ଏହି 8ଟି କାଗଜ ପତ୍ର ବିନା 10% ସବର୍ଣ୍ଣ ସଂରକ୍ଷଣ ମିଳିବ ନାହିଁ, ଆସନ୍ତୁ ଜାଣିବା ସେହି ଆଠୋଟି କାଗଜପତ୍ର କଣ କଣ ?

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧନରେ ସବୁଠାରୁ ମହତ୍ୱପୂର୍ଣ୍ଣ ସବର୍ଣ୍ଣ ସଂରକ୍ଷଣ ବିଲ୍ ଉଭୟ ସଦନରେ ପାସ୍ ହୋଇଯାଇଛି । ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ଲାଗୁ ହେବ । ସାଧାରଣ ବର୍ଗର ଗରିବଙ୍କ ଲାଗି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲ୍ କୁ ବିଜେଡି ରାଜ୍ୟସଭାରେ ସମର୍ଥନ କରିଛି । କିନ୍ତୁ ଆପଣଙ୍କୁ କଣ ଏହା ଜଣା ଅଛି ଯେ ଏହି ସବର୍ଣ୍ଣ ସଂରକ୍ଷଣ ବିଲ୍ କେମିତି ଆଉ କେଉଁ ସବୁ ଡକ୍ୟୁମେଣ୍ଟ ଆଧାରରେ ମିଳିବ । ତାହେଲେ ଆସନ୍ତୁ ଜାଣିବା ଏହି ଆରକ୍ଷଣ ନେବା ପାଇଁ କେଉଁସବୁ ଡକ୍ୟୁମେଣ୍ଟ ଦରକାର ହେବ ।

1) ଇନକମ୍ ସାର୍ଟିଫିକେଟ:- ଯେଉଁ ଲୋକମାନଙ୍କର ବାର୍ଷିକ ଆୟ 8 ଲକ୍ଷ ରୁ କମ୍ ଅଟେ ସେମାନଙ୍କୁ ଏହି ଲାଭ ମିଳିବ, ଏହାର ମାନେ ଏହା ଯେ ଆପଣଙ୍କୁ ବାର୍ଷିକ 8 ଲକ୍ଷ ଟଙ୍କାରୁ କମ୍ ଆୟ ସାର୍ଟିଫିକେଟ ଦରକାର ହେବ ।

2) ଜାତି ପ୍ରମାଣ ପତ୍ର:- ଏହି ସଂରକ୍ଷଣ ଲାଭ ନେବା ପାଇଁ ଆପଣଙ୍କ ପାଖରେ ଜାତି ପ୍ରମାଣ ପତ୍ର ହେବା ଜରୁରୀ ଅଟେ । ଏହାକୁ ଆପଣ ତହସିଲ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରୁ ବନେଇ ପାରିବେ ।

3) ବିପିଏଲ କାର୍ଡ:- ସବର୍ଣ୍ଣ ସଂରକ୍ଷଣର ଲାଭ ନେବାକୁ ହେଲେ ଆପଣଙ୍କ ପାଖରେ ବିପିଏଲ କାର୍ଡ (billow the powerty line ) ହେବା ନିହାତି ଜରୁରୀ ଅଟେ ।

4) ପାନ କାର୍ଡ:- ଏହି ସଂରକ୍ଷଣର ଲାଭ ନେବାକୁ ହେଲେ ଆପଣଙ୍କ ପାଖରେ ପାନ କାର୍ଡ ଥିବା ଦରକାର ଅଟେ ।ଏହାକୁ ସବୁ ସରକାରୀ ସେବା ମାନଙ୍କ ପାଇଁ ଅନିର୍ବାର୍ଯ୍ୟ କରି ଦିଆ ଯାଇଛି । ଏହାକୁ ଆପଣ ଅନଲାଇନ ଆବେଦନ କରି ତିଆରି କରି ପାରିବେ ।

5) ଆଧାର କାର୍ଡ:- ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ ତ ନିହାତି ବନେଇ ନିଅନ୍ତୁ । ଏହା ନିହାତି ଆବଶ୍ୟକ ଅଟେ ।

6) ଜନଧନ ଯୋଜନା:- ଯଦି ଆପଣ ଜନଧନ ଯୋଜନା ରେ ନିଜର ଖାତା ଖୋଲିଛନ୍ତି ତୋ ଆପଣଙ୍କୁ 10% ସବର୍ଣ୍ଣ ଆରକ୍ଷଣ ମିଳି ପାରିବ ।

7) ଇନକମ୍ ଟେକ୍ସ ରିଟର୍ଣ୍ଣିଂ:- ସର୍ବ ସାଧାରଣ ଲୋକେ ଏହି ସଂରକ୍ଷଣର ଲାଭ ନେବା ପାଇଁ ନିଜର ଆୟକର ରିଟର୍ଣ୍ଣ ଭରିବାର କାଗଜ ପତ୍ର ନିଜ ପାଖରେ ରଖିବାର ଅଛି । ଏହା ଦ୍ୱାରା ଏହା ପ୍ରମାଣିତ ହେବ ଯେ ଆପଣଙ୍କର ଆୟ ବାର୍ଷିକ 8 ଲକ୍ଷ ଟଙ୍କା ରୁ କମ୍ ଅଟେ ।

8) ପାସ ବୁକ ବା ବ୍ୟାଙ୍କ ଷ୍ଟେଟମେଣ୍ଟ:- ଏହି ସଂରକ୍ଷଣର ଲାଭ ନେବା ପାଇଁ ଆପଣଙ୍କ ପାଖରେ ବ୍ୟାଙ୍କ ପାସବୁକ ର କପି ଥିବା ଆବଶ୍ୟକ ଅଟେ । ଏହା ଛଡା ଯଦି ଆପଣ ଅନଲାଇନ ଦିଆ ନିଆ କରନ୍ତି ତେବେ ଏହାର ଷ୍ଟେଟମେଣ୍ଟ ଥିବା ଜରୁରୀ ଅଟେ , ଏସବୁ ଆପଣଙ୍କର କାମରେ ଆସି ପାରେ ।