ଗବେଷଣାରୁ ଜଣା ପଡିଥିବା ୭ଟି ଅସାଧାରଣ ଓ ଆଶ୍ଚର୍ଯ୍ୟ ଜନକ ତଥ୍ୟ ଯାହାକି ଆପଣଂକ ସମ୍ବୋଗ ଜୀବନ କୁ ଆହୁରି ରୋମାଞ୍ଚକର ବନାଇଥାଏ।

Spread the love

ଖାଦ୍ୟ, ବ୍ୟାୟାମ ଓ ଅନେକ ଜୀବନଶୈଳୀର ଉତ୍ପାଦକ ଆପଣଙ୍କ ସମ୍ଭୋଗ ବା ସେକ୍ସ ଜୀବନ ଉପରେ ପ୍ରଭାବ ପକାଇ ଥାଏ । କିନ୍ତୁ ଏଠି କିଛି ଅନ୍ୟ ଜିନିଷ ଉପରେ ଆମେ ଆଲୋଚନା କରିବୁ ଯାହାକି ଆପଣଂକ ଅନ୍ତରଙ୍ଗ ମୁହୂର୍ତ୍ତକୁ ଆହୁରି ମଧୁରମୟ ବନାଇଦେବ ।

ଯୋୖନ ଇଚ୍ଛାକୁ ବଜାୟ ରଖିବା ପାଇଁ ବିଭିନ୍ନ ଖାଦ୍ୟ ଓ ବ୍ୟାୟାମ ଆପଣଙ୍କ ଯୌନ ଜୀବନରେ ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ ଆଣିଥାଏ । ସୁସ୍ଥ ସ୍ୱାସ୍ଥ୍ୟ ମଧ୍ୟ ଏକ ସୁସ୍ଥ ଯୌନ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ । ଆଜି ଆମେ ଆପଣଂକୁ କିଛି ଅସାଧାରଣ, ଅଖଡୁଆ ଓ କିଛି ଉତ୍କୃଷ୍ଟ ତଥ୍ୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜ ଅନ୍ତରଙ୍ଗ ମୁହୂର୍ତ୍ତକୁ ଅଧିକ ରୋମାଞ୍ଚକର ଓ ଅଧିକ ସମୟ ଧରି ଉପଭୋଗ କରିପାରିବେ ।

୧- ଅଧିକ ଭ୍ରମଣ କରିବା –

ବ୍ରିଟେନରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଟ୍ରାଭେଲିଙ୍ଗ ବା ଭ୍ରମଣ କରିବା ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ହୋଇଥାଏ, ଆପଣଂକ ଓଜନ ମଧ୍ୟ ହ୍ରାସ ହୋଇଥାଏ, ନିଜ ଉପରେ ବିଶ୍ବାସ ବୃଦ୍ଧି ହୋଇଥାଏ, ନିଜକୁ ଅଳ୍ପ ବୟସ୍କ ଅନୁଭବ ହୁଏ ଓ ଆପଣଙ୍କ ଯୌନ ଇଚ୍ଛା ବୃଦ୍ଧି ହୋଇଥାଏ । ଗବେଷଣା ଅନୁଯାୟୀ ବୁଲିବା ଦ୍ୱାରା ଯେଉଁ କଂଫିଦଡେନ୍ସ ବା ଦୃଢ ବିଶ୍ବାସ ବୃଦ୍ଧି ଯୋଗୁ ଓ ଆପଣଂକ ମୋନାଦଶା ବା ମିଯାଜ ମଧ୍ୟ ଆହୁରି ଅଧିକ ଭଲ ହୋଇଥାଏ, ଯାହାଦ୍ୱାରା ଅନ୍ତରଙ୍ଗ ସମୟ ବିତାଇବା ପାଇଁ ଆପଣଂକ ମନରେ ଇଚ୍ଛା ଜାଗୃତ ହୋଇଥାଏ । ଭ୍ରମଣ କରିବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ । କାରଣ ଚିନ୍ତା, ମାନସିକ ଚାପ ଦୂର ହେବା ଦ୍ୱାରା ଆପଣଂକ ମୂଡ଼ ବା ମିଯାଜ ଭଲ ହୋଇଥାଏ ଓ ଆମକୁ ବହୁତ ସକାରାତ୍ମକ ଚିନ୍ତାଧାରା ମିଳିଥାଏ ।

୨- ନିଜ ଭାବନା ବା ଅନୁଭବକୁ ବ୍ୟକ୍ତ କରିବା –

କାନାଡୀଆନ ଗବେଷଣା ଅନୁସାରେ ବିନା କୁଣ୍ଠଗତ ବା କେହି କଣ ଭାବିବେ ନ ଭାବି ନିଜର ଭାବନାକୁ ପ୍ରକାଶ କରିବା ଦ୍ୱାରା ଆପଣଂକ ସେକ୍ସ ଲାଇଫରେ ବହୁତ ଭଲ ପରିବର୍ତ୍ତନ ଆଣିଥାଏ । ଯଦି ନିଜର କିଛି ନିର୍ଦ୍ଧିଷ୍ଟ ମନୋଭାବ ବା ମୂଡ଼ ନଥାଏ, ତା ହେଲେ ଆପଣ ନିଜର ଭାବନା ବା ଆବେଗ କୁ ଅସନ୍ତୁଷ୍ଟ ଭାବରେ ପ୍ରକାଶ କରିଥାନ୍ତି ଓ ଯାହାଦ୍ୱାରା ଆପଣ ନିଜ ସାଥି ସହ ଅଶାନ୍ତି ଅନୁଭବ କରନ୍ତୁ । ଗବେଷଣା ଅନୁଯାୟୀ ଯେଉଁ ଦମ୍ପତି ବିନା କୁଣ୍ଠଗତରେ ନିଜ ଭାବନା ପରିପ୍ରକାଶ କରିଥାନ୍ତି, ସେମାନେ ନିଜ ସମ୍ପର୍କରେ ଓ ନିଜ ସେକ୍ସ ଲାଇଫରେ ଅଧିକ ସନ୍ତୁଷ୍ଟ ହୋଇଥାନ୍ତି ।

୩- ପ୍ରତିଦିନ ଆଉ ଏକ ଘଣ୍ଟା ଅଧିକ ଶୋଇବା –

ଯେଉଁ ନାରୀମାନେ ନିଜ ପ୍ରତିଦିନ ଶୋଇବା ସମୟ ସୀମାରୁ ଆଉ ଏକ ଘଣ୍ଟା ଅଧିକ ଶୋଇଥାନ୍ତି ସେମାନେ ତା ପରଦିନ ସକାଳେ ସେମାନେ ବର୍ଦ୍ଧିତ ଯୌନ ଇଚ୍ଛାର ଅନୁଭବ କରିଥାନ୍ତି । ପ୍ରତିଦିନ ଅଧିକ ଏକ ଘଣ୍ଟା ଶୋଇବା ଦ୍ୱାରା ଆପଣଙ୍କ ସାଥିଙ୍କ ପାଖରେ ଯୌନ କ୍ରିୟା ପ୍ରତି ୧୪% ଆକର୍ଷଣ ବଢିଥାଏ ଏବଂ ସେମାନଙ୍କ ଯୌନ ଅଙ୍ଗରେ ଯାହା ବି ଅସୁବିଧା ଥାଏ ତାହା ଦୂର ହୋଇଥାଏ । ନିଦ୍ରା ଅଭାବ ଦ୍ୱାରା ଯୋୖନ ଇଚ୍ଛା କମ ହୋଇଥାଏ । ମିଚିଗନ ବିଶ୍ୱବିଦ୍ୟାଳୟର ଗବେଷକ ଡେଭିଡ କଂବଚ ଏହା କହିଛନ୍ତି । ଭଲଭାବେ ନିଦ ହେବା ଦ୍ୱାରା ସ୍ତ୍ରୀ ମାନଙ୍କର ଯୌନ ଇଛା ବଢାଇବାରେ ସାହାଯ୍ୟ କରିଥାଏ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତ ଅଧିକ ଭଲ ହୋଇଥାଏ ।

୪- ଯୌନ ବା କାମ ସନ୍ତୁଷ୍ଟତା କେବଳ କଠିନ ପରିଶ୍ରମ ଓ ଚେଷ୍ଟା ଦ୍ୱାରା ହି ମିଳିଥାଏ ବୋଲି ବିଶ୍ୱାସ କରିବା-

ଜର୍ଣ୍ଣାଲ ଅଫ ପର୍ତ୍ସନାଲିଟି ଓ ସୋସିଆଲ ସାଇକୋଲୋଜିରେ ପ୍ରକାଶ ହୋଇଥିବା ଅନୁଯାୟୀ ଯୌନ ସନ୍ତୁଷ୍ଟ ସହଜରେ ମିଳିଯାଏ ବୋଲି ଆଶା କରିବା ଭୁଲ ଅଟେ । ଯୌନ ଆଶା କାମକ୍ରିୟାକୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ ଓ ଯୌନତୃପ୍ତି ଭାଗ୍ୟ ଉପରେ ନିର୍ଭରଶୀଳ ଯାହାକି ଗୋଟିଏ ସମ୍ପର୍କକୁ ଅତି ମଧୁରମୟ ବନାଏ ଅବା ସମ୍ପର୍କକୁ ହେୟ ମନେ କରିବା ପାଇଁ ବାଧ୍ୟ କରିଥାଏ । ଟୋରନ୍ତର ବିଶ୍ୱବିଦ୍ୟାଳୟ ଗବେଷଣ ଅନୁଯାୟୀ ଯେଉଁ ଲୋକମାନେ ଯୌନ କ୍ରିୟା ବୃଦ୍ଧି ଉପରେ ବିଶ୍ୱାସ ରଖନ୍ତି ସେମାନେ ନିଜର ପ୍ରତିଟି ଯୌନ ଅସୁବିଧାକୁ ଦୂର କରିଥାନ୍ତି ଏବଂ ତାହାକୁ ନିଜ ସମ୍ପର୍କ ଉପରେ ଭାର ପକାଇବାକୁ ଦିଅନ୍ତି ନାହିଁ ।

୫- ପ୍ରେମରେ ରୁହନ୍ତୁ ବା ପ୍ରେମକୁ ବିଶ୍ୱାସ କରନ୍ତୁ –

ପ୍ରେମରେ ପଡିବା ଓ ପ୍ରେମରେ ରହିବା ଓ ପ୍ରେମର ପ୍ରତିଶୃତି ଦେବା ଯୌନ କ୍ରିୟାକୁ ଶାରୀରିକ ଭାବରେ ସ୍ତ୍ରୀ ମାନଙ୍କୁ ଅଧିକ ସନ୍ତୁଷ୍ଟି ଦେଇଥାଏ । ଏକ ଗବେଷଣା ଅନୁଯାୟୀ ସ୍ତ୍ରୀମାନେ କହିଛନ୍ତି ଯେ ସେମାନେ ସେମାନଙ୍କ ପ୍ରେମକୁ ସେକ୍ସ ସହ ସଂଯୋଗ କରିଥାନ୍ତି ଓ ସେହି ପ୍ରେମ ତାଙ୍କୁ ଅଧିକ ଶାରୀରିକ ସନ୍ତୁଷ୍ଟି ଦେଇଥାଏ। । ଏହି ଗବେଷଣାରୁ ଏହା ମଧ୍ୟ ଜଣା ଯାଇଛି ଯେ, ଯୌନ ସନ୍ତୁଷ୍ଟି ଶାରୀରିକ କ୍ରିୟା ଓ ବିବାହ ବନ୍ଧନକୁ ବଜାୟ ରଖିବା ପାଇଁ ପ୍ରେମ ନିହାତି ଦରକାର ।

୬- ଅଧିକ ସୂର୍ଯ୍ୟ କିରଣ ପାଇବା ପାଇଁ ଚେଷ୍ଟା କରନ୍ତୁ –

ଯେଉଁ ପୁରୁଷମାନେ ଅଧିକ ସୂର୍ଯ୍ୟ କିରଣର ସାମ୍ନା କରିଥାନ୍ତି ସେମାନଙ୍କ ଯୌନ କ୍ରିୟା ଇଚ୍ଛା ସେତିକି ଅଧିକ ଥାଏ । ଯେଉଁ ପୁରୁଷ ମାନଙ୍କ ଶରୀରରେ ଭିଟାମିନ-ଡି ଅଧିକ ଥାଏ ସେମାନଙ୍କ ଟେଷ୍ଟଟୋରିନ ସେତେ ଅଧିକ ଥାଏ ।

୭- ସ୍ତ୍ରୀମାନେ ନିଜ ପୁରୁଷ ସାଙ୍ଗମାନଙ୍କ ସହ ଅଧିକ ମିଶା ମିଶି କରିବା –

ଯେଉଁ ସ୍ତ୍ରୀ ମାନଙ୍କର ଅଧିକ ପୁରୁଷ ସାଙ୍ଗ ଥାଏ, ସେମାନେ ନିଜ ସାଥି ସହ ଅତି ଘନିଷ୍ଠ ହୋଇଥାନ୍ତି । କାରଣ ଏହା ମନୁଷ୍ୟର ପ୍ରକୃତି ଅଟେ । ଯୌନ ଉପଲବ୍ଧି ପାଇଁ ପୁରୁଷମାନେ ନିଜ ସାଥୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ଚେଷ୍ଟା କରିଥାନ୍ତି । ଆମକୁ ଜାଣିବା ଦରକାର ଯେ ଆମ ସାଥି ଆମପାଇଁ ବହୁତ ଅମୁଲ୍ୟ ଅଟେ । ଏହା ଭାବିବା ଦ୍ୱାରା ସମ୍ପର୍କକୁ ବଜାୟ ରଖିବା ପାଇଁ ଆମେ ସତ ଚେଷ୍ଟା କରିଥାଉ ।