ଏବେ ଏବେ ଆସିଲା ଭୟଙ୍କର ଖବର ବାତ୍ୟା ବୁଲ୍ ବୁଲ୍ ନେଉଛି ଉଗ୍ରରୂପ । ୮ଟି ଜିଲ୍ଲାକୁ ହାଇ ଆଲର୍ଟ !

Spread the love

ବନ୍ଧୁଗଣ ବୋଙ୍ଗପ ସାଗରରେ ସୃଷ୍ଟି ହୋଇଥିବା ବନ୍ୟା ବୁଲ୍ ବୁଲ୍ ଭୟଙ୍କର ରୂପ ନେଇଛି । ଅତି ଭୟଙ୍କର ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏଥିପାଇଁ ଓଡିଶା ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । 8 ତାରିଖରେ ତିନୋଟି ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ରହିବ । ପାଣିପାଗ ସୂଚନା ମୁତାବକ ପାରାଦୀପ ଠାରୁ ୧୨୦ କିମି ଦୂରରେ ବୋଙ୍ଗପ ସାଗରରେ ଗତି କରିବ ବାତ୍ୟା ବୁଲ୍ ବୁଲ୍ । ଏହା ଗତି କରିବା ସମୟରେ ପ୍ରବଳ ବର୍ଷା ସହ ପବନର ବେଗ ୯୦ ରୁ ୧୦୦ କିମି ରହିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବର୍ତମାନ ଏହା ପାରାଦୀପ ଠାରୁ ଆଉ ମାତ୍ର ୫୫୦ କିମି ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି । ବାତ୍ୟା ବୁଲ୍ ବୁଲ୍ ୯ ତାରିଖ ସନ୍ଧ୍ୟା ଅର୍ଥାତ ଆସନ୍ତା କାଲି ସନ୍ଧ୍ୟା ସୁଧା ପାରାଦୀପର ନିକଟତର ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୧୦ ତାରିଖ ସନ୍ଧ୍ୟା ସୁଧା ଉତ୍ତର ଓଡିଶା ଉପକୂଳ ଦେଇ ପଶ୍ଚିମ ବୋଙ୍ଗ ଓ ବୋଙ୍ଗପ ସାଗର ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି । ପ୍ରବଳ ବର୍ଷା ଓ ପବନକୁ ଆଖି ଆଗରେ ରଖି ଏକ ଉଡାଣ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ଆଜି ୩ଟି ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ରହିବ ବୋଲି ସୂଚନା ଘୋଷଣା କରାଯାଇଛି । ଆସନ୍ତା କାଲି ଆହୁରି ୭ଟି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରି ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

ପାଣିପାଗ ସୂଚନା ମୁତାବକ ବାତ୍ୟା ବୁଲ୍ ବୁଲ୍ ଓଡିଶାର ୯ଟି ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ରହିବ ବୋଲି ସୂଚନା ଦେଇଛନ୍ତି । ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରପଡା, ଯାଜପୁର, ଜଗତସିଂପୁର, ପୁରୀ, ଖର୍ଦ୍ଦା ଓ କଟକ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରି ଦିଆଯାଇଛି । ଏହା ସହ ୮ ତାରିଖ ସନ୍ଧ୍ୟା ଓ ୯ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଏସଆରସି । ଆଉ କହିଛନ୍ତି ବର୍ଷା ଓ ପବନ ସମୟରେ ଘରୁ ବାହାରକୁ ନ ବାହାରି ସୁରକ୍ଷିତ ସ୍ଥାନରେ ସତର୍କ ରୁହନ୍ତୁ । ଓଡିଶା ସରକାର ମଧ୍ୟ ବାତ୍ୟା ବୁଲ୍ ବୁଲକୁ ନେଇ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ସୂଚନା ଅନୁସାରେ ୮ ତାରିଖରେ ପୁରୀ, କେନ୍ଦ୍ରପଡା, ଜଗତସିଂପୁର ଓ ବାଲେଶ୍ଵର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବାର ଆକଳନ କରାଯାଇଛି ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ସହ ମୁଖ୍ୟ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରପଡା, ଯାଜପୁର, ଜଗତସିଂପୁର, ପୁରୀ, ଖର୍ଦ୍ଦା ଓ କଟକ ଆଦି ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବ ।