୮ ଘଣ୍ଟାରୁ ଅଧିକ ଶୋଉଛନ୍ତି କି ? ହୃଦଘାତ ଜନିତ ରୋଗ ଅଥବା ଶୀଘ୍ର ମରିବାର ସମ୍ଭାବନା ଅଧିକ ରହିଛି

Spread the love

ଶୁଣିଥିବେ ଅଧିକ ସମୟ ଶୋଇବା ଥକ୍କାପଣ ଦୂର ହୋଇଥାଏ ଏବଂ ମସ୍ତିସ୍କ ମଧ୍ୟ ପ୍ରଖର ରହିବ, ଏହି ପରି ଶୁଣିଥିବେ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଅଧିକ ନିଦ ଆସୁଛି ଏବଂ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଚନ୍ତି ମଧ୍ୟ ।

ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପାଇଁ ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଏକ ଗବେଷଣା ମୁତାବକ ଯେଉଁ ଲୋକେ ଅଧିକ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁର ନିକଟର ହେବାର ଆଶଙ୍କା ରହିଛି । ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କର ଶୀଘ୍ର ମରିବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କଠୁ ଅଧିକ ଥାଏ ।

‘ହଫିଙ୍ଗଟନ ପୋଷ୍ଟ ୟୁକେ’ ମୁତାବକ ଏହି ଅଧ୍ୟୟନରେ ସାରା ଦୁନିଆରୁ ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ସମୟ ଶୋଇଲେ ହୃଦୟଜନିତ ରୋଗ ଏବଂ ହୃଦଘାତ ହେବାର ବିପଦ ଅଧିକ ବଢିଥାଏ ।

ତେଣୁ ଅଧିକ ଶୋଇବାର ଅର୍ଥ ଲୋକେ କମ ବାୟାମ କରୁଛନ୍ତି, ଯେଉଁଥିରେ ହୃଦୟଘାତ ଜନିତ ସମସ୍ୟା ବଢିବାର ଆଶଙ୍କା ଅଧିକ ରହିଥାଏ । ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ଯେଉଁ ଲୋକ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇଥାନ୍ତି ସେମାନଙ୍କ ଭିତରେ ଏହି ଧରଣ ବିପଦର ଆଶଙ୍କା କମ ରହିଥାଏ । ମାତ୍ର ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ଲୋକଙ୍କ କମ ନିଦ ଆସିଥାଏ ସେମାନଙ୍କ ପାଇଁ ରୋଗ ଓ ମୃତ୍ୟୁର ବିପଦ ଧୀରେ ଧୀରେ ବଢିଥାଏ, ମାତ୍ର ଏହା ଅଧିକ ସମୟ ଶୋଉଥିବା ଲୋକଙ୍କଠୁ କମ ରହିଥାଏ ।

ଅଧ୍ୟୟନ ମୁତାବକ ଯେଉଁ ଲୋକ ରାତିରେ ୯ ଘଣ୍ଟା ଶୋଉଛନ୍ତି ସେମାନଙ୍କ ମୃତ୍ୟୁହାର ୧୪ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁ ଲୋକ ୧୦ ଘଣ୍ଟା ଶୋଉଛନ୍ତି ସେମାନଙ୍କର ୩୦ ପ୍ରତିଶତ ଏବଂ ୧୧ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହାର ୪୭ ପ୍ରତିଶତ ରହିଛି ।

କେବଳ ଏତିକି ନୁହେଁ ଯେଉଁ ଲୋକେ ୧୦ ଘଣ୍ଟା କିମ୍ବା ସେଥିରୁ ଅଧିକ ସମୟ ଶୁଅନ୍ତି ସେମାନଙ୍କର ହୃଦଘାତରେ ମରିବା ବିପଦ ୫୬ ପ୍ରତିଶତ ବୃଦ୍ଧି ପାଇଛି ।