07 ସେପ୍ଟେମ୍ବର 2019 ଶନିବାର – ଚାରୋଟି ରାଶି ଉପରେ ରହିବା ଶନିଦେବଙ୍କ ସାଢେସାତୀର ପ୍ରଭାବ, ଆର୍ଥିକ ସଙ୍କଟକୁ

Spread the love

07 ସେପ୍ଟେମ୍ବର 2019 ଶନିବାର – ଚାରୋଟି ରାଶି ଉପରେ ରହିବା ଶନିଦେବଙ୍କ ସାଢେସାତୀର ପ୍ରଭାବ, ଆର୍ଥିକ ସଙ୍କଟକୁ ନେଇ ଚିନ୍ତିତ ରହିପାରନ୍ତି ।

ଆଜି ଚାରୋଟି ରାଶିର ଜାତକଧାରୀ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ସାଢେସାତୀର ପ୍ରଭାବ ପଡିବ । ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : ଭଗବାନଙ୍କୁ ସ୍ମରଣ କରନ୍ତୁ; ସର୍ବ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବ । ନକରାତ୍ମକ ଚିନ୍ତାଧାରା ମନରୁ ବାହାର କରିଦିଅନ୍ତୁ । ଆଜି ଶନି ଓ କେତୁଙ୍କ ସହ ଆପଣଙ୍କୁ ଚନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବ । ବ୍ୟବସାୟରେ ଅବନୀତି ହେବ ସଙ୍ଗେ ସଙ୍ଗେ ଖର୍ଚ୍ଚାନ୍ତ ମଧ୍ୟ ବଢିବ । ଆଜି ବିଶେଷ କରି ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅଯଥାରେ ଅପମାନିତ ହେବେ । ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି ଫେରି ଆସିବା ଆଶା କାରଯାଇପାରେ । ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ବୃଷ : ଦିନଟି ଆପଣଙ୍କ ପାଇଁ ହସ ଖୁସିର ସମ୍ଭାର ନେଇ ଆସିବ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମାଧିପତିଙ୍କ ସ୍ଵଗୃହକୁ ଦୃଷ୍ଟି କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପାରିବାରିକ ସ୍ଥିତି ଓ ଅର୍ଥ ସମ୍ପର୍କିତ କଥାବାର୍ତ୍ତା ସାଙ୍ଗକୁ ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବ ନାହିଁ । କିଛି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ପ୍ରତ୍ୟେକ ଦିଗ ଅନୁକୂଳ ରହିବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ । ସନ୍ଧ୍ୟାରେ ସାଙ୍ଗ ଓ ପରିଜନଙ୍କ ସହିତ ସମୟ ବିତେଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମିଥୁନ : ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ । ତୃତୀୟଭାବରେ ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ଯଥାଶୀଘ୍ର ପୂରଣ ହୋଇପାରିବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି । ବ୍ୟବସାୟରେ ଅଟକିଥିବା ଟଙ୍କା ପଇସା ଫେରି ପାଇବେ । ରାହୁଙ୍କ କୁପ୍ରଭାବ ଜନିତ ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ପରିବହନ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ପାଇବେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କର୍କଟ : ଭାଗ୍ୟର ସହଯୋଗରେ ବିନା ବାଧାବିଘ୍ନରେ ଆଗକୁ ବଢିବେ । ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବା । ଚତୁର୍ଥାଧିପତି ଲାଭ ସ୍ଥାନରେ ରହିଥିବାରୁ ସାମାଜିକ ସ୍ତରରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଆହୁରି ବହୁତ ସମୟ ଲାଗିପାରେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଆଦି ସହଜରେ ସମାଧାନ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ : ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । କ୍ୟାରିୟର ଗଢ଼ିବା ଲାଗି ଭଲ ପ୍ରସ୍ତାବ ମିଳିପାରେ । ରାଶିରେ ରାଜଯୋଗ ସୃଷ୍ଟି ହୋଇଥିବାରୁ ପରିବାରରେ, କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ଲାଭ କରିପାରନ୍ତି । ବ୍ୟବସାୟରେ ଧନଲାଭ ଯୋଗ ରହିଛି । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ମଘା ନକ୍ଷତ୍ର ଯେତିକି ଖୁସିରେ ରଖିବାକୁ ଚାହିଁଲେ ମଧ୍ୟ ଆଜିର ପରିସ୍ଥିତି ତାହା ସହଜରେ କରାଇ ଦେଇ ନ ପାରେ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ । ଆଜି ବହୁମୂଲ୍ୟ ବସ୍ତୁ କିଣିବ ଲାଗି ମନରେ ଆଗ୍ରହ ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା : ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଗ୍ରହ ସ୍ଥିତିର ପ୍ରତିକୂଳତା କାରଣରୁ ଆଜି ଯାହା କହିବେ କିମ୍ବା କରିବେ ସବୁ ଭାବିଚିନ୍ତି କରିବା ଭଲ ହେବ । ବାରମ୍ବାର ଚେଷ୍ଟା ପରେ ଦୀର୍ଘଦିନ ଉପରାନ୍ତେ ଋଣ ସୂତ୍ରରେ ଅର୍ଥଲାଭ କରିବେ । ବ୍ୟବସାୟରେ କ୍ଷତି, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । କର୍ମଚାରୀଙ୍କର କର୍ମ କ୍ଷେତ୍ରରେ ବାଧା ଆସିବ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢାଇ ଆଗକୁ ବଢିବା ଆପଣଙ୍କ ପାଇଁ ଭଲ । ସ୍ତ୍ରୀଙ୍କ ବୁଝାମଣା, ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଯାତ୍ରା ସମ୍ପର୍କରେ ଦୁଶ୍ଚିନ୍ତା ବଢ଼ିପାରେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : ଧନ ସ୍ଥାନରେ ବୃହସ୍ପତି ଆପଣଙ୍କୁ ଅର୍ଥ, ସାମାଜିକ ସମ୍ମାନ ଓ ଶୁଭେଚ୍ଛୁଙ୍କ ଶୁଭକାମନାରୁ ଖୁସି ରହିବେ । ପ୍ରତିବନ୍ଧକ ଆସିଲେ ମଧ୍ୟ ହାତକୁ ନେଇଥିବା କାମଟିକୁ ପୂରା କରିବାକୁ ଚେଷ୍ଟା କରିବେ । କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ନିଜର ଲୋକ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ଶୁଭରଙ୍ଗ : କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : ଆପଣଙ୍କ ଅନ୍ତରାତ୍ମା ପ୍ରଖର ରହିବ । ଆପଣଙ୍କ ସାମନାକୁ ଆସିବା ବ୍ୟକ୍ତି ବିଶେଷଙ୍କର ମାନସିକତାକୁ ଶୀଘ୍ର ବୁଝିନେବେ । ବ୍ୟବସାୟରେ କ୍ଷତି, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ମାନସିକ ଦୁଃଶ୍ଚିନ୍ତା ବଢ଼ିବ । ବେପାର ବୃତ୍ତି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ । କୋଣଭାବସ୍ଥ ବୃହସ୍ପତି ସନ୍ତାନଙ୍କ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟଜନିତ କଳହକୁ ନିମନ୍ତ୍ରଣ କରିପାରନ୍ତି । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମହାଲକ୍ଷ୍ମୀ ।

ଧନୁ : ମନରେ ନୂଆ ନୂଆ ବିଚାର ଆସିବ । କେତୁଙ୍କ କୁପ୍ରଭାବଜନିତ ଆପଣଙ୍କ ନିକଟରୁ ସବୁ ସମୟରେ ସୁବିଧା ପାଉଥିବା ଲୋକଟି ପରକଥାରେ ପଡ଼ି ଆପଣଙ୍କୁ, କିଏ ତୁ କହିପାରେ । ସାମୟିକ ସମସ୍ୟାଜନିତ କାର୍ଯ୍ୟ ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିବ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ବେଳ ହୁଁ ସାବଧାନତା ଅବଲମ୍ବନ କରିବା ଭଲ ହେବ । ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି କିଛି ଅଯଥା ଖର୍ଚ୍ଚ ହେବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ପ୍ରେମିକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ମକର : ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ବଜାୟ ରହିବ । ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ । ନିଜର ବିଚାରଧାରା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ସଙ୍ଗକୁ ଅର୍ଥ ଓ ଦ୍ରବ୍ୟ ଲାଭ ହେବ । ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପାରିବାରିକ ପରିସ୍ଥିତି ବିଶେଷ ଭଲ ନହେଲେ ମଧ୍ୟ ମନ୍ଦ ହେବନି । ଦେହ ଭଲ ରହିଲେ ମଧ୍ୟ କଠିନ ପରିଶ୍ରମ କିମ୍ବା ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ । କଳା, କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ତଥା ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କୁମ୍ଭ : ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବହୁତ ଜଟିଳ ସମସ୍ୟାର ବୁଦ୍ଧିମତାର ସହ ସମାଧାନ କରିନେବେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଗଣ ମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ । ପାରିବାରିକ ସମସ୍ୟା ଗୁଡ଼ିକୁ ସମାଧାନ କରିବା ଉଚିତ୍‌ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ। ।

ମୀନ : ଦିନଟି ଆପଣଙ୍କ ପାଇଁ ପ୍ରେରଣା ଦାୟକ ରହିବା । ଆପଣଙ୍କୁ ନିଜ କାମ ପାଇଁ ପ୍ରଶଂସିତ ଓ ପୁରସ୍କୃତ ହେବେ । ଭ୍ରମଣ ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ ରହିବ । ନୂଆ ଯୋଜନାରେ ସଫଳହେବେ । ବ୍ୟବସାୟପାଇଁ ଦୂରଯାତ୍ରାର ସୁଯୋଗ ପାଇବେ । ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ । ପରିବାରରେ ସମସ୍ତ ପରିସ୍ଥିତି ସମାଧାନ ହୋଇ ଖୁସିର ବାତାବରଣ ସ୍ଥାୟି ରହିବ । ନୂତନ ସମ୍ବନ୍ଧ ସୃଷ୍ଟିହେବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।