08 ଅପ୍ରେଲ 2019 ସୋମବାର – ଏହି ୫ଟି ରାଶି ବ୍ୟକ୍ତିଙ୍କ ଆତ୍ମବିଶ୍ଵାସ ବଢିବ ସଙ୍ଗେ ସଙ୍ଗେ, ଆକସ୍ମିକ ଭାବରେ ଭାଗ୍ୟର ପରିବର୍ତ୍ତନ ଯୋଗ ରହିଛି :

Spread the love

08 ଅପ୍ରେଲ 2019 ସୋମବାର – ଏହି ୫ଟି ରାଶି ବ୍ୟକ୍ତିଙ୍କ ଆତ୍ମବିଶ୍ଵାସ ବଢିବ ସଙ୍ଗେ ସଙ୍ଗେ, ଆକସ୍ମିକ ଭାବରେ ଭାଗ୍ୟର ପରିବର୍ତ୍ତନ ଯୋଗ ରହିଛି :

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : ଦିନଟି ଆପଣଙ୍କ ପାଇଁ ମଙ୍ଗଳ ଦୟାକ ରହିବା । ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ । କରଜ ଭାରରୁ ମୁକ୍ତି ମିଳିବ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ଚାକିରିରେ ପ୍ରତିଷ୍ଠିତ ହେବେ । ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ । ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ପାରିବାରିକ ବ୍ୟବସ୍ଥା ପରିବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ମହିଳାମାନଙ୍କର ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ:- ଆତ୍ମା ବିଶ୍ଵାସ ବଢିବ । ଅଟକିଥିବା ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମ ପାଇଁ ଦିନଟି ଭଲ । ମହିଳାମାନେ ପରିଧାନ ଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମିଥୁନ : ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିବା । ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥି ଦେବ । ନିଜର ମଧୁର ବ୍ୟବହାର ଯୋଗୁଁ ସମସ୍ତଙ୍କ ଆଦରଣୀୟ ହୋଇପାରିବ । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ବ୍ୟବସାୟ କ୍ଷେତ୍ରରେ ବୁଦ୍ଧି ବିବେକ ଖଟାଇ କର୍ତ୍ତବ୍ୟ ପରାୟଣତା ସହ ଚାଲିବା ହିତକର । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ମହିଳାମାନେ ସନ୍ତାନଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ । ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କର୍କଟ:– ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରବିବ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ । ବ୍ୟବସାୟ ବାଣିଜ୍ୟରେ ଉର୍ନ୍ନତି ହେବ । କୌଣସି କାମରୁ ବଡ଼ ଫାଇଦା ହୋଇପାରେ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ମହିଳାମାନେ ସୁଖ-ଶାନ୍ତିରେ ଦିନ କଟାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ: କାମରେ ସଫଳତା ଲାଗି ପୂରା ଊର୍ଜା ଲଗାଇବାକୁ ପଡ଼ିବ । ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ଅଚାନକ ଧନଲାଭର ନଜର ଆସିବ । ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ । ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ । ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ । ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପ୍ରେମରେ ସଫଳତା ପାଇବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ପିତାଙ୍କ ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ଆର୍ଥିକ ପକ୍ଷ ମଜଭୁତ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପାରିବାରିକ ଜୀବ ସୁଖମୟ ରହିବ ।ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

ବିଛା: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ, ପ୍ରତିଟି କ୍ଷେତ୍ରରେ ଆଗକୁ ବଢିବେ । ନିଜ ମନମୁତାବକ ସମସ୍ତ କାମ ଅତି ସହଜରେ କରି ପାରିବେ । ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ବଢ଼ିବ ଓ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଶତୃମାନେ ପରାଜିତ ହେବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ୱର ।

ଧନୁ: ଆପଣଙ୍କ ବ୍ୟକ୍ତିତ୍ୱ ସୂର୍ଯ୍ୟ ଭଳି ଚମକିବ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । କିଛି ଲୋକ ଆପଣଙ୍କର ରାୟ ନେବେ । ଦୂରଯାତ୍ରାରେ ସଫଳତା ମିଳିବ ଓ ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁମନ ଖୁସୀରହିବ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ପ୍ରାୟତଃ ହସ ଖୁସିରେ କାଟିବ । ମାତାପିତାଙ୍କ ସହଯୋଗରେ ଆପଣଙ୍କ କାରବାର ବୃଦ୍ଧି ହେବ । ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ ଖବର ପାଇବେ । ଯୁବକ ଯୁବତୀ ମାନେ ବିଦେଶ ଯାତ୍ରାରେ ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯାଇ ପାରନ୍ତି । ମହିଳାମାନେ ପରିଧାନ ଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

କୁମ୍ଭ: ଦିନଟି ଆନନ୍ଦମୟ ରହିବ । ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ଅଚାନକ ଧନଲାଭ ହେବ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତହେବେ । ଚାକିରୀରେ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିଥିବାରୁ ଦୃଢ଼ତା ରହିପାରିବ । ମହିଳାମାନଙ୍କର ଚାତୁର୍ଯ୍ୟତାରେ ପରାକ୍ରମ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ମୀନ: ଦିନଟି ବେଶ୍ ଆନନ୍ଦଦାୟକ ରହିବ । ଆୟ ବୃଦ୍ଧିର ସୁଯୋଗ ଆସିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ନୂତନ କର୍ମ ନିଯୁକ୍ତି ପାଇବେ । ଆପଣଙ୍କ ପ୍ରତିଭାରେ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ରାଜନୀତିରେ କ୍ଷେତ୍ରରେ ଆଗକୁ ବଢିବେ । ନିର୍ମାଣମୂଳକ ଯୋଜନାରେ ଆଗେଇବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ମହିଳାଙ୍କୁ ଆଜି ଘର କାମରେ ପତିଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।