08 ସେପ୍ଟେମ୍ବର ରବିବାର 2019 : ଆଜି ଏହି ରାଶିଗୁଡିକ ଉପରୁ ରହୁ କେତୁର ଅଶୁଭ ପ୍ରଭାବ ହେବ ସମାପ୍ତ, ମିଳିବ ଅଜସ୍ର

Spread the love

08 ସେପ୍ଟେମ୍ବର ରବିବାର 2019 : ଆଜି ଏହି ରାଶିଗୁଡିକ ଉପରୁ ରହୁ କେତୁର ଅଶୁଭ ପ୍ରଭାବ ହେବ ସମାପ୍ତ, ମିଳିବ ଅଜସ୍ର ଖୁସି, ପୂର୍ଣ୍ଣ ହେବ ସମସ୍ତ ଇଚ୍ଛା ।

ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ରାଶିଫଳ ଦ୍ଵାରା ଚାକିରୀ, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବୈବାହିକ ଜୀବନ ସହ ଜଡିତ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାନ୍ତି, ଆଜି ଦିନଟି ଆପଣ ଜୀବନରେ କଣ କଣ ସବୁ ପରିବର୍ତ୍ତନ ଘଟିବ ଏବଂ ଦିନଟି କିପରି କାଟିବ; ତେବେ ପଢନ୍ତୁ :

ମେଷ: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ । ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ । ଅଫିସରେ ନୂଆ ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ । ବ୍ୟବସାୟୀଙ୍କୁ ବଡ଼ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଯାତ୍ରା, ପରିବହନରେ ଆଶାନୁରୂପ ସଫଳତା ମିଳିବ । ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ । ବ୍ୟର୍ଥ ଚ଼ିନ୍ତା ପରିତ୍ୟାଗ କରି ପରିବାର ସହିତ ସମୟ ଅତିବାହିତ କରିବେ । ପଡ଼ୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମାଧାନ ହୋଇଯାଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯାଇପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

ବୃଷ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ । ସୁସମ୍ପର୍କ ଥିବା ବନ୍ଧୁଙ୍କ ମାଧ୍ୟମରେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ । ବ୍ୟବସାୟରେ ମାଧ୍ୟମ ଧାରଣର ଲାଭ ପାଇବେ, ଯାହାଫଳରେ ମନରେ ବିତୁଷ୍ଣଭାବ ଜାତ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି । କୌଣସି କମ୍ପାନୀରେ ଚାକିରିର ଖବର ଆସିପାରେ । ରାଜନୀତିରେ ଆର୍ଥିକ ଲାଭ ହେବ । କୌଣସି ଉନ୍ନତିମୂଳକ କାମ ସକାଶେ ଅର୍ଥର ଆବଶ୍ୟକତା ପଡିପାରେ । ଆତ୍ମୀୟ ସ୍ଵଜନଙ୍କ ଅସହଯୋଗ ଅଭିଳାଷ ପୂରଣରେ ପ୍ରତିବନ୍ଧକ ସାଜିବ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ହରି ଶଙ୍କର ।

ମିଥୁନ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ । ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । କର୍ମକ୍ଷେତ୍ରରେ ଦୀର୍ଘଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ । ସଂନ୍ଧ୍ୟା ସମୟରେ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ପିଲାମାନଙ୍କ ସହିତ ସହରକୁ ଜିନିଷପତ୍ର କଣିବାକୁ ଯିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଭାବିଥିବା କାମ ଅତି ଶୀଘ୍ର ପୂରା କରିନେବେ । ଆନୁଷଙ୍ଗିକ ସାହାଯ୍ୟ, ସହଯୋଗରୁ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ବ୍ୟବସାୟରେ କୌଣସି ପ୍ରକାର କ୍ଷତି ସହିବାକୁ ପଡିବ ନାହିଁ । ଚାକିରିଜୀବୀଙ୍କ ପଦୋନ୍ନତିର ସମ୍ଭାବନା ରହିଛି । ଆର୍ଥତ୍କ ଅଭିବୃଦ୍ଧି ଓ ପାରିବାରିକ ସଦ୍‌ଭାବ ମନକୁ ଖୁସି କରାଇବାରେ ସାହାଯ୍ୟ କରିବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆତ୍ମୀୟମାନଙ୍କ ଅସହଯୋଗ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ । ସନ୍ଧ୍ୟାରେ ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟିବ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ସିଂହ: ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଭାବିଥିବା କାମ ପୂରା କରିବାରେ ମିତ୍ରଙ୍କ ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ । ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ । ଗ୍ରହମାନଙ୍କ ଅନୁକୂଳ ସ୍ଥିତିରୁ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। କାମ ହାସଲ ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କନ୍ୟା: ଆଜି ଆପଣଙ୍କ ମନ ଶାନ୍ତ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଆଶା ପୂରଣ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ମିଳିବ । ବ୍ୟବସାୟରେ ନୂତନ କିଛି ଯୋଡିବା ସକାଶେ ଚିନ୍ତା କରିପାରନ୍ତି । ଅଫିସ କାମରେ ଯାତ୍ରା ସୁଖଦ ରହିବ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ । ଘରକୁ ଅତିଥି ଆସିବା ଯିବା ଲାଗି ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଯାହା ବି ଫଇସଲା କରନ୍ତୁ, ଆପଣଙ୍କ ଲାଗି ଲାଭପ୍ରଦ ରହିବ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରାଜନୀତିରେ ମହାତ୍ଵାକାଂକ୍ଷା ପୂରା ହେବ । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରିବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବନ୍ଧୁମାନେ ନିଜର ଫାଇଦା ହାସଲ ମତଲବରେ ସମ୍ପର୍କ ସ୍ଥାପନ କରିବା ପାଇଁ ଆଗେଇ ଆସିପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ପରିବହନ କ୍ଷେତ୍ରରେ ଝଞ୍ଜଟ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଯାହା ବି କାମ କରିବେ, ସଫଳତା ହାସଲ କରିବେ । ବ୍ୟବସାୟରେ ଠିକ ନିଷ୍ପତ୍ତିର ଅଭାବ ଓ ଅପରିଣାମ ଦର୍ଶିତା କାରଣରୁ ସମ୍ୟକ ଝଡ଼ଝଞ୍ଜା ଦେଇ ଗତି କରିବାକୁ ପଡ଼ିପାରେ । କାରବାରରେ କୌଣସି ନୂଆ ସଉଦା ହେବ । ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି । ଆପଣଙ୍କୁ ପରିବାରର ପୂରା ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

ଧନୁ: ପୂଜାପାଠରେ ସମୟ ବିତିବ । ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ଆପଣଙ୍କୁ ମିଳିବ । ବେପାରିଙ୍କୁ ଅଚାନକ ଧନଲାଭ ହେବ । ରପ୍ତାନି ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ଜମିଜମା କିଣାବିକା, ପ୍ରକଳ୍ପ କାର୍ଯ୍ୟ, ସମସ୍ୟା ସମାଧାନ କ୍ଷେତ୍ରରେ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ବିଜାତୀୟବ୍ୟକ୍ତିଙ୍କ ସହ ବିଶେଷ ସଂସର୍ଗତାରୁ ଦୂରେଇ ନ ରହିଲ ସମାଲୋଚିତ ହେବାକୁ ପଡ଼ିପାରେ । ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ମ୍ୟାଜଣ୍ତା । ଆରାଧନା: ହର ପାର୍ବତୀ ।

ମକର: ଈଷ୍ଟଦେବଙ୍କ ଆରାଧନା କରନ୍ତୁ ସମ୍ଭାବ୍ୟ ସଙ୍କଟ ଦୂର ହେବ । ବନ୍ଧୁଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିଯିବ । ଅଫିସରେ ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ ଯାହାଫଳରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ବେପାର ବୃଦ୍ଧିର ସମ୍ଭାବନା ରହିଛି । ଜମିଜମା କିଣାବିକା, ପରିବହନ, ବାଣିଜ୍ୟ ପାଇଁ ଦିନଟି ଭଲ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ପୁରାତନ ରୋଗ ପୀଡ଼ାରୁ କଷ୍ଟ ପାଇପାରନ୍ତି । ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ: ଆପଣଙ୍କ ବିଚାର ସକାରାତ୍ମକ ରହିବ । ନିଜର ଲକ୍ଷ ହାସଲ ଲାଗି ଠୋସ୍‌ ଯୋଜନା କରିବେ । ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ ଏବଂ ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଅତ୍ୟନ୍ତ ଖୁସି ହୋଇପାରନ୍ତି । ସଭାସମିତରେ ବନ୍ଧୁମିଳନ, ପରିବହନ, ପ୍ରଶାସନିକ କ୍ଷେତ୍ରାଦିରେ ସଫଳତା ପାଇପାରିବେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । କାହାରି ସହିତ କଥା ହେବା ବେଳେ ଭାବିଚିନ୍ତି କଥା ହୁଅନ୍ତୁ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମୀନ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ବ୍ୟବସାୟରେ ବଡ଼ ବଡ଼ ଅର୍ଡର ମିଳିବ, ଆଶାତୀତ ଲାଭ ମଧ୍ୟ ପାଇବାର ସମ୍ଭାବନା ରହିଛି । ଚାକିରିରେ ସିଦ୍ଧି ଏବଂ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀଙ୍କ ସାନ୍ନିଧ୍ୟ ମିଳିବ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ସ୍ଵର୍ଣ୍ଣାଦି ଅଳଙ୍କାର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।