08 ଜୁଲାଇ 2019, ସୋମବାର – ଏହି ୪ଟି ଜାତକ ସମ୍ପର୍ଣ୍ଣ ବ୍ୟକ୍ତି ସର୍ବ କାର୍ଯ୍ୟ ସିଦ୍ଧ ହେବ… ବ୍ୟବସାୟରେ ଆର୍ଥିକ ସ୍ଵଚ୍ଛଳତା ପୂର୍ବ ଅପେକ୍ଷା ଭଲ ରହିବ ।

Spread the love

08 ଜୁଲାଇ 2019, ସୋମବାର – ଏହି ୪ଟି ଜାତକ ସମ୍ପର୍ଣ୍ଣ ବ୍ୟକ୍ତି ସର୍ବ କାର୍ଯ୍ୟ ସିଦ୍ଧ ହେବ… ବ୍ୟବସାୟରେ ଆର୍ଥିକ ସ୍ଵଚ୍ଛଳତା ପୂର୍ବ ଅପେକ୍ଷା ଭଲ ରହିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । ଚନ୍ଦ୍ରର କେନ୍ଦ୍ରରେ ଓ ରାଶିର ନବମରେ ଶନି ଆପଣଙ୍କୁ ମାଙ୍ଗଳିକ କାର୍ଯ୍ୟରେ ନିଯୁକ୍ତ କରାଇବ । ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଅଭିଳଷିତ ଫଳ ପାଇବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ପ୍ରେମ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ: କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ରୋହିଣୀ ନକ୍ଷତ୍ର ପାଇଁ ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ବନ୍ଧୁପରିଜନମାନଙ୍କ ସହ ଦୂରଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରାଇବେ । ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ମନରେ ଅସ୍ଥିରତା ରହିଲେ ମଧ୍ୟ ଘର, ଜମିଜମା, ପୁରୁଣା ଗାଡି, ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ କିନ୍ତୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ: ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ଜମିଜମା ସମ୍ପର୍କିତ ଚିନ୍ତା ବଢ଼ିପାରେ । ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ଗତକାଲି ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ । ମାତ୍ର କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ:– ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରବିବ । ଶୁଭଚନ୍ଦ୍ର ପ୍ରଭାବରୁ ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବା ଭଲ । ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିିଭାବ ସୃଷ୍ଟି ହୋଇପାରେ । କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ । ବ୍ୟବସାୟ ବାଣିଜ୍ୟରେ ଉର୍ନ୍ନତି ହେବ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ: କାମରେ ସଫଳତା ଲାଗି ପୂରା ଊର୍ଜା ଲଗାଇବାକୁ ପଡ଼ିବ । ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ । ଏକ ମାଙ୍ଗଳିକ ପରିବେଶରେ ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପୂର୍ବା ଫାଲ୍‌ଗୁନୀ ସକାଶେ କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ସହକର୍ମୀଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ କିମ୍ବା ପକେଟମାର ଦ୍ୱାରା ଧନହାନିର ସମ୍ଭାବନା ରହିଛି । ଗତକାଲିଠାରୁ ଚିନ୍ତା କରିଥିବା କାମଗୁଡିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି । କଳା, ସାହିତ୍ୟ, ସାମ୍ବାଦିକତା ତଥା ଆଧ୍ୟାମତ୍ିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଆର୍ଥିକସ୍ଥିତି ପୂର୍ବ ଭଳି ରହିବ । ରାଜନୀତିରେ, କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା: ଆତ୍ମା ବିଶ୍ବାସ ରଖନ୍ତୁ, ପ୍ରତି କାର୍ଯ୍ୟରେ ସଫଳତା ପାଇବେ । ଶନିଙ୍କ ଦଶମ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରିବାକୁ ପଡିପାରେ । ଏପରି କି କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ଚିତ୍ରା ନକ୍ଷତ୍ର ପାଇଁ ବନ୍ଧୁମାନେ ଅସହଯୋଗ କରିପାରନ୍ତି । ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ । ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ । ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ବଢ଼ିପାରେ ଓ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ କିନ୍ତୁ କୈାଣସି ଘଟଣା ନ ବୁଝି କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପାଖ ପଡୋଶୀମାନେ କ୍ରୋଧ ପ୍ରକାଶ କରିପାରନ୍ତି । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ୱର ।

ବିଛା: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । ଅନୁରାଧା ନକ୍ଷତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହା କି ଆପଣଙ୍କ କଳ୍ପନା ବାହାରେ ଥିବା ପରି ମନେହେବ । ଜମିଜମା କାରଣକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇପାରେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

ଧନୁ: ପାପଗ୍ରହଙ୍କ କୁପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି । ଉତ୍ତରାଷାଢା ନକ୍ଷତ୍ର ସକାଶେ ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହେବ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ବନ୍ଧୁଙ୍କ ସହ ନୂତନ ସମ୍ପର୍କ ସ୍ଥାପନ ହୋଇପାରେ । କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯାଇ ପାରନ୍ତି । ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମକର: ଆଜି ଭାଗ୍ୟସ୍ଥାନରେ ଚନ୍ଦ୍ର ଅଷ୍ଟମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ । ଅବଶ୍ୟ ନିଜ ପାଇଁ ଉପଭୋଗ୍ୟ ନ ହେଲେ ମଧ୍ୟ ଘରେ ବନ୍ଧୁ ମିଳନଜନିତ ଆମୋଦ ପ୍ରମୋଦର ସୁଅ ଛୁଟିବ । ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ । ଦୂରଯାତ୍ରାରେ ସଫଳତା ମିଳିବ ଓ ଯାତ୍ରା ଫଳରେ ଉତ୍ସାହିତ ହେବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ । ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହାକି ହଠାତ୍‌ କୌଣସି ସମସ୍ୟା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ । ଆନୁଷ୍ଠାନିକ କାମ, ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ । ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ରାଜନୀତି ଓ ସାଂଗଠନିକ ସ୍ତରରେ ଉଚ୍ଚ ପଦାଧିକାରୀଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମୀନ: କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିପାରନ୍ତି । ଆକସ୍ମିକ ଭାବରେ ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ । କାର୍ଯ୍ୟହାନି କାରଣରୁ ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ହତାଶାବୋଧ କରିପାରନ୍ତି । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗି ରହିବା କାରଣରୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।