିବା :-

ପୂର୍ଣ୍ଣ ଏବଂ ସବୁଜ ବଗିଚା ଦେଖି ସମସ୍ତେ ପ୍ରସନ୍ନ ହୋଇଯାନ୍ତି । କିନ୍ତୁ ଯଦି ସ୍ୱପ୍ନରେ ଆପଣ ଶୁଖିଲା ବଗିଚା ଦେଖନ୍ତି ତାହାଲେ ଭାବିନିଅନ୍ତୁ ଯେ ଆପଣଙ୍କୁ ଗଭୀର କଷ୍ଟ ପ୍ରତୀତ ହେବାକୁ ଅଛି, ଯାହାକୁ ଠିକ ହେବାକୁ ଅନେକ ସମୟ ଲାଗିପାରେ ।

ଚନ୍ଦ୍ରଗ୍ରହଣ ଦେଖିବା :-

ସ୍ୱପ୍ନରେ ଚନ୍ଦ୍ରଗ୍ରହଣ ଦେଖିବା ମଧ୍ୟ ଅଶୁଭ ହୋଇଥାଏ ।ଭାରତୀୟ ଜ୍ୟୋତିଷ ରେ ଚନ୍ଦ୍ରକୁ ମନ ଏବଂ ଚିତର କାରଣ ବୋଲି କୁହାଯାଇଛି । ଯଦି ଆପଣ ସ୍ୱପ୍ନରେ ଚନ୍ଦ୍ରଗ୍ରହଣ ଦେଖନ୍ତି ତାହାଲେ ରୋଗ ହେବାର ସମ୍ଭାବନା ବଢ଼ିଯାଏ ।

କାନ୍ଦୁଥିବା ଶୃଗାଳ :-

ସ୍ୱପ୍ନରେ କୁକୁର, ବିଲେଇ କିମ୍ବା ଶୃଗାଳ ର କାନ୍ଦିବା ଦୃଶ୍ୟ ଦେଖିବା ଅଶୁଭ ହୋଇଥାଏ । ଖାସ୍ କରି ଯଦି ଆପଣ ସ୍ୱପ୍ନରେ କାନ୍ଦୁଥିବା ଶୃଗାଳ ଦେଖନ୍ତି ତାହାଲେ ଏହା ଭୀଷଣ ଦୁର୍ଘଟଣା ହେବାର ସଙ୍କେତ ଦେଇଥାଏ ।

ସୌଜନ୍ୟ: www.newstrend.news/