ପ୍ରତ୍ୟେଜ ଦିନ ୫ଟି ବାଦାମ ଖାଇଲେ ମିଳିଥାଏ ଏହି ୮ଟି ଜବରଦସ୍ତ ଫାଇଦା ଆସନ୍ତୁ ଜାଣିବା ।

ବାଦାମ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ପ୍ରତ୍ୟେଜ ଦିନ ୫ଟି ବାଦାମ ଖାଇବା ଉଚିତ । ଏହାଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଶାରୀରିକ ପୋଷଣ ପାଇଁ ବହୁତ ଲାଭଦାୟକ ଅଟେ ।
ପ୍ରତ୍ୟେକ ଦିନ ୫ଟି ବାଦାମ ଖାଇଲେ ଏହି ଫାଇଦା ଗୁଡ଼ିକ ମିଳିଥାଏ –
୧) ବାଦାମରେ ଜିଙ୍କ ଓ ଭିଟାମିନ୍ ବି-୬ ପ୍ରଚୁର ପରିମାଣରେ ଭରପୁର ହୋଇରହିଥାଏ । ଯାହା ମସ୍ତିଷ୍କର କୋଷିକାର ମରାମତ କରିବାରେ ସହାୟତା କରିଥାଏ ।
୨) ବାଦାମ ଖାଇଲେ କୋଷ୍ଟବଦ୍ଧତା ବା କୋଷ୍ଟକାଠିନ୍ୟରୁ ମୁକ୍ତି ମିଳିଥାଏ । ଏହାର ପ୍ରତ୍ୟେକ ଦିନ ସେବନ କରିଲେ ଭବିଷ୍ୟତରେ କେବେ କୋଷ୍ଟବଦ୍ଧତା ହୋଇନଥାଏ । ବାଦାମ ଖାଇଲେ କୋଲନ୍ କ୍ୟାନସର୍ ହେବାର ସମ୍ଭାବନା ବହୁତ କମିଯାଇ ଥାଏ ।
୩) ବାଦାମ ତ୍ୱଚାର ସୁନ୍ଧରତା ବଢ଼ାଏ, ତ୍ୱଚାରେ କୁଞ୍ଜନ ପଡ଼ିଥିଲେ ତାହାକୁ ଠିକ କରିଥାଏ । ତ୍ୱଚାକୁ ନରମ କରିଥାଏ ଓ ତ୍ୱଚା ସମ୍ବନ୍ଧିତ ଅନେକ ଅସୁବିଧା ମାନଙ୍କ ଠାରୁ ସୁରକ୍ଷା କରିଥାଏ । ଏହା ହାଡ଼କୁ ଶକ୍ତ କରିଥାଏ ।
୪) ବାଦାମରେ ଭିଟାମିନ୍-ଇ, ବାୟୋଟିନ୍, ମାଙ୍ଗାନିଜ, ତମ୍ବା, ଫେଟି ଏସିଡ୍ ପାଇଥାଉ, ଯାହା କେଶ ପାଇଁ ଆବଶ୍ୟକ ପୋଷାକ ତତ୍ତ୍ୱ ଅଟେ । ବାଦାମ ଖାଇଲେ କେଶ ଝଡ଼ିବା ବନ୍ଦ ହୋଇଯାଏ ।
୫) ବାଦାମରେ ଭରପୁର ମାତ୍ରାରେ ମାଗ୍ନେସିଅମ୍ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିଥାଏ । ଏହା ରକ୍ତ ପ୍ରବାହ ଓ ରକ୍ତ ଚାପରେ ସୁଧାର ଆଣିଥାଏ ।
୬) ପ୍ରତ୍ୟେକ ଦିନ ବାଦାମ ଖାଇଲେ, ଆମ ଶରୀରରେ ଖରାପ କଲେଷ୍ଟ୍ରୋଲର ପରିମାଣ ନିୟନ୍ତ୍ରଣରେ ରହିଥାଏ ଓ ଭଲ କଲେଷ୍ଟ୍ରୋଲର ପରିମାଣକୁ ବଢ଼ାଇ ଥାଏ ।
୭) ବାଦାମ ଖାଇ ମଧୁମେହ ଠାରୁ ମଧ୍ୟ ନିଜକୁ ସୁରକ୍ଷା ରଖିପାରିବା । ପ୍ରତ୍ୟେକ ଦିନ ୫ଟି ବାଦାମ ଖାଇଲେ ରକ୍ତରେ ସୁଗାରର ପରିମାଣ ନିୟନ୍ତ୍ରଣରେ ଥାଏ ।
୮) ବାଦାମକୁ ଗର୍ଭବତୀ ମହିଳା ମଧ୍ୟ ଖାଇପାରିବେ । ବାଦାମରେ ଫୋଲିକ୍ ଏସିଡ୍ ଥାଏ, ଯାହା ଦ୍ଵାରା ହେବାକୁ ଯାଉଥିବା ସନ୍ତାନକୁ ହୃଷ୍ଟ-ପୁଷ୍ଟ କରିଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ ।
ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କେମିତି ଲାଗିଲା Comment କରି ଜାଣନ୍ତୁ । ଧନ୍ୟବାଦ !